Posted inଖେଳ

ନୂଆ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ: ହରମନପ୍ରୀତ

ବେଙ୍ଗାଲୁରୁ, ୧।୮- ୨୦୨୦ ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟ ଅଗଷ୍ଟ ୧୭ରୁ ଜାପାନରେ ଅନୁଷ୍ଠିତ ହେବ। ଏଥିପାଇଁ ନିୟମିତ ଅଧିନାୟକ ମନପ୍ରୀତ ସିଂଙ୍କ ସମେତ କେତେକ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆ ଯାଇଥିବାରୁ ଯୁବ ଡ୍ରାଗ୍‌ଫ୍ଲିକର ହରମନପ୍ରୀତ ସିଂଙ୍କୁ ନେତୃତ୍ୱଭାର ପ୍ରଦାନ କରାଯାଇଛି। ୨୦୧୫ ମେରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଜାପାନ ବିପକ୍ଷ ଟେଷ୍ଟ ସିରିଜରେ ସିନିୟର ସ୍ତରରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ହରମନପ୍ରୀତ ଏବେ ଭାରତୀୟ ଦଳର ଜଣେ ନିର୍ଭରଯୋଗ୍ୟ ଡିଫେଣ୍ଡର/ଡ୍ରାଗ୍‌ଫ୍ଲିକର। ଏବେ ତାଙ୍କୁ ଯେଉଁ ନୂଆ ଦାୟିତ୍ୱ ମିଳିଛି ସେଥିପାଇଁ ସେ ପ୍ରସ୍ତୁତ ବୋଲି କହିଛନ୍ତି ହରମନପ୍ରୀତ।
ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟରେ ଭାରତର ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ମାଲେସିଆ, ନ୍ୟୁଜିଲାଣ୍ଡ ଓ ଆୟୋଜକ ଜାପାନ। ”ଭାରତୀୟ ଦଳର ନେତୃତ୍ୱ ନେବାକୁ ଯାଉଛି ବୋଲି ଯେତେବେଳେ କୁହାଗଲା ସେତେବେଳେ ମୁଁ ବିସ୍ମିତ ହୋଇ ଯାଇଥିଲି। ଏହା ମୋ ପାଇଁ ଏକ ବଡ଼ ସମ୍ମାନ ଏବଂ ଦାୟିତ୍ୱ ମଧ୍ୟ। ମୁଁ ଅତ୍ୟନ୍ତ ଖୁସି ଅଛି ଏବଂ ନୂଆ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ“ ବୋଲି ହରମନପ୍ରୀତ ପ୍ରକାଶ କରିଛନ୍ତି। ୨୦୧୬ ଜୁନିୟର ହକି ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ ହରମନପ୍ରୀତ। ଏହା ବ୍ୟତୀତ ୨୦୧୬ ରିଓ ଅଲିମ୍ପିକ୍ସ ଖେଳିଥିବା ଭାରତୀୟ ଦଳର ସେ ଅନ୍ୟତମ ଯୁବ ଖେଳାଳି ଥିଲେ। ଏହାପରେ ଲଣ୍ଡନରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରି ସେ ଭାରତୀୟ ଦଳରେ ସ୍ଥାନ ପକ୍କା କରିଥିଲେ। ଏଫଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫିରେ ଭାରତ ଐତିହାସିକ ରୌପ୍ୟ ପଦକ ହାସଲ କରିଥିଲା ଏବଂ ହରମନପ୍ରୀତ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ପାଇଥିଲେ। ଏହା ପରଠାରୁ ଅନେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ତାଙ୍କ ପ୍ରଦର୍ଶନ ଭାରତକୁ ଫାଇଦାରେ ରଖି ଆସିଛି। ”ଅତୀତକୁ ଦେଖିଲେ ମୁଁ ନିଜକୁ ଭାଗ୍ୟବାନ ମନେକରେ, କାରଣ ସେତେବେଳେ ଭାରତୀୟ ଦଳରେ ସର୍ଦ୍ଦାର ସିଂ ଓ ଭି.ଆର. ରଘୁନାଥଙ୍କ ପରି ଅଭିଜ୍ଞ ଖେଳାଳି ଥିଲେ। ସେମାନଙ୍କଠାରୁ ମୁଁ ଅନେକ କିଛି ଶିଖିଛି। ବିଶେଷ କରି ଚାପ ପରିସ୍ଥିତିକୁ କିପରି ହାତେଇବାକୁ ପଡ଼େ ତାହା ମୁଁ ସିନିୟରମାନଙ୍କଠାରୁ ଶିକ୍ଷଲାଭ କରିଛି“ ବୋଲି ହରମନପ୍ରୀତ କହିଛନ୍ତି।
ଜାପାନ ଟୁର୍ନାମେଣ୍ଟରେ ବିଜୟ ହାସଲ ଭାରତର ଏକମାତ୍ର ଲକ୍ଷ୍ୟ ହେବ। ମାଲେସିଆ, ଜାପାନ ଓ ନ୍ୟୁଜିଲାଣ୍ଡ ବହୁତ ଭଲ ଦଳ। ମାତ୍ର ଆମେ ଦଳଗତ ପ୍ରଦର୍ଶନ ଭିତ୍ତିରେ ଆଗକୁ ବଢ଼ିବାକୁ ଚେଷ୍ଟା କରିବୁ। ନିଜଟରେ ମାଲେସିଆ ଏକ ମ୍ୟାଚରେ ଜର୍ମାନୀକୁ ପରାସ୍ତ କରିଥିଲା। ଜାପାନର ନିକଟ ଅତୀତ ପ୍ରଦର୍ଶନ ବହୁତ ଭଲ। ସେହିପରି ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ଭଲ ଅଭିଜ୍ଞତା ଲାଭକରି ନ୍ୟୁଜିଲାଣ୍ଡ ଏହି ଇଭେଣ୍ଟ ଖେଳିବାକୁ ଯାଉଛି। ଭାରତୀୟ ଦଳରେ ଅନେକ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆ ଯାଇଥିବାରୁ ଯୁବ ଖେଳାଳିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ସେମାନେ ଶ୍ରେଷ୍ଠ ପ୍ରଦର୍ଶନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ସ୍ବତନ୍ତ୍ରଭାବେ ଗୋଲକିପର୍ସ କ୍ୟାମ୍ପ ଏବଂ ଡିଫେଣ୍ଡର୍ସରେ ଭାଗନେଇ ନିଜକୁ ଭଲଭାବେ ପ୍ରସ୍ତୁତ କରିଛୁ। ପ୍ରତି ମ୍ୟାଚରେ ବିଜୟ ଆମର ଏକମାତ୍ର ଲକ୍ଷ୍ୟ ରହିବ ବୋଲି ହରମନପ୍ରୀତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

ଭାଇରାଲ ସେଲିବ୍ରେଶନକୁ ନେଇ ମୁହଁ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଗସ୍ତର ବିଫଳତାକୁ ପଛରେ ପକାଇ, ବୈଭବ ସୂର୍ଯ୍ୟବଂଶୀ ଗୁରୁବାର ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri