ପଙ୍କପାଳ ବାଲି ଖାଦାନରୁ ରାଜସ୍ବ ଲୁଟ୍‌: କାମ ଦେଉନି ଏନ୍‌ଜିଟି ନିର୍ଦ୍ଦେଶ

ଯାଜପୁର ଅଫିସ,୨୭ା୨: ଯାଜପୁର ଜିଲା ଦାନଗଦୀ ତହସିଲ ଅନ୍ତର୍ଗତ ପଙ୍କପାଳ ମୌଜାର ଖାତା ନମ୍ବର ୨୨୪, ପ୍ଲଟ ନମ୍ବର ୧୦୭୫ ଓ ୧୦୮୯ ବ୍ରାହ୍ମଣୀ ନଦୀ ବାଲି, ପଙ୍କପାଳ ସୈରାତ ଉତ୍ସରୁ ପ୍ରତିଦିନ ବେଆଇନ ବାଲି ଉତ୍ତୋଳନ ହେଉଛି। ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ନ କରିବାକୁ ଜାତୀୟ ସବୁଜ ପ୍ରାଧୀକରଣ (ଏନ୍‌ଜିଟି) ନିର୍ଦ୍ଦେଶ ଦେଇଥିଲେ ହେଁ ଲିଜ୍‌ଧାରୀ ତହସିଲ ଓ ପୋଲିସ ପ୍ରଶାସନ, ସ୍ଥାନୀୟ ରାଜନେତା, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀଙ୍କୁ ହାତ କରି ମେଶିନ ସହାୟତାରେ ନିର୍ଦ୍ଧାରିତ ପରିମାଣଠାରୁ ବହୁ ଗୁଣରେ ବାଲି ଉତ୍ତୋଳନ କରୁଛନ୍ତି। ଏସଂକ୍ରାନ୍ତରେ ଗତ ମାସରେ ବାଲି ଖାଦାନ ଓ ପରିବହନରେ ପ୍ରଭାବିତ ପଙ୍କପାଳ ଗ୍ରାମବାସୀ ଦାନଗଦୀ ତହସିଲଦାରଙ୍କ ସମେତ ଉପଜିଲାପାଳ, ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ ଆନ୍ଦୋଳନର ରୂପ ନେଉଥିବା ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ମୋ ସରକାର ଓ ୫-ଟି ଆଇନ ଏଠାରେ କାର୍ଯ୍ୟକାରୀ ହେଉଥିବା ଭଳି ମନେ ହେଉନାହିଁ।
ଓଡ଼ିଶା ସରକାରଙ୍କ ରାଜସ୍ବ ବିଭାଗ ଅଧିନସ୍ଥ ଦାନଗଦୀ ତହସିଲ ଅନ୍ତର୍ଗତ ପଙ୍କପାଳ ମୌଜାର ବ୍ରାହ୍ମଣୀ ନଦୀ ବାଲି ଉତ୍ତୋଳନ ପାଇଁ ୨୦୧୫-୧୬ ବର୍ଷ ଆର୍ଥିକ ବର୍ଷଠାରୁ ୫ବର୍ଷ ନିମନ୍ତେ ନିଲାମ ନୋଟିସ ଦିଆଯାଇଥିଲା। ନିଲାମରେ ଯଖପୁରା ଗ୍ରାମର ହେମନ୍ତ କୁମାର ସାହୁ ଲିଜ୍‌ ପାଇଥିଲେ। ନୀତି ନିୟମକୁ ନ ମାନି ବେଆଇନ ଭାବେ ମେଶିନ ସହାୟତାରେ ବାଲି ଉତ୍ତୋଳନ କରାଯାଇଥିଲା। ଏନେଇ ଗ୍ରାମବାସୀ ଏନ୍‌ଜିଟିରେ ୪୮/୨୦୧୬ ନମ୍ବରରେ ଏକ ମାମଲା ରୁଜୁ କରିଥିଲେ। ହେଭି ଭେଇକିଲ ଓ ମେଶିନ ସହାୟତାରେ ବାଲି ଉତ୍ତୋଳନ ନ କରି ଶ୍ରମିକଙ୍କ ଦ୍ୱାରା ବାଲି ଉତ୍ତୋଳନ କରିବାକୁ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। ଆଇନ ଊଲ୍ଲଂଘନ କରୁଥିବା ଲିଜ୍‌ଧାରୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ତଥାପି (ଏମ୍‌ଏମ୍‌ଡିଆର) ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ) ଆକ୍ଟ-୧୯୫୭ ଅନୁସାରେ ଊଲ୍ଲଂଘନକାରୀ ଲିଜଧାରୀଙ୍କୁ ଦଣ୍ଡିତ କରାଯାଇ ପାରିନାହିଁ। ଆଇନ ଅନୁଯାୟୀ ବେଆଇନ ବାଲି ଖାଦାନରେ ବ୍ୟବହୃତ ହେଉଥିବା ବିଭିନ୍ନ ଯନ୍ତ୍ରପାତି, ଯାନବାହାନ ଆଦିକୁ ରାଜସ୍ବ ଓ ପୋଲିସ ପ୍ରଶାସନ ଜବତ କରି ସମ୍ପୃକ୍ତ ଲୋକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବାର ନିୟମ ରହିଥିବାବେଳେ ଏଠାରେ ତାହା କାର୍ଯ୍ୟକାରୀ ହେଉନାହିଁ। ଏଥିଯୋଗୁ ବାଲି ଖାଦାନ ନିକଟରେ ଥିବା ବ୍ରାହ୍ମଣୀ ବ୍ରିଜ, ନଦୀପଠା ଓ ନଦୀବନ୍ଧ ବିପଦସଙ୍କୁଳ ହେବାର ଆଶଙ୍କା କରାଯାଇଛି। ଏହି ମର୍ମରେ ପଙ୍କପାଳ ଗ୍ରାମବାସୀ ଗତ ଜାନୁୟାରୀ ମାସରେ ଜିଲାପାଳ ଓ ତହସିଲଦାରଙ୍କୁ ଏକ ୭ଦଫା ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ଦର୍ଶାଇଥିଲେ ଯେ, ପୂର୍ବରୁ ଦିଆଯାଇଥିବା ଅଭିଯୋଗ ଉପରେ କୌଣସି ପଦକ୍ଷେପ ଗ୍ରହଣ ନ ହେବା, ବାଲି ପରିବହନରେ ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁ ଗମନାଗମନ ଅନୁପଯୋଗୀ ହେବା, ନିର୍ଦ୍ଧାରିତ ଗଭିରତା ଏବଂ ପରିସୀମା ଠାରୁ ବହୁ ଗୁଣରେ ଅଧିକ ମେଶିନ ଦ୍ୱାରା ବାଲି ଉତ୍ତୋଳନ, ବାଲି ପରିବହନରେ ବ୍ୟବହାର ହେଉଥିବା ପ୍ରତ୍ୟେକ ଗାଡିକୁ ତାରିଖ ଏବଂ ସମୟ ନିର୍ଦ୍ଧାରିତ ସ୍ଥାନ ପୂରଣ ନ କରି ପେପର ଦିଆଯିବା ଆଦି ଅନିୟମିତା ହେଉଛି। ଏଥିଯୋଗୁ ସରକାର କୋଟିକୋଟି ଟଙ୍କା ରାଜସ୍ବ ହରାଉଥିବାବେଳେ ବିଭାଗୀୟ ଅଧିକାରୀ ଓ ରାଜନେତା ମାଲାମାଲ ହେଉଛନ୍ତି। ଅଭିଯୋଗର ୧ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଜିଲା ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉ ନାହିଁ ବୋଲି ପଙ୍କପାଳ ଗ୍ରାମବାସୀ ଉଦେ୍‌ବଗର ସହ ପ୍ରକାଶ କରିଛନ୍ତି। ଏସଂକ୍ରାନ୍ତରେ ଯାଜପୁର ଉପଜିଲାପାଳ ନାରାୟଣଚନ୍ଦ୍ର ଧଳଙ୍କୁ ପଚାରିବାରେ ସେ କହିଛନ୍ତି ଦାନଗଦୀ ତହସିଲଦାରଙ୍କୁ ତଦନ୍ତ କରି ସବିଶେଷ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ତଦନ୍ତ ରିପୋର୍ଟ ମିଳିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଧଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?