ପଖାଳ ଖାଇବା ଅଭ୍ୟାସରେ ପଡ଼ିଯାଇଥିଲି

ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରା । ୨୦୧୪ ବ୍ୟାଚ୍‌ ଓଡ଼ିଶା କ୍ୟାଡରର ଆଇପିଏସ୍‌ ଅଫିସର। ଉତ୍ତରପ୍ରଦେଶର ଆମେଠିର ଜଙ୍ଗଲଟୋକ୍ରୀ ଗ୍ରାମର ସୌମ୍ୟା ଭାରତୀୟ ପୋଲିସ ପ୍ରଶାସନିକ ସେବାର ଜଣେ ସୁଦକ୍ଷା ପ୍ରଶାସିକା। ସୁନ୍ଦରଗଡ଼ ପୋଲିସ ଜିଲାର ଏସ୍‌ପି ଭାବେ ଦାୟିତ୍ୱ ନିର୍ବାହ କରୁଥିବା ସୌମ୍ୟା ଏଥର ନିଜକଥା ସ୍ତମ୍ଭରେ …।

କେଉଁଠି ଆରମ୍ଭ ହୋଇଥିଲା ଆପଣଙ୍କ ପାଠପଢ଼ା?
* ଲକ୍ଷ୍ନୌ ଲରୋଟୋ କନ୍‌ଭେଣ୍ଟ ସ୍କୁଲରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ଦିଲ୍ଲୀର ଲେଡିଶ୍ରୀରାମ କଲେଜରେ ସୋସିଓଲୋଜି ଅନର୍ସରେ ଗ୍ରାଜୁଏଶନ ଓ ପୋଷ୍ଟ ଗ୍ରାଜୁଏଶନ କରିଛି। ଜେଆର୍‌ଏଫ୍‌ ଓ ନେଟ୍‌ କ୍ୱାଲିଫାଏ କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ସିମ୍ବୋସିସ ଲ କଲେଜରେ ଅଧ୍ୟାପନା କରି ୟୁପିଏସ୍‌ସି ପରୀକ୍ଷା ଦେଇଥିଲି। ୨୦୧୪ ଡିସେମ୍ବର ୨୨ରେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରଥମେ ୟୁପି କ୍ୟାଡର ଓ ପରବର୍ତ୍ତୀ ସମୟରେ ଓଡ଼ିଶା କ୍ୟାଡରରେ ଯୋଗ ଦେଇଥିଲି।
ପୋଲିସ ସେବାରେ ଯୋଗଦେବା ପାଇଁ କାହିଁକି ଇଚ୍ଛା ପ୍ରକାଶ କଲେ ?
* ଆଜିର ସମୟରେ ଜଣେ ଝିଅ ପୋଲିସ ସେବାରେ ଯୋଗଦେବା ସମାଜକୁ ନାରୀ ସଶକ୍ତୀକରଣର ବାର୍ତ୍ତା ଦେଇଥାଏ। ଯେତେବେଳେ ଜଣେ ବିପଦର ସମ୍ମୁଖୀନ ହୁଏ ସେ ନିଶ୍ଚିତ ଭାବେ ପୋଲିସ ଉପରେ ଆସ୍ଥା ପ୍ରକଟ କରେ। ତେଣୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସାମାଜିକ ଦାୟିତ୍ୱବୋଧ ନିର୍ବାହ କରିବାର ପର୍ଯ୍ୟାପ୍ତ ସୁଯୋଗ ପୋଲିସ ସେବାରେ ରହିଛି। ସେହି ଦକ୍ଷତାକୁ ସଫଳ କରିବା ପାଇଁ ମୁଁ ପୋଲିସ ସେବାକୁ ଆପଣେଇ ନେଇଛି।
ଆପଣ କେଉଁ କ୍ଷେତ୍ରରେ ରୁଚି ରଖନ୍ତି?
* ପଢିବା ଓ ସଙ୍ଗୀତ ଶୁଣିବା ପ୍ରତି ମୋର ରୁଚି ରହିଛି ା ବିଶେଷ ଭାବେ ଗଳ୍ପ ,ଉପନ୍ୟାସ ପଢିବାକୁ ଭଲପାଏ। ସ୍କୁଲ ଛାତ୍ରୀଜୀବନରୁ ଥିଏଟର ପ୍ରତି ମୋର ଦୁର୍ବଳତା ରହିଛି। ଦିଲ୍ଲୀରେ ପଢୁଥିବା ବେଳେ ଆମର ଏକ ଥିଏଟର ଗ୍ରୁପ ଥିଲା। ବିଶେଷକରି ନାରୀ ନିର୍ଯାତନା ବିରୋଧରେ ସ୍ବର ଉତ୍ତୋଳନ ସକାଶେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସାମାଜିକ ସଚେତନତା ସୃଷ୍ଟି କରିଥିଲୁ ।
ପ୍ରଥମେ ଚାକିରି ଜୀବନ କେଉଁଠାରୁ ଆରମ୍ଭ କରିଥିଲେ?
* ହାଇଦ୍ରାବାଦଠାରେ ପ୍ରଶିକ୍ଷଣ ଗ୍ରହଣ ପରେ ଓଡ଼ିଶାର କେଉଁଝର ଜିଲାରେ ୬ମାସ ପ୍ରୋବେସନରେ କାର୍ଯ୍ୟକରିବା ପରେ କିଛିଦିନ ପାଇଁ କୋରାପୁଟକୁ ଟ୍ରେନିଂରେ ଯାଇଥିଲି। ଏହାପରେ ରାଉରକେଲା ପାନପୋଷ ଏସ୍‌ଡିପିଓ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲି। ୨୦୧୮ ମାର୍ଚ୍ଚ ୨୬ରେ ସୁନ୍ଦରଗଡ଼ ଏସ୍‌ପି ଭାବେ କାର୍ଯ୍ୟରେ ଯୋଗ ଦେଇଥିଲି।
ଓଡ଼ିଶା କେମିତି ଲାଗୁଛି ?
* ଓଡ଼ିଶାର ପ୍ରକୃତି ପରିବେଶ,କଳା ସଂସ୍କୃତି ମୋତେ ଆକର୍ଷିତ କରିଛି। ଓଡ଼ିଶାର ହସ୍ତଶିଳ୍ପ, ହସ୍ତତନ୍ତକୁ ମୁଁ ଖୁବ୍‌ ଭଲପାଏ। ମୋ ପାଖରେ ଓଡ଼ିଶା ହସ୍ତକଳାର ବହୁ ସାମଗ୍ରୀ ରହିଛି। ସୁନ୍ଦରଗଡ଼ର ଶାନ୍ତ ସରଳ ଅଧିବାସୀଙ୍କ ସହଯୋଗ ମତେ ମିଳିପାରିଛି।
କ’ଣ ଖାଇବାକୁ ଭଲଲଗେ ?
* ଏମିତିରେ ତ ମୁଁ ଶୁଦ୍ଧ ଶାକାହାରୀ। ଭାତ, ଡାଲି, ତରକାରି ଆଦି ସବୁପ୍ରକାର ସାଧାରଣ ଖାଦ୍ୟ ଖାଇଥାଏ। କେଉଁଝରରେ ଥିବା ବେଳେ ପଖାଳ ଖାଇବା ଅଭ୍ୟାସରେ ପଡିଯାଇଥିଲା। ସୁନ୍ଦରଗଡ଼ରେ ଚକୁଳି ପିଠା ମୋର ବେଶ୍‌ ପସନ୍ଦ।
କାହାକୁ ଆଦର୍ଶ ବୋଲି ଭାବନ୍ତି ?
* ବିଶେଷ ଭାବେ ମୋ ଦାଦିମା (ଜେଜେମା) ଓ ମାଆଙ୍କ ଆଦର୍ଶରେ ମୁଁ ଅନୁପ୍ରାଣିତ। ସେମାନଙ୍କ ସହନଶୀଳତା ଓ ଉତ୍ତମ ବ୍ୟବହାର ମୋ ଜୀବନରେ ଗୁରୁତ୍ୱ ଦେଇ ଆଗକୁ ବଢିଚାଲିଛି। ମୋ ବାପା ଆକାଉଣ୍ଟସ ଅଡିଟର ଥିଲେ। ଆମେ ଦୁଇ ଭାଇ ଭଉଣୀ। ୨୦୧୫ରେ ଆମ ଟ୍ରେନିଂ ବ୍ୟାଚର ପଞ୍ଜାବ କ୍ୟାଡର ଆଇପିଏସ୍‌ ଅଫିସର ଦୀପକ ପାରିକ୍‌ଙ୍କ ସହିତ ମୋର ବିବାହ ହୋଇଥିଲା। ସେ ବର୍ତ୍ତମାନ ପଞ୍ଜାବ ଲୁଧିଆନାର ଡିସିପି ଭାବେ କାର୍ଯ୍ୟରତ। ଆମର ଉଭୟଙ୍କ କାର୍ଯ୍ୟ ପ୍ରତି ପରସ୍ପରର ସମ୍ମାନ ରହିଛି।
ଆଜିର ଯୁବ ସମାଜକୁ କି ବାର୍ତ୍ତା ଦେବେ ?
* ଯୁବପିଢ଼ି ନିଜ ମଧ୍ୟରେ ଦୃଢ଼ ଆତ୍ମବିଶ୍ୱାସ ରଖି ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri