Posted inଖେଳ

ପଦକ ଧରି ଫେରିଲେ ଡିସ୍‌କସ୍‌ କୁଇନ୍‌ ପାର୍ବତୀ

କଟକ ଅଫିସ,୮ା୮- ଇଟାଲୀର ଟୋରିନୋ ସହରରେ ଶେଷ ହୋଇଥିବା ୟୁରୋପିଆନ ମାଷ୍ଟର୍ସ ଗେମ୍ସରେ ଭାରତ ପାଇଁ ଡବଲ ପଦକ ବିଜୟୀ ହୋଇ ଫେରିଛନ୍ତି ଅନ୍ତର୍ଜାତୀୟ ଆଥଲେଟ ପାର୍ବତୀ ସେଠୀ। ବୁଧବାର ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ବିଜୁପଟ୍ଟନାୟକ ବିମାନ ବନ୍ଦରରେ ପାର୍ବତୀଙ୍କୁ ଭବ୍ୟ ସ୍ବାଗତ ଜଣାଯାଇଥିଲା । ସ୍ପ୍ରିଣ୍ଟ କୁଇନ ଦୂତୀ ଚାନ୍ଦ, ପାର୍ବତୀଙ୍କ କୋଚ ଅରୁଣ ଦାସ, ମାଷ୍ଟର ଗେମ୍ସ ଆସୋସିଏଶନର ସମ୍ପାଦକ ଶିବପ୍ରସାଦ ମିଶ୍ର, ପୂର୍ବତଟ ରେଲୱେର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ପାର୍ବତୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ, ଭାଜପା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା, କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ମଧ୍ୟ ଟୁଇଟର ମାଧ୍ୟମରେ ପାର୍ବତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ସଫଳତାର ଶ୍ରେୟ ପାର୍ବତୀ ନିଜ କୋଚ୍‌ ଓ ପରିବାର ଲୋକଙ୍କୁ ଦେଇଥିବା ବେଳେ ଆଗାମୀ ଦିନରେ ସ୍ବର୍ଣ୍ଣ ବିଜୟୀ ହେବାର ଲକ୍ଷ୍ୟ ରଖିଥିବା କହିଥିଲେ । ଚାଇନାରେ ହେବାକୁ ଥିବା ବିଶ୍ୱ ମାଷ୍ଟର୍ସ ଚାମ୍ପିୟନଶିପ-୨୦୨୦ ନିମନ୍ତେ ଏବେଠାରୁ ନିଜକୁ ପ୍ରସ୍ତୁତ କରିବେ । ଇଟାଲୀରେ ଶେଷ ହୋଇଥିବା ଟୁର୍ନାମେଣ୍ଟରେ ଯେଉଁ କେତୋଟି ଛୋଟ ତ୍ରୁଟି ରହିଥିଲା ସେ ଦିଗରେ ଧ୍ୟାନ ଦେବେ ବୋଲି ପାର୍ବତୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ପୁଅ ଆଦିତ୍ୟ ବେହେରାଙ୍କର ବୁଧବାର ଜନ୍ମଦିନ ଥିବାବେଳେ ଏହି ଦିନ ପ୍ରତ୍ୟାବର୍ତ୍ତନ କରିଥିବାରୁ ପାର୍ବତୀଙ୍କ ଖୁସି ଦ୍ୱିଗୁଣିତ ହୋଇଥିଲା। ସୂଚନା ଥାଉକି ୟୁରୋପିଆନ ମାଷ୍ଟର୍ସ ଗେମ୍ସ ଶଟପୁଟ ବିଭାଗର ଫାଇନାଲରେ ୧୦.୧୬ ମିଟର ଫିଙ୍ଗି ପାର୍ବତୀ ବ୍ରୋଞ୍ଜ ପଦକ ଜିତିଥିଲେ । ଅଳ୍ପ ବ୍ୟବଧାନରେ ପାର୍ବତୀ ରୌପ୍ୟ ପଦକରୁ ବଞ୍ଚିତ ହୋଇଥିଲେ। ନିଜ ମୁଖ୍ୟ ଇଭେଣ୍ଟ ଡିସକସରେ ପାର୍ବତୀ ରୌପ୍ୟ ପଦକ ବିଜୟୀ ହୋଇଥିଲେ । ୪୫.୫୫ ମିଟର ଫିଙ୍ଗି ପାର୍ବତୀ ଡିସକସରେ ଏହି ସଫଳତା ପାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁସ୍ତାକ ଅଲୀ ଟ୍ରଫି: ବିହାର ସିନିୟର ଦଳର ନେତୃତ୍ୱ ନେବେ ବୈଭବ ସୂର୍ଯ୍ୟବଂଶୀ

ପାଟନା,୬ା୧୧: ନଭେମ୍ବର ୧୪ରୁ ଆରମ୍ଭ ହେବାକୁଥିବା ସୟଦ ମୁସ୍ତାକ ଅଲି ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ ପାଇଁ ସ୍ବଳ୍ପ ବୟସ୍କ ବ୍ୟାଟିଂ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଥମ…

୪ ବର୍ଷ ବାସନ୍ଦ ହେଲେ ଏହି ଅଲିମ୍ପିକ ବିଜେତା, ଜାଣନ୍ତୁ…

ଲାଉସାନେ,୧୧ା୬: ଡୋପ୍‌ ଟେଷ୍ଟରେ ଧରାପଡ଼ିବାରୁ ଅଲିମ୍ପିକ ଭାରୋତ୍ତୋଳକ ବ୍ରୋଞ୍ଜ ପଦକ ବିଜେତା ବୋଝିଦାର ଦିମିତ୍ରୋଭ ଆନ୍ଦ୍ରିଭଙ୍କୁ ଶୁକ୍ରବାର ୪ବର୍ଷ ପର୍ଯ୍ୟନ୍ତ ବାସନ୍ଦ କରାଯାଇଛି। ଫଳରେ ସେ ୨୦୨୮…

ସେହୱାଗଙ୍କ ପୁଅ ଆର୍ଯ୍ୟବୀରଙ୍କ ଦମଦାର ଇନିଂସ; ନେପାଳକୁ ଧୂଳି ଚଟାଇ୧୦ ୱିକେଟରେ ଜିତିଲା ଭାରତ

ନୂଆଦିଲ୍ଲୀ,୬।୧୧: ୨୦୨୬ ଅଣ୍ଡର-୧୯ ଏସିଆ କପରେ, ଭାରତୀୟ ଦଳ ନେପାଳ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲା। ଶୁକ୍ରବାର (ନଭେମ୍ବର ୬) ‘ଅଲ ଆମେରାଟ କ୍ରିକେଟ ଗ୍ରାଉଣ୍ଡ’…

ଟିମ୍‌ଇଣ୍ଡିଆକୁ ମିଳିଗଲା ନୂଆ ସୁପରଷ୍ଟାର: ସେହ୍ବାଗ-ଦ୍ରାବିଡଙ୍କ ପୁଅ ଉପସ୍ଥିତି ସତ୍ତ୍ୱେ କଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ

ନୂଆଦିଲ୍ଲୀ,୬।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ରେ ଭାରତୀୟ ଯୁବ ବୋଲର ଇଶାନ ସୁଦଙ୍କଚମତ୍କାର ପ୍ରଦର୍ଶନ। ଭାରତ ଅଣ୍ଡର-୧୯ ଓ ନେପାଳ ଅଣ୍ଡର-୧୯ ମଧ୍ୟରେ ଆଲ ଆମିରାତ୍ରେ ଖେଳାଯାଉଥିବା…

Video: ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପରିବାରକୁ ଭେଟିଲେ ପ୍ରଧାନମନ୍ତ୍ରୀ; କୁନି ଝିଅ କଣ୍ଠରୁ ଶୁଣିଲେ ଭଜନ

ନୂଆଦିଲ୍ଲୀ,୬।୧୧: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜ ପରିବାର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ସୂର୍ଯ୍ୟକୁମାରଙ୍କ ପତ୍ନୀ ଦେବିଷା…

ଦ୍ୱିତୀୟ ODI ପୂର୍ବରୁ ଟିମ ଇଣ୍ଡିଆରେ ବଡ଼ ହଲଚଲ: ସିରିଜ୍‌ରୁ ବାଦ୍‌ ପଡ଼ିଲେ ଷ୍ଟାର୍‌ ଖେଳାଳି, ଶୁଣିଲେ ଖୁସି ହୋଇଯିବ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ,୬।୧୧: ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଟିମ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ଦ୍ୱିତୀୟ ଦିନିକିଆ ମ୍ୟାଚ ଆସନ୍ତା ଶନିବାର, ନଭେମ୍ବର ୭ ତାରିଖରେ ୱେଲିଂଟନରେ…

ଟି-୨୦ କ୍ରିକେଟ୍‌ରେ ଆନ୍ଦ୍ରେ ରସେଲଙ୍କ ଐତିହାସିକ କୀର୍ତ୍ତିମାନ, ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ କ୍ରିକେଟର୍‌

ନୂଆଦିଲ୍ଲୀ,୬।୧୧: ଟି-୨୦ କ୍ରିକେଟ୍‌ରେ ନୂଆ ଇତିହାସ ରଚିଛନ୍ତି ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଖେଳାଳି ଆନ୍ଦ୍ରେ ରସେଲ। ଏହି ଫର୍ମାଟ୍‌ରେ ୧୦ ହଜାରରୁ ଅଧିକ ରନ ଏବଂ ୫୦୦ରୁ ଅଧିକ…

LIVE ମ୍ୟାଚ ସମୟରେ ଘଟିଲା ବଡ଼ ଦୁର୍ଘଟଣା: ଷ୍ଟ୍ରେଚର୍‌ରେ ଖେଳାଳିଙ୍କୁ ନିଆଗଲା ହସ୍ପିଟାଲ

ନୂଆଦିଲ୍ଲୀ,୬।୧୧: ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସିଲହଟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?