Posted inଖେଳ

ନ୍ୟୁଜିଲାଣ୍ଡ ଗସ୍ତ ଲାଗି ଭାରତୀୟ ଦଳ ଘୋଷଣା : ପାଣ୍ଡ୍ୟା ଫେରିବା ସମ୍ଭାବନା

ମୁମ୍ବାଇ,୧୨।୧(ପି.ଟି.)- ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ରବିବାର ଭାରତୀୟ ଦଳ ଘୋଷଣା ହେବ। ୬ ସପ୍ତାହ ଧରି ଚାଲୁରହିବାକୁ ଥିବା ଏହି ଗସ୍ତରେ ଭାରତ ଓ ନ୍ୟୁଜିଲାଣ୍ଡ ୫ ଟି୨୦, ୩ଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ସୀମିତ ଓଭର ପାଇଁ ଘୋଷଣା ହେବାକୁ ଥିବା ଦଳକୁ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟାବର୍ତ୍ତନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ୨୪ ତାରିଖରୁ ଏହି ଗସ୍ତ ଆରମ୍ଭ ହେବ। ନ୍ୟୁଜିଲାଣ୍ଡରେ ଧଳା ବଲ୍‌ରେ ଭାରତ ୮ଟି ମ୍ୟାଚ୍‌ ଖେଳିବ । ତେଣୁ ୧୫ ବଦଳରେ ଭାରତ ୧୬ କିମ୍ବା ୧୭ ଜଣିଆ ଦଳ ଘୋଷଣା କରିବା ଯଥେଷ୍ଟ ସମ୍ଭାବନା ରହିଛି। ସିନିୟର ଦଳ ସହିତ ଭାରତ ଏ ଦଳ ମଧ୍ୟ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଫଳରେ ପରିସ୍ଥିତି ଅନୁଯାୟୀ ଯଦି ଆବଶ୍ୟକ ପଡେ ଚୟନକର୍ତ୍ତାଙ୍କୁ ଏକାଧିକ ବିକଳ୍ପ ମିଳିପାରିବ।
ଆଗକୁ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ କ୍ରିକେଟର ଏହି ସବୁଠାରୁ ଛୋଟ ଫର୍ମାଟ ପାଇଁ ଦଳ ଚୟନ ଉପରେ ମନୋନିବେଶ କରିବେ। ସଦ୍ୟ ସମାପ୍ତ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ଭାରତ ୨-୦ରେ ବିଜୟୀ ହୋଇ ଭଲ ପ୍ରଦର୍ଶନ କରିଥିଲା। ପାଣ୍ଡ୍ୟା ଏବେ ଭାରତ ଏ ଦଳ ସହିତ ନ୍ୟୁଜିଲାଣ୍ଡରେ ରହିଛନ୍ତି ଓ ଦଳକୁ ଫେରିବା ଯଥେଷ୍ଟ ସମ୍ଭାବନା ରହିଛି। ତେବେ ତାଙ୍କୁ ଏହାପୂର୍ବରୁ କେତୋଟି ନ୍ୟୁଜିଲାଣ୍ଡ ବିପକ୍ଷ ଲିଷ୍ଟ ଏ ମ୍ୟାଚ୍‌ ଖେଳି ଫିଟ୍‌ନେସର ପ୍ରମାଣ ଦେବାକୁ ହେବ। ଏହାକୁ ବାଦ୍‌ ଦେଲେ ସେ ଦୁଇଟି ଓ୍ବାର୍ମ- ଅପ୍‌ ଅଭ୍ୟାସ ମ୍ୟାଚ୍‌ ମଧ୍ୟ ଖେଳିବା କାର୍ଯ୍ୟକ୍ରମ ରହିଛି।
ଆସନ୍ତା ୨୬ ତାରିଖ ପୂର୍ବରୁ ଭାରତ ଏ’ ୩ଟି ଲିଷ୍ଟ ଏ ମ୍ୟାଚ୍‌ ଖେଳିସାରିଥିବ। ପିଠିରେ ଅସ୍ତ୍ରୋପଚାର କରାଇଥିବା ପାଣ୍ଡ୍ୟା ୨୯ ତାରିଖରେ ଖେଳାଯିବାକୁ ଥିବା ତୃତୀୟ ଟି୨୦ରେ ଦଳରେ ସାମିଲ ହେବା ଯଥେଷ୍ଟ ସମ୍ଭାବନା ରହିଛି। ପାଣ୍ଡ୍ୟା ଟି୨୦ ଫର୍ମାଟ ପାଇଁ ଭାରତୀୟ ରଣନୀତିର ଏକ ଅଂଶ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀ କହିଛନ୍ତି। ଟି୨୦ ପରେ ଦିନିକିଆ ଦଳ ମଧ୍ୟ ଘୋଷଣା ହେବ ଓ ଏହା ଟି୨୦ ଦଳର ଏକ ସମ୍ପ୍ରସାରିତ ଅଂଶ ହେବ ବୋଲି ଆଶା କରାଯାଉଛି।
ଦିନିକିଆ ଦଳରେ କେଦାର ଯାଦବଙ୍କ ସ୍ଥାନ ବିପଦରେ ଅଛି ବୋଲି କୁହାଯାଇପାରେ। ନ୍ୟୁଜିଲାଣ୍ଡରେ କେଦାରଙ୍କ ଟେକ୍‌ନିକର ଦୁର୍ବଳତା ପଦାରେ ପଡିଯିବ। ଗତକିଛିଦିନ ହେବ ମଧ୍ୟ ତାଙ୍କ ବୋଲିଂ ଆଶାନୁରୂପ ହୋଇପାରିନାହିଁ। ଟେକ୍‌ନିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଅଜିଙ୍କ୍ୟ ରାହାନେ ଦଳକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ବିସ୍ଫୋରକ ପାଓ୍ବାର ହିଟିଂ ବ୍ୟାଟ୍ସମ୍ୟାନ ମୁମ୍ବାଇର ସୂର୍ଯ୍ୟକୁମାର ଯାଦବ ୫ କିମ୍ବା ୬ ନମ୍ବରରେ ଦିନିକିଆ ଦଳରେ ସ୍ଥାନ ପାଇବାର ସମ୍ଭାବନା ସୃଷ୍ଟି କରିଛନ୍ତି। ସୂର୍ଯ୍ୟ ଓ ସଞ୍ଜୁ ସାମସନ ଭାରତ ଏ ଦଳରେ ସ୍ଥାନ ପାଇଛନ୍ତି।
ଅପରପକ୍ଷରେ ଟେଷ୍ଟ ଦଳରେ ସେଭଳି ବଡ଼ ଧରଣର ପରିବର୍ତ୍ତନ ହେବ ବୋଲି ଆଶା କରାଯାଉ ନାହିଁ। ତେବେ ତୃତୀୟ ଓପନର ବିକଳ୍ପ ନେଇ ଚୟନକର୍ତ୍ତା ଆଲୋଚନା କରିବେ। ଟପ୍‌ ଫର୍ମରେ ଥିବା ଲୋକେଶ ରାହୁଲ ଓ ଯୁବ ଓପନର ଶୁବମନ ଗିଲ୍‌ ଏହି ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଜଣେ ପଞ୍ଚମ ଦ୍ରୁତ ବୋଲର ବଦଳରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଜଣେ ତୃତୀୟ ସ୍ପିନରଙ୍କୁ ଆବଶ୍ୟକ ପଡିଲେ ଦଳରେ ସାମିଲ କରାଯାଇପାରେ। ଯଶପ୍ରୀତ ବୁମ୍‌ରା, ଉମେଶ ଯାଦବ, ମହମ୍ମଦ ସାମି ଓ ଇଶାନ୍ତ ଶର୍ମାଙ୍କୁ ଏହି ତୃତୀୟ ସ୍ପିନର ସହଯୋଗ କରିବେ। ଯଦି ଫିଟ୍‌ନେସ ସମସ୍ୟା ନ ଥାଏ ବାକି ଖେଳାଳିମାନେ ସିଧାସଳଖ ଦଳରେ ସ୍ଥାନ ହାସଲ କରିବେ ଓ ଏଥିରେ କୌଣସି ସମସ୍ୟା ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

ପେମେଣ୍ଟ ଲିଙ୍କ୍‌ ସହ ସ୍ଥାନୀୟ ମୁଦ୍ରାରେ କାରବାର କର

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ଏବଂ ସେମାନଙ୍କର ତତ୍କାଳୀନ ପେମେଣ୍ଟ ସିଷ୍ଟମର ସଂଯୋଗୀକରଣ ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ…

ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଦିଗପହଣ୍ଡି, ୧୨।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ-୨୦୨୬’ ଅନୁଷ୍ଠିତ ହୋଇଯାଇଛି।…

BRICS: ୭ ବର୍ଷ ପରେ ଭାରତ ଆସିଛନ୍ତି ସି ଜିନପିଙ୍ଗ, ଜାଣନ୍ତୁ କେବେ ଭେଟିବେ ପ୍ରଧାନମନ୍ତ୍ରୀ ମୋଦଙ୍କୁ

ନୂଆଦିଲ୍ଲୀ,୧୨।୯: ଭାରତ ଆଜି (ଶନିବାର) ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଆୟୋଜନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ…

ବ୍ରିକ୍ସ (BRICS) ସମ୍ମିଳନୀରେ ଆମେରିକା ଉପରେ ବର୍ଷିଲେ ରୁଷିଆ-ଇରାନ; ଆୟୋଜକ ଭାରତ ସମ୍ମୁଖରେ କ’ଣ ରହିଛି ଆହ୍ବାନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରୁଷିଆ ଏବଂ ଇରାନ ଶୁକ୍ରବାର, ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଦ୍ୱାରା ଲାଗୁ କରାଯାଇଥିବା କଟକଣା ଏବଂ ଆକ୍ରମଣାତ୍ମକ କାର୍ଯ୍ୟକଳାପର ସମାଲୋଚନା କରିଛନ୍ତି। ସେମାନେ…

Bank Strike Update: ୧୪ ଯାଏ ବ୍ୟାଙ୍କ ବନ୍ଦ! ଜରୁରୀ କାମ ଥିଲେ କଣ କରିବେ?

ନୂଆଦିଲ୍ଲୀ,୧୨।୯: ଯଦି ଆପଣଙ୍କ ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ, କ୍ୟାସ, ଜମା କିମ୍ୱା ଉଠାଣ, ପାସବୁକ୍ ଅପଡେଟ୍ ଭଳି କୌଣସି ଜରୁରୀ କାମ ବାକି ଅଛି, ତେବେ ଆପଣଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?