ବଦଳୁଛି ଚିତ୍ରଶିଳ୍ପୀଙ୍କ ରୁଚି: ‘ମଡ୍‌ ଆର୍ଟ’ ପ୍ରତି ବଢ଼ୁଛି ଆଗ୍ରହ

ବାଲେଶ୍ୱର ଅଫିସ, ୧୦।୬(ମାନସ ବିଶ୍ୱାଳ)-ପରିବର୍ତ୍ତନଶୀଳ ସମାଜରେ ଦିନକୁ ଦିନ କଳାକାରଙ୍କ ରୁଚି ବଦଳୁଛି। ଚିତ୍ରଶିଳ୍ପୀମାନେ ଭିନ୍ନ ଭିନ୍ନ ଆର୍ଟ ମାଧ୍ୟମରେ ନିଜର ସ୍ଥିତିକୁ ଜାହିର କରି ସଚେତନତାର ବାର୍ତ୍ତା ଦେବାରେ ଲାଗିପଡ଼ିଛନ୍ତି। ବିଶେଷ କରି ମଡ୍‌ ଆର୍ଟ ଜୀବନ୍ତ ଓ ହୃଦୟସ୍ପର୍ଶୀ ହୋଇଥିବାରୁ ଚିତ୍ରଶିଳ୍ପୀମାନେ ଏହାକୁ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଯାହାକି ସେମାନଙ୍କୁ ଆଣି ଦେଉଛି ସ୍ବତନ୍ତ୍ର ପରିଚିତି । ମଡ୍‌ ଆର୍ଟରେ ମଡ୍‌ ବା କାଦୁଅକୁ ସର୍ବାଙ୍ଗରେ ବୋଳି କଳାକାର ଅଭିନୟ କରନ୍ତି। ଏହାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆ ମାଧ୍ୟମରେ ମନର ଅଭିବ୍ୟକ୍ତିକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସହଜ ହେଉଛି। ଏହି କଳା ପ୍ରତି ଧୀରେ ଧୀରେ ଯୁବତୀଯୁବକମାନେ ଆଗ୍ରହ ପ୍ରକାଶ କରୁଛନ୍ତି।
ପଙ୍କରେ କରାଯାଇଥିବା କଳାକୁ ‘ମଡ୍‌ ଆର୍ଟ’ କୁହାଯାଏ। ଆବହମାନ କାଳରୁ ଲୋକମାନେ ଘର କାନ୍ଥରେ ପଙ୍କ ଲେସି ଭିନ୍ନ ଭିନ୍ନ ଚିତ୍ର କରୁଥିବା ଦେଖିବାକୁ ମିଳେ। ପରବର୍ତ୍ତୀ ସମୟରେ ଏହାକୁ ନୂଆ ରୂପ ଦିଆଯାଇ ଦେହରେ ବୋଳି ଅଭିନୟ କରାଯାଉଛି। ଭିଜୁଆଲ ପରଫର୍‌ମିଂ ନାମରେ ୬ମାସ ପୂର୍ବରୁ ସୋସିଆଲ ମିଡିଆରେ ପ୍ରଥମ କରି ଏହା ଜନ୍ମନେଇ ଜଣାଶୁଣା ହୋଇପାରିଛି। ଏହି ଆର୍ଟରେ ଗୀତ ମାଧ୍ୟମରେ ଅଭିନୟ ପରିବେଷଣ କରାଯାଉଥିବାରୁ ଦର୍ଶକମାନେ ଆକୃଷ୍ଟ ହେଉଛନ୍ତି। ସରକାରୀ ସହଯୋଗ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି କଳା ପ୍ରଦର୍ଶନ ହେଲେ କଳାକାରମାନେ ଦେଶବିଦେଶରେ ସୁନାମ ଅର୍ଜନ କରିପାରନ୍ତେ ବୋଲି ଆଶା ରଖିଛନ୍ତି। ଏହାକୁ ନେଇ କର୍ମଶାଳା ଅନୁଷ୍ଠିତ ହେଉଛି। ଉକ୍ତ କର୍ମଶାଳାର ଦୃଶ୍ୟମାନକୁ ନେଇ ଏକ ଡକ୍ୟୁମେଣ୍ଟାରୀ କରାଯିବାର ଯୋଜନା କରାଯାଇଛି ବୋଲି ବିଶିଷ୍ଟ ଶିଳ୍ପୀ କେଶୁ ଦାସ କହିଛନ୍ତି।
ବାଲେଶ୍ୱର ଜିଲା ରେମୁଣା ବ୍ଲକ କୋଶମ୍ବନଗରରେ ଶିଳ୍ପୀ କେଶୁ ଦାସଙ୍କ ନିର୍ଦ୍ଦେଶନାରେ ‘କନ୍ୟା ଅନମୋଲ ହୈ’ ଅନୁଷ୍ଠାନ ଦ୍ୱାରା ଏକଦିନିଆ ‘ମଡ୍‌ ଆର୍ଟ’ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ୭ଜଣ ବାଳକ ଓ ପୁରୁଷ ଏବଂ ୮ଜଣ ବାଳିକା ଓ ମହିଳା ଅଂଶଗ୍ରହଣ କରିଥିଲେ। କଳାକାରମାନଙ୍କ କହିବାନୁସାରେ ପୁରାତନ ବିଷୟବସ୍ତୁ ଉପରେ କୌଣସି ‘ମଡ୍‌ ଆର୍ଟ’ ପ୍ରସ୍ତୁତ କରାଯାଇ କ୍ୟାମେରାରେ ଫଟୋ ଉତ୍ତୋଳନ ପରେ ଦର୍ଶକମାନେ ଆଖି ଫେରାଇ ପାରନ୍ତି ନାହିଁ। ଯାହା ଜଣେ କଳାକାରଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିଥାଏ ବୋଲି କ୍ୟାମେରା ନିର୍ଦ୍ଦେଶକ ପ୍ରୀତମ ନାୟକ ପ୍ରକାଶ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ଉକ୍ତ କଳାକୁ ଅନଲାଇନ୍‌ ଭଡିଓ କନ୍‌ଫରେନ୍ସ ଯୋଗେ ଭୁବନେଶ୍ୱରର ଉତ୍କଳ ହାଇଟସ୍‌ରୁ କନ୍ୟା ଅନମୋଲର ମୁଖ୍ୟ ସରୋଜ ଦାଶ ଶିଳ୍ପୀମାନଙ୍କୁ ଉତ୍ସାହିତ କରିବାକୁ ମଧ୍ୟ ଭୁଲି ନ ଥିଲେ। ଅନ୍ୟପକ୍ଷରେ ‘ମଡ୍‌ ଆର୍ଟ’ ସଂଜ୍ଞାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ମାଟିରେ ତିଆରି ହୋଇଥିବା ବିଭିନ୍ନ କଳାକୃତିକୁ ‘ମଡ୍‌ ଆର୍ଟ’ ବୋଲି କୁହାଯାଉଥିବା ବେଳେ ଦେହରେ କାଦୁଅ ବୋଳି ହୋଇ ଜୀବନ୍ତ ମଣିଷମାନେ କୌଣସି ବିଷୟକୁ ନେଇ ପ୍ରଦର୍ଶନ କରୁଥିବା କଳାକୁ ମଡ୍‌ ଥେରାପି ବୋଲି ମତ ରଖିଛନ୍ତି।
ଏ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରିଣୀ ମନସ୍ବିନୀ ରାଉତ କହନ୍ତି, ‘ମଡ୍‌ ଆର୍ଟ’ ଭିଜୁଆଲ ଆର୍ଟର ଅଂଶବିଶେଷ। ଏଥିପାଇଁ ବିଭାଗୀୟ ସ୍ବତନ୍ତ୍ରତା କିଛି ନାହଁି। ଲୋକମାନେ ଦେହରେ କାଦୁଅ ବୋଳି ହୋଇ ଦେଖାଉଥିବା କଳାକୁ ମଡ୍‌ ଥେରାପି ବୋଲି କୁହାଯାଇପାରେ। ଜିଲାରେ ଏଭଳି କଳାର ପ୍ରସାରକୁ ଆଖିଆଗରେ ରଖି ଜିଲାପାଳଙ୍କ ସହ ଆଲୋଚନା କରି ସଂସ୍କୃତି ବିଭାଗକୁ ଏହାର ସ୍ବତନ୍ତ୍ରତା ନିମନ୍ତେ ରିପୋର୍ଟ କରିବେ ବୋଲି ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri