Posted inଖେଳ

ପଡିଆରେ ଏହି ଖେଳାଳିଙ୍କୁ ଶକ୍ତ ଚାପୁଡା ମାରିଥିଲେ ହରଭଜନ, ଏବେ ଏମିତି ଜଣାଇଲେ ଜନ୍ମଦିନ ଶୁଭେଚ୍ଛା

ଭାରତୀୟ କ୍ରିକେଟ ଦଳର ସ୍ପିନର ହରଭଜନ ସିଂହ ୧୨ବର୍ଷ ତଳେ ଅର୍ଥାତ୍‌ ୨୦୦୮ରେ ଆଇପିଏଲର ଏକ ମ୍ୟାଚରେ ପ୍ରତିପକ୍ଷ ବୋଲର ଏସ.ଶ୍ରୀସନ୍ଥଙ୍କୁ ପଡିଆରେ ଚାପୁଡା ମାରିଥିଲେ। ଏହାପରେ ଶ୍ରୀସନ୍ଥ ପଡିଆରେ ଭୋ ଭୋ ହୋଇ କାନ୍ଦିଥିଲେ। ପରେ ଅବଶ୍ୟ ହରଭଜନ ଏହି ଭୁଲ ପାଇଁ ତାଙ୍କୁ କ୍ଷମା ମାଗିଥିଲେ ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକଠାକ୍‌ ଚାଲିଥିଲା। ଏପରିକି ଦୁହିଁଙ୍କ ଭିତରେ ଦୃଢ ବନ୍ଧୁତା ଥିବା କଥା ଶ୍ରୀସନ୍ଥ ଏକ ସାକ୍ଷାତକାରରେ କହିଥିଲେ। ଗୁରୁବାର ଶ୍ରୀସନ୍ଥଙ୍କ ଜନ୍ମଦିନରେ ଭଜ୍ଜି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ରେ ସେ କହିଛନ୍ତି, ସେଣ୍ଟା ତୁମକୁ ଜନ୍ମଦିନର ଶୁଭେଚ୍ଛା, ବର୍ଷଟି ଭଲରେ କଟୁ। ସୂଚନାମୁତାବକ,୨୦୦୮ରେ ଆଇପିଏଲ ଚାଲିଥିବାବେଳେ ମୁମ୍ବାଇ ଇଣ୍ଡିଆନ ପକ୍ଷରୁ ଖେଳୁଥିବା ହରଭଜନ ସିଂହ ପଞ୍ଜାବ ପକ୍ଷରୁ ଖେଳୁଥିବା ଶ୍ରୀସନ୍ଥକୁ ମଇଦାନରେ ସମସ୍ତଙ୍କ ଆଗରେ ଚାପୁଡା ଡମାରିଥିଲେ। ଯାହାର ଭିଡିଓ ଖୁବ ଭାଇରାଲ ହୋଇଥିଲା। ଏହା ସହ ଶ୍ରୀସନ୍ଥ ଏହି ଘଟଣା ବିଷୟରେ ବିଗ ବସ ଘରେ ଥିବାବେଳେ ମଧ୍ୟ ଉଠାଇଥିଲେ। ହରଭଜନଙ୍କୁ ମୋର ଗୋଟେ କଥା ପସନ୍ଦ ନ ଆସିବାରୁ ସେ ମୋତେ ଚାପୁଡା ମାରିଥିଲେ ବୋଲି ଶ୍ରୀସନ୍ଥ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?