ନୈରାଶ୍ୟଜନକ ସ୍ଥିତିରେ ନିଯୁକ୍ତି ବଜାର

ନୂଆଦିଲ୍ଲୀ,୧୦।୬: କୋଭିଡ୍‌-୧୯ ବିଶ୍ୱ ବଜାରକୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ କରିଛି। ଲକ୍‌ଡାଉନ ଯୋଗୁ କାରବାର ଟ୍ରାକ୍‌ ବାହାରକୁ ଚାଲିଯାଇଛି। ବର୍ତ୍ତମାନ କଟକଣା କୋହଳ ହେଉଥିଲେ ମଧ୍ୟ ସବୁକିଛି ଠିକ୍‌ ଅବସ୍ଥାକୁ ଆସିବା ଲାଗି ଅନେକ ସମୟ ଲାଗିବ। ବର୍ତ୍ତମାନ କମ୍ପାନୀଗୁଡିକ କ୍ଷତି ଯୋଗୁ ଅନେକ ପରିମାଣରେ ଛଟେଇ କରୁଥିବା ଦେଖାଯାଉଛି। ଏହି ସମୟରେ ଦେଶର ନିଯୁକ୍ତି ବଜାର ନୈରାଶ୍ୟଜନକ ସ୍ଥିତିରେ ରହିଥିବା ଜଣାପଡିଛି। ଆଗାମୀ ୩ ମାସରେ ମାତ୍ର ୫% କମ୍ପାନୀ ନୂଆ ନିଯୁକ୍ତି ସପକ୍ଷରେ ରହିଛନ୍ତି। ମ୍ୟାନ ପାଓ୍ବାର ଗ୍ରୁପ୍‌ ଏମ୍ପ୍ଲୟମେଣ୍ଟ ଆଉଟଲୁକ୍‌ ସର୍ଭେ ମୁତାବକ ନିଯୁକ୍ତି ବଜାର ୧୫ ବର୍ଷର ସବୁଠାରୁ ଦୁର୍ବଳ ସ୍ଥିତିରେ ରହିଛି। ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ନେଟ୍‌ ନିଯୁକ୍ତି ଆଉଟଲୁକ୍‌ ମାତ୍ର ୫% ରହିବା ନେଇ ସର୍ଭେରେ ପୂର୍ବାନୁମାନ କରାଯାଇଛି।
୪୪ ଦେଶର ଲୋକଙ୍କୁ ନେଇ ସର୍ଭେ କରାଯାଇଥିବା ବେଳେ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ନିଯୁକ୍ତି ପ୍ରଦାନ ଧାରା ସାମାନ୍ୟ ଉନ୍ନତ ରହିବ। ନିଯୁକ୍ତି ପ୍ରଦାନରେ ଭଲ ସ୍ଥିତିରେ ଥିବା ଅନ୍ୟ ୩ ପ୍ରମୁଖ ଦେଶଗୁଡିକ ମଧ୍ୟରେ ଜାପାନ, ଚାଇନା ଏବଂ ତାଇଓ୍ବାନ ରହିଛି। ଲକ୍‌ଡାଉନ ପାଇଁ ଭାରତର କର୍ପୋରେଟ ଜଗତ ବହୁ ସଂଖ୍ୟାରେ ଛଟେଇ କରୁଥିବା ଜଣାପଡିଛି। ଲକ୍‌ଡାଉନ ପରବର୍ତ୍ତୀ ବଜାର ଉପରେ ସବୁକିଛି ନିର୍ଭର କରୁଛି ବୋଲି ମ୍ୟାନ୍‌ ପାଓ୍ବାର ଗ୍ରୁପ୍‌ ଏମ୍‌ଡି ସନ୍ଦୀପ ଗୁଲାଟି କହିଛନ୍ତି। ସରକାରଙ୍କ ଆର୍ଥତ୍କ ପ୍ୟାକେଜ ଦ୍ୱାରା ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବା ନେଇ ଆଶା ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହାର ଭଲ ପ୍ରଭାବ ନିଯୁକ୍ତି ଉପରେ ପଡିପାରେ। ଖଣି, ନିର୍ମାଣ, ଅର୍ଥ, ବୀମା ଏବଂ ରିୟଲ ଇଷ୍ଟେଟ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଉନ୍ନତ ରହିବା ନେଇ ଆକଳନ କରାଯାଇଛି।
ମଧ୍ୟମବର୍ଗ କମ୍ପାନୀଗୁଡିକରେ ନିଯୁକ୍ତି ପ୍ରଦାନ ଧାରା ଉନ୍ନତ ରହିଛି। ଏହା ପଛକୁ ବଡ କମ୍ପାନୀ ଏବଂ ଅଣୁ ଶିଳ୍ପ ରହିଛି। ଦେଶର ଉତ୍ତର ଏବଂ ଦକ୍ଷିଣ ଭାଗରେ ନିଯୁକ୍ତି ଯୋଗାଣ ଧାରା ଉନ୍ନତ ରହିବ ବୋଲି କୁହାଯାଇଛି। ବଜାରର ଚାହିଦା କିଭଳି ରହିବ ତାହା କମ୍ପାନୀଗୁଡିକର ଆଗାମୀ କାର୍ଯ୍ୟପନ୍ଥା ଉପରେ ନିର୍ଭର କରୁଛି। ଲକ୍‌ଡାଉନ ସମୟରେ ଟେକ୍ନୋଲୋଜି ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଭାରତ, ଜାପାନ, ଆମେରିକା, ଚାଇନା ଏବଂ ତାଇଓ୍ବାନରେ ଭଲ ନିଯୁକ୍ତି ଯୋଗାଣ ନେଇ ରିପୋର୍ଟରେ ଆଶା ରଖାଯାଇଛି। ସେହିଭଳି ସିଙ୍ଗାପୁର, କୋଷ୍ଟାରିକା, କଲମ୍ବିଆ, ପେରୁ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶଗୁଡିକରେ ନିଯୁକ୍ତି ବଜାର ଏତେ ଉନ୍ନତ ହୋଇପାରିବ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ଗତବର୍ଷ ତୁଳନାରେ ନିଯୁକ୍ତି ହାର ପ୍ରାୟ ୪୨ରୁ ୪୩% ଧୀମା ରହିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri