ନୟାଗଡ଼ରେ ବଜ୍ରପାତ ବିପତ୍ତି: ୪ ବର୍ଷରେ ଗଲାଣି ୨୭ ଜୀବନ

ନୟାଗଡ଼ ଅଫିସ,୩୦ା୬- ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ବିଭିନ୍ନ ସମୟରେ ବଜ୍ରପାତ ବିପତ୍ତି ଦେଖିବାକୁ ମିଳୁଛି। ଆଉ ଏଥିରେ କେତେକଙ୍କ ଅକାଳ ମୃତ୍ୟୁ ହେଉଥିବାବେଳେ କେତେକ ଗୁରୁତର ହେଉଛନ୍ତି। ୨୬ ଜୁଲାଇ୨୦୧୮ରେ ନୟାଗଡ଼ ବ୍ଲକ ଗଦାଧରପ୍ରସାଦ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ସନ୍ତୋଷ କୁମାର ପ୍ରଧାନ ବିଲକୁ ଯାଇଥିବା ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୬ ସେପ୍ଟେମ୍ବର ୨୦୧୮ରେ ନୂଆଗାଁ ବ୍ଲକ ଖାଲମଡ଼ା ଗ୍ରାମର ଦୟା ଦିହୁଡ଼ି ବିଲରୁ ଘରକୁ ଫେରୁଥିବା ବେଳେ ବଜ୍ରପାତର ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ୨ଦିନ ତଳେ ଗୁରୁବାର ନୟାଗଡ଼ ବ୍ଲକ ବାଉଁଶିଆପଡ଼ା ଗ୍ରାମର ନିରଞ୍ଜନ ଦୀକ୍ଷିତ (୨୭) ବିଲରେ ଗାଈ ଚରାଉଥିବା ବେଳେ ବଜ୍ରପାତର ଶିକାର ହୋଇ ଗୁରୁତର ହୋଇଥିଲେ। ଜିଲାରେ ବିଶେଷକରି ଏପ୍ରିଲ୍‌, ମେ, ଜୁନ୍‌ ମାସରେ ଅଧିକ ବଜ୍ରପାତ ଘଟୁଥିବା ଜଣାପଡ଼ିଛି। ଜିଲା ଜରୁରିକାଳୀନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୪ବର୍ଷରେ ବଜ୍ରପାତରେ ୨୭ ଜଣଙ୍କ ଜୀବନ ହାନି ଘଟିଛି। ୨୦୧୬ରେ ୯, ୨୦୧୭ରେ ୭, ୨୦୧୮ରେ ୯ ଓ ୨୦୧୯ ବର୍ତ୍ତମାନ ସୁଦ୍ଧା ୨ଜଣଙ୍କ ମୃତ୍ୟୁ ଘଟିଛି। ଦଶପଲ୍ଲା ବ୍ଲକରେ ମୃତ୍ୟୁ ସଂଖ୍ୟା ସବୁଠାରୁ ଅଧିକ। ବଜ୍ରପାତ ଯୋଗୁ କେବଳ ଯେ ମଣିଷଙ୍କ ମୃତ୍ୟୁ ଘଟୁଛି ତା’ନୁହେଁ, ପ୍ରାଣୀସମ୍ପଦ ମଧ୍ୟ ମୃତ୍ୟୁମୁଖରେ ପଡୁଛନ୍ତି। ଦୁଇଦିନ ତଳେ ରଣପୁର ବ୍ଲକ ଚମ୍ପାପେଡ଼ି ଗ୍ରାମ ଆମ୍ବତୋଟାରେ ବଜ୍ରପାତରେ ଗୋଟିଏ ଷଣ୍ଢ ଓ ୩ଟି ଗାଈଙ୍କ ମୃତ୍ୟୁ ଘଟିଥିଲା। ୪ବର୍ଷରେ ପାଖାପାଖି ୩୦୦ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗତ ମେ ୨୦ ତାରିଖରେ ବଜ୍ରପାତରେ ଓଡ଼ଗାଁ ସିନେମା ହଲ୍‌ ଛକରେ ଥିବା ଏକ ନଡ଼ିଆ ଗଛ ପୋଡିଯାଇଥିଲା। ପରିବେଶବିତ୍‌ଙ୍କ କହିବା ଅନୁସାରେ ଅଧିକାଂଶ ସମୟରେ ସଚେତନତା ଅଭାବରୁ ଜିଲାରେ ବଜ୍ରପାତ ମୃତ୍ୟୁ ଘଟୁଛି। ତେଣୁ ବିଭାଗ ପକ୍ଷରୁ ଏ ନେଇ ଗ୍ରାମ ଲୋକମାନଙ୍କୁ ସଚେତନ କରାଇବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଶ୍ୱେତକୁମାର ମହାପାତ୍ର କହନ୍ତି, ଯଦି କୌଣସି ବ୍ୟକ୍ତି ବଜ୍ରପାତର ଶିକାର ହୁଅନ୍ତି ତେବେ ତୁରନ୍ତ ତାଙ୍କୁ ମେଡ଼ିକାଲ ଅଣାଯିବା ଦରକାର। ଯଦ୍ଦ୍ବାରା ଚିକିତ୍ସା କରାଯାଇ ତାଙ୍କୁ ସୁସ୍ଥ କରାଯାଇପାରିବ। ସେହିପରି ବଜ୍ରପାତରେ ଯଦି କିଛି ଅଘଟଣ ଘଟିଛି ତା’ହେଲେ ମଧ୍ୟ ଚିକିତ୍ସାଳୟକୁ ଆଣିବା ଦରକାର। ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହାଛଡା ବଜ୍ରପାତ ସମୟରେ ମୋବାଇଲ୍‌ରେ ବିଭିନ୍ନ ସୂଚନା ଆସୁଛି। କାଳବୈଶାଖୀ ନେଇ ମୋବାଇଲ୍‌ରେ ଯଦି ନିଜ ଅଞ୍ଚଳର ବଜ୍ରପାତର ଆଶଙ୍କା ଥିବା ସୂଚନା ଆସୁଛି ସେତେବେଳେ ଘରୁ ବାହାରିବା ଉଚିତ ନୁହେଁ। ସଚେତନ ହେଲେ ଆମେ ସୁରକ୍ଷିତ ରହିପାରିବା ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

କମିଲାନି ଅପାଠୁଆ ଡାକ୍ତରଙ୍କ ରୋଗୀସେବା

ନୟାଗଡ଼,୨୮।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ଅପାଠୁଆ ନକଲି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା ଯୋଗୁ ଦୌରାମତ୍‌ୟ କମିବା ପରିବର୍ତ୍ତେ ବଢ଼ି ଚାଲିଛି । ରଣପୁର ବ୍ଲକ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri