‘ନୃତ୍ୟକଳାରେ ଲୁଚିଛି ଆମ ପରିଚୟ’: ଶାସ୍ତ୍ରୀୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଲକ୍ଷ୍ୟରେ ଶୁଭେନ୍ଦୁ

ଭଦ୍ରକ ଅଫିସ, ୨୧।୮- ଭଦ୍ରକ ଜିଲାରେ ଲୋକକଳା ଓ ସଂସ୍କୃତି ଅନନ୍ୟ। ଏ ମାଟିରେ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ସମେତ ମୋଗଲ ତାମସା, ଚଢେୟା ଚଢେୟାଣୀ ଲୋକ ନାଟକ, ପତର ସଉରା ଭଳି ବିଭିନ୍ନ ଲୋକକଳା ବିକଶିତ ହୋଇଛି। ଏହି ଲୋକକଳାର ବିକାଶ କରି ଏହାକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିବା ସହ ଶାସ୍ତ୍ରୀୟ ଓ ଲୋକକଳା ଗବେଷଣା କେନ୍ଦ୍ର ପ୍ରତିଷ୍ଠା ତାଙ୍କ ଜୀବନର ଅନ୍ୟତମ ଲକ୍ଷ୍ୟ ବୋଲି ଭଦ୍ରକର ଯୁବ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଶୁଭେନ୍ଦୁ ଲେଙ୍କା(୨୪) କହିଛନ୍ତି।
ଶୁଭେନ୍ଦୁଙ୍କ ଘର କଟସାହି ଶହୀଦନଗର ଅଞ୍ଚଳରେ। ପିଲାଟି ବେଳୁ ନୃତ୍ୟ ପ୍ରତି ତାଙ୍କର ରୁଚି ରହିଥିଲା। ପ୍ରଥମେ ସେ ଆଧୁନିକ ନୃତ୍ୟ ଶିଖିଥିଲେ। ପରେ ଶାସ୍ତ୍ରୀୟ ନୃତ୍ୟ ଓ ଲୋକ ନୃତ୍ୟ ପ୍ରତି ତାଙ୍କର ରୁଚି ବଢିଥିଲା। ଓଡ଼ିଶୀ ନୃତ୍ୟଗୁରୁ ବିଚିତ୍ରାନନ୍ଦ ସ୍ବାଇଁ, ଗୁରୁ ଶାଶ୍ୱତ ଜୋଷି, ଗୁରୁ ରବିଶଙ୍କର ଠାକୁରଙ୍କ ଠାରୁ ସେ ନୃତ୍ୟ ଶିକ୍ଷା କରି ସେବେଠାରୁ କଳାର ପ୍ରଚାର ପ୍ରସାର ଲାଗି କାର୍ଯ୍ୟ କରୁଛନ୍ତି। ସେ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ନୃତ୍ୟ ପ୍ରଦର୍ଶନ କରି ଲୋକପ୍ରିୟତା ହାସଲ କରପାରିଛନ୍ତି। ମା’ ମଞ୍ଜୁଲତା ଓ ବାପା ଜଗବନ୍ଧୁ ଲେଙ୍କାଙ୍କ ପ୍ରୋତ୍ସାହନ ପାଇ ସେ ଆଗକୁ ବଢି ଚାଲିଛନ୍ତି। ଧରିତ୍ରୀ ସହ ସାକ୍ଷାତ ଆଲୋଚନା ବେଳେ ସେ କହିଥିଲେ, ଓଡିଶୀ ନୃତ୍ୟ ବ୍ୟତୀତ ମୋଗଲ ତାମସା, ଚଢେୟା ଚଢେୟାଣୀ ଲୋକନାଟକ, ପତର ସଉରା, ଦେବଦାସୀ ନୃତ୍ୟ, ମାହାରୀ ଆଦି ନୃତ୍ୟରେ ସେ ଅଭିନୟ କରି ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଯେ କୌଣସି କାର୍ଯ୍ୟକ୍ରମ ଆୟୋଜନ ହେଲେ ନୃତ୍ୟ ଓ ସଙ୍ଗୀତରୁ ଏହାକୁ ଆରମ୍ଭ କରିବା ପରମ୍ପର ରହିଛି। କେବଳ ସେତିକି ନୁହେଁ ଆମ ଲୋକକଳାରେ ଆମ ସଂସ୍କୃତିର ପ୍ରାଣସ୍ପନ୍ଦନ ଲୁଚିରହିଛି, ଯାହା ସାମାଜିକ ଜୀବନକୁ ସରସ ସୁନ୍ଦର କରିଆସିଛି। ଏଣୁ କଳାକୁ ସେ ଆପଣାଇ ଏ ଦିଗରେ ସାଧନା ଜାରି ରଖିଛନ୍ତି। ସେ ନିଜେ କୋରିଓଗ୍ରାଫର୍‌ ହୋଇ ପ୍ରାୟ ୨ ଶହରୁ ଊର୍ଦ୍ଧ୍ୱ ପିଲାଙ୍କୁ ଶାସ୍ତ୍ରୀୟ ନୃତ୍ୟ ଶିକ୍ଷାଦାନ କରିଛନ୍ତି। ଏଥିସହ ନିଜେ ୨ ଘଣ୍ଟା ଅଭ୍ୟାସ କରିଛନ୍ତି । ସେ ସିଭିଲରେ ଡିପ୍ଲୋମା ହାସଲ ପରେ ଓଡିଶୀ ନୃତ୍ୟଶିଳ୍ପୀ ପାଇଁ ବିଶାରଦ ଅଧ୍ୟୟନ କରୁଛନ୍ତି। ଏହାମଧ୍ୟରେ ସେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଅନେକ ପୁରସ୍କାର ସାଉଣ୍ଟିଛନ୍ତି। ଏଥିରେ ରାଜ୍ୟସ୍ତରୀୟ ଲୋକନୃତ୍ୟ ସମ୍ମାନ, ରାଜ୍ୟସ୍ତରୀୟ ନୃତ୍ୟପ୍ରବୀଣ ସମ୍ମାନ, ରାଜ୍ୟ ସଂସ୍କୃତି ସମ୍ମାନ, ଗୁରୁ ନାଟ୍ୟଚାର୍ଯ୍ୟ ସମ୍ମାନ, ରାଜ୍ୟ ପ୍ରତିଭା ସମ୍ମାନ, ନୃତ୍ୟ ଭାରତୀ, କଳାଭାରତୀ, ଗୁରୁକୀର୍ତ୍ତି ସମ୍ମାନ, ରାଜ୍ୟ ନାଟକ ମହୋତ୍ସବ ସମ୍ମାନ, ଜାତୀୟସ୍ତରୀୟ ଜାତୀୟ ଯୁବପ୍ରତିଭା ସମ୍ମାନ, ଜାତୀୟ ହସ୍ତତନ୍ତ ସମ୍ମାନ, ଜାତୀୟ ଜୀବନସାଧକ ସମ୍ମାନ, ଜାତୀୟ ଯୁବ ମହୋତ୍ସବ, ଜାତୀୟ ସଂସ୍କୃତି ସମ୍ମାନ, କଳାଶ୍ରୀ ସମ୍ମାନ ରହିଛି। ଏହି ଯାତ୍ରା ଆରମ୍ଭ ପଥରେ ସେ ପ୍ରଥମେ ଅସୁରାଳି ଠାରେ ହୋଇଥିବା ବ୍ଲକସ୍ତରୀୟ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ପ୍ରଶଂସା ପାଇବା ପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।
ଶୁଭେନ୍ଦୁ କହନ୍ତି, ନିଜ ମାଟି, ନିଜ ଭାଷା ଓ ନିଜ ନୃତ୍ୟକୁ ଆମେ ଭୁଲିବା ଉଚିତ ନୁହେଁ। ଯୁବପିଢି ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟକଲେ କଳା ଓ ସଂସ୍କୃତିର ବିକାଶ ହୋଇପାରିବ। ବର୍ତ୍ତମାନର ଯୁବପିଢିରେ ପ୍ରତିଭାଙ୍କର ଅଭାବ ନାହିଁ । ସେମାନେ କଳାସଂସ୍କୃତିର ବିକାଶ ଲାଗି ଉଦ୍ୟମ କଲେ ଏ ମାଟି ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?