ନୂଆଗାଁ ବ୍ଲକରେ ସ୍ବଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣ : ନିମ୍ନମାନର କାମ କରି ଟଙ୍କା ହଡ଼ପ ଉଦ୍ୟମ

ନୂଆଗାଁ,୯ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ) ମାଧ୍ୟମରେ ପ୍ରତି ପରିବାରକୁ ଘରୋଇ ପାଇଖାନା ଯୋଗାଇ ଦିଆଯାଉଛି। ହେଲେ ଅନେକ ସ୍ଥାନରେ ନିମ୍ନମାନର ପାଇଖାନା ନିର୍ମାଣ କରି ଟଙ୍କା ହଡ଼ପ କରିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହେଉଛି ।
ଏହି ଯୋଜନାରେ ପ୍ରତି ପରିବାରକୁ ପାଇଖାନା ନିର୍ମାଣର କାର୍ଯ୍ୟାଦେଶ ଦିଆଯାଇ ସେଥିପାଇଁ ୧୨,୦୦୦ ଟଙ୍କା ଅନୁଦାନ ଦିଆଯାଉଛି। କାର୍ଯ୍ୟାଦେଶ ପାଇବାର ୧୫ ଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଦେଶ ରହିଛି। ପୁଣି କାମ ସାରିବାର ଏକସପ୍ତାହ ମଧ୍ୟରେ ଅନୁଦାନ ପ୍ରଦାନ କରିବାର ନିୟମ ରହିଛି। କିନ୍ତୁ ନୂଆଗାଁ ବ୍ଲକର ଅନେକ ହିତାଧିକାରୀ ପାଇଖାନା ନିର୍ମାଣ କରିବାର ଏକବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ବିଲ୍‌ ପ୍ରଦାନ କରାଯାଇ ନାହିଁ। ଫଳରେ ଘରୋଇ ପାଇଖାନା ନିର୍ମାଣ କରିବା ପାଇଁ ହିତାଧିକାରୀ ଇଚ୍ଛା ପ୍ରକାଶ କରୁନାହାନ୍ତି। ଅନ୍ୟପକ୍ଷରେ ଅକ୍ଟୋବର ୨ ତାରିଖ ସୁଦ୍ଧା ଏହି ଯୋଜନା ବନ୍ଦ ହେବାକୁ ଯାଉଥିବାରୁ କିଭଳି ବେସ୍‌ ଲାଇନ ସର୍ଭେରେ ରହିଥିବା ହିତାଧିକାରୀଙ୍କ ପାଇଖାନା ନିର୍ମାଣ କରାଯିବ ସେଥିପାଇଁ ବ୍ଲକ ପ୍ରଶାସନ ଓ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଥିଲା। ତେଣୁ ପାଇଖାନା ନିର୍ମାଣ ପାଇଁ ଅନେକ ଠିକାସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରାଗଲା । କମ୍‌ ସମୟ ମଧ୍ୟରେ କିଭଳି ଅଧିକ ପାଇଖାନା ନିର୍ମାଣ କରାଯିବ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କଠାରୁ ଠିକାଦାରଙ୍କ ପର୍ଯ୍ୟନ୍ତ ଲାଗିପଡିଛନ୍ତି। ସରକାରୀ ନିୟମ ଅନୁସାରେ ଦିଆଯାଉଥିବା ଅନୁଦାନରେ ପାଇଖାନା ଘର ନିର୍ମାଣ, ପ୍ୟାନ ବସାଇ କବାଟ ଲଗାଇବା, ଦୁଇ ଗୋଟି ଟାଙ୍କି ଖୋଳି ପ୍ରତ୍ୟେକ ଟାଙ୍କିରେ ୩ଟି ଲେଖାଏ ନନ୍ଦ ଥୋଇ ଢାଙ୍କୁଣି ପକାଇବା ଏବଂ ଟାଙ୍କି ଦୁଇଟିରେ ଓ୍ବାଇ ଟ୍ରାପ ଲଗାଇ ପ୍ୟାନ ସହ ସଂଯୋଗ କରିବା କଥା। କିନ୍ତୁ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗୋଟିଏ ଟାଙ୍କିରେ ତିନିଗୋଟି ନନ୍ଦ ପକାଇ ଅନ୍ୟ ଗୋଟିଏ ସ୍ଥାନରେ ଟାଙ୍କି ନ ଖୋଳି କେବଳ ଗୋଟିଏ ନନ୍ଦ ଥୋଇ ଢାଙ୍କୁଣି ପକାଇବା ସହ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର କରାଯାଉଥିବା ଦେଖିବାକୁ ମିଳୁଛି । ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଅଧିକାରୀ ତଦାରଖ କରିବା ସହ ଜିଆରଏସ ଫଟୋ ଉଠାଇ ଜିଓ ଟ୍ୟାଗିଂ କରିବା ପରେ ଅନୁଦାନ ପ୍ରଦାନ କରିବା ନିୟମ ରହିଛି। ହେଲେ ନିମ୍ନମାନର କାର୍ଯ୍ୟ କରି ତଳଠାରୁ ଉପର ପର୍ଯ୍ୟନ୍ତ ଅନୁଦାନ ହଡ଼ପ ଉଦ୍ୟମ କରୁଥିବା କେତେଜଣ ହିତାଧିକାରୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ନୂଆଗାଁ ବିଡିଓ ଶିରିୟାଲ ଏସ୍‌ ପଟେଲଙ୍କୁ ପଚାରିବାରୁ ସେ ଏପରି କାର୍ଯ୍ୟ କେଉଁଠି ହୋଇଛି ଦେଖିବା ପରେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କୁତ୍ରିମ ବୁଦ୍ଧିମତା ଯୁଗରେ ପ୍ରତିଟି କ୍ଷେତ୍ରରେ ଯତ୍ନବାନ ରୁହନ୍ତୁ ଛାତ୍ରୀଛାତ୍ର’

ଦିଗପହଣ୍ଡି,୨୧|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସରାୟ ବିଜ୍ଞାନ କଲେଜର ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ମେଜର୍ ଡ.…

ଭୋଜି ଖାଇ ଫେରୁଥିଲେ, ବାଟରେ ଜଗିଥିଲା ମୃତ୍ୟୁ: ଘାଟିରେ ବାଇକ୍ ଦୁର୍ଘଟଣାଗ୍ରସ୍ତ, ବଡ଼ ଭାଇ ମୃତ, ସାନ ଭାଇ…

ଗୁଡାରି,୨୧।୪(ପ୍ରମୋଦ କୁମାର ପତି): ଭୋଜି ଖାଇ ଝିଅ ଘରୁ ନାତୁଣୀକୁ ଧରି ଫେରୁଥିଲେ, ହେଲେ ବାଟରେ ଜଗିଥିଲା ମୃତ୍ୟୁ। ଚନ୍ଦ୍ରପୁର ବ୍ଲକ ବକାଗୁଡା ନିକଟସ୍ଥ ଘାଟିରେ ଏକ…

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପ୍ରସ୍ତାବ ଦେବା ବାହାନାରେ ବର୍ବରତାର ସୀମା ପାର୍, ପ୍ରେମିକଙ୍କୁ ବାନ୍ଧି ନିଆଁ ଲଗାଇଦେଲେ ପ୍ରେମିକା

ବେଙ୍ଗାଲୁରୁ୨୧।୪: ପ୍ରେମ ସମ୍ପର୍କ ସହିତ ଜଡିତ ଏକ ପ୍ରକୃତ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବତୀ ପ୍ରେମକୁ…

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ଥୁଆମୂଳ ରାମପୁରରେ ଖଣି ଖନନ ନେଇ ଜନଗର୍ଜନ: ବିରାଟ ଶୋଭାଯାତ୍ରା, ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଥୁଆମୂଳ ରାମପୁର,୨୧ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ପ୍ରସ୍ତାବିତ ସିଜିମାଲି ଖଣି ଖନନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମଙ୍ଗଳବାର…

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ମନା କଲେ ଟ୍ରମ୍ପ, ବଡ଼ ପଦକ୍ଷେପ ନେଉଛି ପାକିସ୍ତାନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଯୁଦ୍ଧବିରତିକୁ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri