ପଖାଳ ଖାଇବା ଅଭ୍ୟାସରେ ପଡ଼ିଯାଇଥିଲି

ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରା । ୨୦୧୪ ବ୍ୟାଚ୍‌ ଓଡ଼ିଶା କ୍ୟାଡରର ଆଇପିଏସ୍‌ ଅଫିସର। ଉତ୍ତରପ୍ରଦେଶର ଆମେଠିର ଜଙ୍ଗଲଟୋକ୍ରୀ ଗ୍ରାମର ସୌମ୍ୟା ଭାରତୀୟ ପୋଲିସ ପ୍ରଶାସନିକ ସେବାର ଜଣେ ସୁଦକ୍ଷା ପ୍ରଶାସିକା। ସୁନ୍ଦରଗଡ଼ ପୋଲିସ ଜିଲାର ଏସ୍‌ପି ଭାବେ ଦାୟିତ୍ୱ ନିର୍ବାହ କରୁଥିବା ସୌମ୍ୟା ଏଥର ନିଜକଥା ସ୍ତମ୍ଭରେ …।

କେଉଁଠି ଆରମ୍ଭ ହୋଇଥିଲା ଆପଣଙ୍କ ପାଠପଢ଼ା?
* ଲକ୍ଷ୍ନୌ ଲରୋଟୋ କନ୍‌ଭେଣ୍ଟ ସ୍କୁଲରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ଦିଲ୍ଲୀର ଲେଡିଶ୍ରୀରାମ କଲେଜରେ ସୋସିଓଲୋଜି ଅନର୍ସରେ ଗ୍ରାଜୁଏଶନ ଓ ପୋଷ୍ଟ ଗ୍ରାଜୁଏଶନ କରିଛି। ଜେଆର୍‌ଏଫ୍‌ ଓ ନେଟ୍‌ କ୍ୱାଲିଫାଏ କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ସିମ୍ବୋସିସ ଲ କଲେଜରେ ଅଧ୍ୟାପନା କରି ୟୁପିଏସ୍‌ସି ପରୀକ୍ଷା ଦେଇଥିଲି। ୨୦୧୪ ଡିସେମ୍ବର ୨୨ରେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରଥମେ ୟୁପି କ୍ୟାଡର ଓ ପରବର୍ତ୍ତୀ ସମୟରେ ଓଡ଼ିଶା କ୍ୟାଡରରେ ଯୋଗ ଦେଇଥିଲି।
ପୋଲିସ ସେବାରେ ଯୋଗଦେବା ପାଇଁ କାହିଁକି ଇଚ୍ଛା ପ୍ରକାଶ କଲେ ?
* ଆଜିର ସମୟରେ ଜଣେ ଝିଅ ପୋଲିସ ସେବାରେ ଯୋଗଦେବା ସମାଜକୁ ନାରୀ ସଶକ୍ତୀକରଣର ବାର୍ତ୍ତା ଦେଇଥାଏ। ଯେତେବେଳେ ଜଣେ ବିପଦର ସମ୍ମୁଖୀନ ହୁଏ ସେ ନିଶ୍ଚିତ ଭାବେ ପୋଲିସ ଉପରେ ଆସ୍ଥା ପ୍ରକଟ କରେ। ତେଣୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସାମାଜିକ ଦାୟିତ୍ୱବୋଧ ନିର୍ବାହ କରିବାର ପର୍ଯ୍ୟାପ୍ତ ସୁଯୋଗ ପୋଲିସ ସେବାରେ ରହିଛି। ସେହି ଦକ୍ଷତାକୁ ସଫଳ କରିବା ପାଇଁ ମୁଁ ପୋଲିସ ସେବାକୁ ଆପଣେଇ ନେଇଛି।
ଆପଣ କେଉଁ କ୍ଷେତ୍ରରେ ରୁଚି ରଖନ୍ତି?
* ପଢିବା ଓ ସଙ୍ଗୀତ ଶୁଣିବା ପ୍ରତି ମୋର ରୁଚି ରହିଛି ା ବିଶେଷ ଭାବେ ଗଳ୍ପ ,ଉପନ୍ୟାସ ପଢିବାକୁ ଭଲପାଏ। ସ୍କୁଲ ଛାତ୍ରୀଜୀବନରୁ ଥିଏଟର ପ୍ରତି ମୋର ଦୁର୍ବଳତା ରହିଛି। ଦିଲ୍ଲୀରେ ପଢୁଥିବା ବେଳେ ଆମର ଏକ ଥିଏଟର ଗ୍ରୁପ ଥିଲା। ବିଶେଷକରି ନାରୀ ନିର୍ଯାତନା ବିରୋଧରେ ସ୍ବର ଉତ୍ତୋଳନ ସକାଶେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସାମାଜିକ ସଚେତନତା ସୃଷ୍ଟି କରିଥିଲୁ ।
ପ୍ରଥମେ ଚାକିରି ଜୀବନ କେଉଁଠାରୁ ଆରମ୍ଭ କରିଥିଲେ?
* ହାଇଦ୍ରାବାଦଠାରେ ପ୍ରଶିକ୍ଷଣ ଗ୍ରହଣ ପରେ ଓଡ଼ିଶାର କେଉଁଝର ଜିଲାରେ ୬ମାସ ପ୍ରୋବେସନରେ କାର୍ଯ୍ୟକରିବା ପରେ କିଛିଦିନ ପାଇଁ କୋରାପୁଟକୁ ଟ୍ରେନିଂରେ ଯାଇଥିଲି। ଏହାପରେ ରାଉରକେଲା ପାନପୋଷ ଏସ୍‌ଡିପିଓ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲି। ୨୦୧୮ ମାର୍ଚ୍ଚ ୨୬ରେ ସୁନ୍ଦରଗଡ଼ ଏସ୍‌ପି ଭାବେ କାର୍ଯ୍ୟରେ ଯୋଗ ଦେଇଥିଲି।
ଓଡ଼ିଶା କେମିତି ଲାଗୁଛି ?
* ଓଡ଼ିଶାର ପ୍ରକୃତି ପରିବେଶ,କଳା ସଂସ୍କୃତି ମୋତେ ଆକର୍ଷିତ କରିଛି। ଓଡ଼ିଶାର ହସ୍ତଶିଳ୍ପ, ହସ୍ତତନ୍ତକୁ ମୁଁ ଖୁବ୍‌ ଭଲପାଏ। ମୋ ପାଖରେ ଓଡ଼ିଶା ହସ୍ତକଳାର ବହୁ ସାମଗ୍ରୀ ରହିଛି। ସୁନ୍ଦରଗଡ଼ର ଶାନ୍ତ ସରଳ ଅଧିବାସୀଙ୍କ ସହଯୋଗ ମତେ ମିଳିପାରିଛି।
କ’ଣ ଖାଇବାକୁ ଭଲଲଗେ ?
* ଏମିତିରେ ତ ମୁଁ ଶୁଦ୍ଧ ଶାକାହାରୀ। ଭାତ, ଡାଲି, ତରକାରି ଆଦି ସବୁପ୍ରକାର ସାଧାରଣ ଖାଦ୍ୟ ଖାଇଥାଏ। କେଉଁଝରରେ ଥିବା ବେଳେ ପଖାଳ ଖାଇବା ଅଭ୍ୟାସରେ ପଡିଯାଇଥିଲା। ସୁନ୍ଦରଗଡ଼ରେ ଚକୁଳି ପିଠା ମୋର ବେଶ୍‌ ପସନ୍ଦ।
କାହାକୁ ଆଦର୍ଶ ବୋଲି ଭାବନ୍ତି ?
* ବିଶେଷ ଭାବେ ମୋ ଦାଦିମା (ଜେଜେମା) ଓ ମାଆଙ୍କ ଆଦର୍ଶରେ ମୁଁ ଅନୁପ୍ରାଣିତ। ସେମାନଙ୍କ ସହନଶୀଳତା ଓ ଉତ୍ତମ ବ୍ୟବହାର ମୋ ଜୀବନରେ ଗୁରୁତ୍ୱ ଦେଇ ଆଗକୁ ବଢିଚାଲିଛି। ମୋ ବାପା ଆକାଉଣ୍ଟସ ଅଡିଟର ଥିଲେ। ଆମେ ଦୁଇ ଭାଇ ଭଉଣୀ। ୨୦୧୫ରେ ଆମ ଟ୍ରେନିଂ ବ୍ୟାଚର ପଞ୍ଜାବ କ୍ୟାଡର ଆଇପିଏସ୍‌ ଅଫିସର ଦୀପକ ପାରିକ୍‌ଙ୍କ ସହିତ ମୋର ବିବାହ ହୋଇଥିଲା। ସେ ବର୍ତ୍ତମାନ ପଞ୍ଜାବ ଲୁଧିଆନାର ଡିସିପି ଭାବେ କାର୍ଯ୍ୟରତ। ଆମର ଉଭୟଙ୍କ କାର୍ଯ୍ୟ ପ୍ରତି ପରସ୍ପରର ସମ୍ମାନ ରହିଛି।
ଆଜିର ଯୁବ ସମାଜକୁ କି ବାର୍ତ୍ତା ଦେବେ ?
* ଯୁବପିଢ଼ି ନିଜ ମଧ୍ୟରେ ଦୃଢ଼ ଆତ୍ମବିଶ୍ୱାସ ରଖି ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଲିଷ୍ଟିଂ ପୂର୍ବରୁ ଶେୟାର ବଜାରରେ କମ୍ପନ: ଦେଶର ୨ୟ ମୂଲ୍ୟବାନ କମ୍ପାନୀ ହେବା ଦିଗରେ ଜିଓ ପ୍ଲାଟଫର୍ମସ! ଟାଟା-ଅଦାନୀଙ୍କୁ…

ନୂଆଦିଲ୍ଲୀ,୨୭।୧୦: ଭାରତୀୟ ପୁଞ୍ଜି ବଜାର (Stock Market) ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ମୁକେଶ ଅମ୍ବାନୀଙ୍କ ନେତୃତ୍ଵାଧୀନ ‘ଜିଓ ପ୍ଲାଟଫର୍ମସ ଲିମିଟେଡ’ (JPL)…

କେଭାଡ଼ିଆ ଗଲେ କୋରାପୁଟର ୫୦ ପ୍ରତିନିଧି

କୋରାପୁଟ,୨୭।୧୦(ଅମିତାଭ ବେହେରା): ଗୁଜରାଟର କେଭାଡିଆଠାରେ ଆସନ୍ତା ୩୦ ଓ ୩୧ ତାରିଖରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ଏକତା ଦିବସ-୨୦୨୬ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୋରାପୁଟ ଜିଲାର…

ମାଡ଼ି ଆସୁଛି ବାତ୍ୟା: କଟକରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

କଟକ,୨୭।୧୦(ପ୍ରଭୁକଲ୍ୟାଣ ପାଲ୍‌): ବଳ ଗୋଟାଇ ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ। ଏହାର ପ୍ରଭାବରେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ପ୍ରବଳ ବର୍ଷା,…

କ୍ଷେତ ବଞ୍ଚାଅ ଅଭିଯାନ: ଜୈବିକ କୃଷିକୁ ପ୍ରୋତ୍ସାହନ ମୁଖ୍ୟ ଲକ୍ଷ୍ୟ

କେସିଙ୍ଗା, ୨୭।୧୦ (ତୁମେଶ୍ୱର ସାହୁ): ଚାଷଜମିର ସୁରକ୍ଷା, ମୃତ୍ତିକାର ସ୍ବାସ୍ଥ୍ୟ ବଜାୟ ରଖିବା ଏବଂ ଜୈବିକ ଓ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କଳାହାଣ୍ଡି…

‘ଅର୍ଣ୍ଣବ’ର ମୁକାବିଲା ପାଇଁ ପ୍ରସ୍ତୁତ ରାମନାଗୁଡ଼ା ବ୍ଲକ ପ୍ରଶାସନ: ୧୪ ଆଶ୍ରୟସ୍ଥଳୀ ପ୍ରସ୍ତୁତ

ଗୁଣପୁର, ୨୭।୧୦(ସୁଜାତା ପାଢ଼ୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଜିଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ…

ବିକ୍ରି ହେବ ଏହି ବଡ଼ ବ୍ୟାଙ୍କ? ଆକାଉଣ୍ଟରେ ଟଙ୍କା ଥିଲେ ଗ୍ରାହକଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ,୨୭।୧୦: ଆଜିକାଲି ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକର ଅଂଶଧନ କିଣିବା ଏବଂ ଅଧିଗ୍ରହଣ (Acquisition)କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ବନ୍ଧନ ବ୍ୟାଙ୍କ (Bandhan Bank)କୁ…

ପୁଣି ମା’ ହେବେ ଅନୁଷ୍କା! ଭିଡିଓ ଭାଇରାଲ ପରେ ବଢିଲା…

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣିଥରେ ମା’ ହେବେ ବୋଲି ଗୁଜବ ଉଠିଛି। ଭାରତୀୟ କ୍ରିକେଟର୍‌ ତଥା ତାଙ୍କ ସ୍ବାମୀ ବିରାଟ କୋହଲିଙ୍କ ସହ ମୁମ୍ବାଇରେ ନଜର…

ଟି-୨୦ ନୂଆ ଇତିହାସ ଲେଖିଲା ଭାରତ: ଭାଙ୍ଗିଲା ଅନେକ ରେକର୍ଡ

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଓପନର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?