ନୂଆ ଟ୍ରେଣ୍ଡରେ ମାଇକ୍ରୋ ସନ୍‌ଗ୍ଲାସ୍‌: ଜାଣନ୍ତୁ ଲାଟେଷ୍ଟ ଡିଜାଇନ୍‌, କିଛି ଟିପ୍ସ

ଆଜିକାଲି ମାର୍କେଟ୍‌ରେ ଛୋଟ ସାଇଜ୍‌ ମାଇକ୍ରୋ ସନ୍‌ଗ୍ଲାସେସ୍‌ର ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି। ଯାହାକୁ ବଲିଉଡ୍‌ ଡିଭାଙ୍କଠାରୁ ଆରମ୍ଭ କରି ସାଧାରଣ ଯୁବତୀମାନେ ବେଶ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। କୁହାଯାଉଛି, ନବେ ଦଶକରେ କୁଆଡ଼େ ଏହି ସନ୍‌ଗ୍ଲାସେସ୍‌ର ହଟ୍‌ ଫ୍ୟାଶନ ଥିଲା। ଆଉ ପୁଣିଥରେ ଏବେ ଏହି ଟ୍ରେଣ୍ଡର ପୁନରାବୃତ୍ତି ହୋଇଛି। ତେବେ ଏହାର କ’ଣ ସବୁ ଲାଟେଷ୍ଟ ଡିଜାଇନ୍‌ ଆସିଛି ଆଉ ଏ ନେଇ କ’ଣ ଟିପ୍ସ ରହିଛି, ଆସନ୍ତୁ ଜାଣିବା ସେ ସମ୍ପର୍କରେ…


କେଉଁ ଶେପ୍‌ ଓ ରଙ୍ଗର ଫ୍ରେମ୍‌ ଭଲ ମାନିଥାଏ
ସାଧାରଣତଃ ମାଇକ୍ରୋ ସନ୍‌ଗ୍ଲାସ୍‌ଗୁଡ଼ିକରେ ଛୋଟ ଫ୍ରେମ୍‌ ଲାଗିଥାଏ। ଖାସ୍‌ କରି ହେକ୍ସାଗନ(ଷଡ଼ଭୂଜ), କ୍ୟାଟ୍‌ ଆଇ, ଓଭାଲ୍‌ ପ୍ଲେଟ୍‌ ଶେପ୍‌ବାଲା ବାଇଗଣୀ, ନାଲି, ନୀଳ, ମାଟିଆ ତଥା କଳା ରଙ୍ଗର ଫ୍ରେମ୍‌ ଲାଗିଥିବା ଏହି ସନ୍‌ଗ୍ଲାସ୍‌ ପିନ୍ଧିଲେ ଅଧିକ ଆକର୍ଷଣୀୟ ଲାଗିଥାଏ।


କେଉଁ ଅକେଜନ୍‌ ପାଇଁ କେଉଁ ସନ୍‌ଗ୍ଲାସ୍‌
-ଡାର୍କ କିମ୍ବା ଟିଣ୍ଟେଡ ମାଇକ୍ରୋ ସନ୍‌ଗ୍ଲାସ୍‌ ସେକ୍ସି ଲୁକ୍‌ ଦେଇଥାଏ। ଖାସ୍‌ କରି ସାଙ୍ଗମାନଙ୍କ ସହ ବିଚ୍‌ ପାର୍ଟି କିମ୍ବା ବ୍ରଞ୍ଚ ପାର୍ଟିରେ ଯାଉଥିଲେ ଏହାକୁ ଟ୍ରାଏ କରିପାରିବେ।
-ସେହିପରି ଜ୍ୟୋମେଟ୍ରିକ୍‌ ଫ୍ରେମ୍‌ବାଲା ମାଇକ୍ରୋ ସନ୍‌ଗ୍ଲାସେସ୍‌ଗୁଡ଼ିକ ଫ୍ୟାନ୍ସି ଲୁକ୍‌ ଦିଏ। ଏହାକୁ ମଧ୍ୟ ସାଙ୍ଗମାନଙ୍କ ସହ କୌଣସି ପାର୍ଟି, ଫଙ୍କସନ୍‌ରେ ଗଲାବେଳେ ପିନ୍ଧି ପାରିବେ।
-ଅନ୍ୟପକ୍ଷେ ରାଉଣ୍ଡ ଫ୍ରେମ୍‌ର ମାଇକ୍ରୋ ସନ୍‌ଗ୍ଲାସ୍‌କୁ ମଧ୍ୟ କେହି କେହି ପିନ୍ଧୁଥିବା ଦେଖିବାକୁ ମିଳିଥାଏ। ଏହାକୁ ଯେ କୌଣସି ଆଉଟ୍‌ଫିଟ୍‌ ସହ ପିନ୍ଧାଯାଇପାରେ।
-ମଡର୍ନ କ୍ୟାଟ୍‌ ଆଇ ସନ୍‌ଗ୍ଲାସେସ୍‌ର ମଧ୍ୟ ଏଇ ସିଜନରେ ଭଲ ଚାହିଦା ରହୁଥିବା ଦେଖିବାକୁ ମିଳୁଛି। ଏହା ରେଗୁଲାର୍‌ କ୍ୟାଟ୍‌ ଆଇ ସନ୍‌ଗ୍ଲାସେସ୍‌ର ଆଡଭାନ୍ସ ଭର୍ସନ ଅଟେ।


କିଛି ଟିପ୍ସ
-ସନ୍‌ଗ୍ଲାସେସ୍‌ କିଣିଲାବେଳେ ସବୁବେଳେ ଧ୍ୟାନ ଦେବେ, ଯେମିତିକି ଏହାର ଫ୍ରେମ୍‌ ଅଧିକ ଭାରି ହୋଇ ନ ଥିବ। ମାର୍କେଟ୍‌ରେ ପ୍ଲାଷ୍ଟିକ୍‌ରୁ ଆରମ୍ଭ କରି ମେଟାଲର ଫ୍ରେମ୍‌ ମଧ୍ୟ ମିଳୁଛି। ନିଜ ରୁଚି ଅନୁସାରେ ଯେ କୌଣସି ଫ୍ରେମ୍‌ବାଲା ସନ୍‌ଗ୍ଲାସ୍‌ କିଣି ଆପଣ ଟ୍ରାଏ କରିପାରିବେ।
-କିନ୍ତୁ ସର୍ବଦା ନିଜ ମୁହଁର ଆକାର ଓ ବ୍ୟକ୍ତିତ୍ୱକୁ ସୁହାଇଲା ଭଳି ଉପଯୁକ୍ତ ରଙ୍ଗ ଓ ଡିଜାଇନ୍‌ର ଫ୍ରେମ୍‌ କିଣିବା ଦରକାର।
-ସେହିପରି ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ସାଧାରଣ ସନ୍‌ଗ୍ଲାସ୍‌ ତୁଳନାରେ ଭଲ ବ୍ରାଣ୍ଡର ସନ୍‌ଗ୍ଲାସ୍‌ ବ୍ୟବହାର କରିବା ଦରକାର। କାରଣ ବେଳେବେଳେ ଲୋକାଲ୍‌ ବ୍ରାଣ୍ଡର ସନ୍‌ଗ୍ଲାସ୍‌ ବ୍ୟବହାର କରିବା ଦ୍ୱାରା ଆଖିତ୍ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡୁଥିବା ଦେଖିବାକୁ ମିଳିଥାଏ।
-ତା’ଛଡ଼ା ସନ୍‌ଗ୍ଲାସ୍‌ ଏପରି ହେବା ଦରକାର, ଯାହା ଆଖିକୁ ଭଲ ଭାବେ ଢାଙ୍କି ରଖିବା ସହ ଏହାର ଓଜନ କମ୍‌ ହୋଇଥିବ। ସେହିପରି ସ୍କ୍ରାଚ୍‌ ପ୍ରୁଫ୍‌ ହୋଇଥିଲେ ଆହୁରି ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?