ନୈରାଶ୍ୟଜନକ ସ୍ଥିତିରେ ନିଯୁକ୍ତି ବଜାର

ନୂଆଦିଲ୍ଲୀ,୧୦।୬: କୋଭିଡ୍‌-୧୯ ବିଶ୍ୱ ବଜାରକୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ କରିଛି। ଲକ୍‌ଡାଉନ ଯୋଗୁ କାରବାର ଟ୍ରାକ୍‌ ବାହାରକୁ ଚାଲିଯାଇଛି। ବର୍ତ୍ତମାନ କଟକଣା କୋହଳ ହେଉଥିଲେ ମଧ୍ୟ ସବୁକିଛି ଠିକ୍‌ ଅବସ୍ଥାକୁ ଆସିବା ଲାଗି ଅନେକ ସମୟ ଲାଗିବ। ବର୍ତ୍ତମାନ କମ୍ପାନୀଗୁଡିକ କ୍ଷତି ଯୋଗୁ ଅନେକ ପରିମାଣରେ ଛଟେଇ କରୁଥିବା ଦେଖାଯାଉଛି। ଏହି ସମୟରେ ଦେଶର ନିଯୁକ୍ତି ବଜାର ନୈରାଶ୍ୟଜନକ ସ୍ଥିତିରେ ରହିଥିବା ଜଣାପଡିଛି। ଆଗାମୀ ୩ ମାସରେ ମାତ୍ର ୫% କମ୍ପାନୀ ନୂଆ ନିଯୁକ୍ତି ସପକ୍ଷରେ ରହିଛନ୍ତି। ମ୍ୟାନ ପାଓ୍ବାର ଗ୍ରୁପ୍‌ ଏମ୍ପ୍ଲୟମେଣ୍ଟ ଆଉଟଲୁକ୍‌ ସର୍ଭେ ମୁତାବକ ନିଯୁକ୍ତି ବଜାର ୧୫ ବର୍ଷର ସବୁଠାରୁ ଦୁର୍ବଳ ସ୍ଥିତିରେ ରହିଛି। ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ନେଟ୍‌ ନିଯୁକ୍ତି ଆଉଟଲୁକ୍‌ ମାତ୍ର ୫% ରହିବା ନେଇ ସର୍ଭେରେ ପୂର୍ବାନୁମାନ କରାଯାଇଛି।
୪୪ ଦେଶର ଲୋକଙ୍କୁ ନେଇ ସର୍ଭେ କରାଯାଇଥିବା ବେଳେ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ନିଯୁକ୍ତି ପ୍ରଦାନ ଧାରା ସାମାନ୍ୟ ଉନ୍ନତ ରହିବ। ନିଯୁକ୍ତି ପ୍ରଦାନରେ ଭଲ ସ୍ଥିତିରେ ଥିବା ଅନ୍ୟ ୩ ପ୍ରମୁଖ ଦେଶଗୁଡିକ ମଧ୍ୟରେ ଜାପାନ, ଚାଇନା ଏବଂ ତାଇଓ୍ବାନ ରହିଛି। ଲକ୍‌ଡାଉନ ପାଇଁ ଭାରତର କର୍ପୋରେଟ ଜଗତ ବହୁ ସଂଖ୍ୟାରେ ଛଟେଇ କରୁଥିବା ଜଣାପଡିଛି। ଲକ୍‌ଡାଉନ ପରବର୍ତ୍ତୀ ବଜାର ଉପରେ ସବୁକିଛି ନିର୍ଭର କରୁଛି ବୋଲି ମ୍ୟାନ୍‌ ପାଓ୍ବାର ଗ୍ରୁପ୍‌ ଏମ୍‌ଡି ସନ୍ଦୀପ ଗୁଲାଟି କହିଛନ୍ତି। ସରକାରଙ୍କ ଆର୍ଥତ୍କ ପ୍ୟାକେଜ ଦ୍ୱାରା ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବା ନେଇ ଆଶା ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହାର ଭଲ ପ୍ରଭାବ ନିଯୁକ୍ତି ଉପରେ ପଡିପାରେ। ଖଣି, ନିର୍ମାଣ, ଅର୍ଥ, ବୀମା ଏବଂ ରିୟଲ ଇଷ୍ଟେଟ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଉନ୍ନତ ରହିବା ନେଇ ଆକଳନ କରାଯାଇଛି।
ମଧ୍ୟମବର୍ଗ କମ୍ପାନୀଗୁଡିକରେ ନିଯୁକ୍ତି ପ୍ରଦାନ ଧାରା ଉନ୍ନତ ରହିଛି। ଏହା ପଛକୁ ବଡ କମ୍ପାନୀ ଏବଂ ଅଣୁ ଶିଳ୍ପ ରହିଛି। ଦେଶର ଉତ୍ତର ଏବଂ ଦକ୍ଷିଣ ଭାଗରେ ନିଯୁକ୍ତି ଯୋଗାଣ ଧାରା ଉନ୍ନତ ରହିବ ବୋଲି କୁହାଯାଇଛି। ବଜାରର ଚାହିଦା କିଭଳି ରହିବ ତାହା କମ୍ପାନୀଗୁଡିକର ଆଗାମୀ କାର୍ଯ୍ୟପନ୍ଥା ଉପରେ ନିର୍ଭର କରୁଛି। ଲକ୍‌ଡାଉନ ସମୟରେ ଟେକ୍ନୋଲୋଜି ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଭାରତ, ଜାପାନ, ଆମେରିକା, ଚାଇନା ଏବଂ ତାଇଓ୍ବାନରେ ଭଲ ନିଯୁକ୍ତି ଯୋଗାଣ ନେଇ ରିପୋର୍ଟରେ ଆଶା ରଖାଯାଇଛି। ସେହିଭଳି ସିଙ୍ଗାପୁର, କୋଷ୍ଟାରିକା, କଲମ୍ବିଆ, ପେରୁ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶଗୁଡିକରେ ନିଯୁକ୍ତି ବଜାର ଏତେ ଉନ୍ନତ ହୋଇପାରିବ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ଗତବର୍ଷ ତୁଳନାରେ ନିଯୁକ୍ତି ହାର ପ୍ରାୟ ୪୨ରୁ ୪୩% ଧୀମା ରହିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri