Posted inଖେଳ

ନୀରବତା ଭାଙ୍ଗିଲେ ସୋଏବ ମଲିକ

ଲଣ୍ଡନ, ୧୯।୬- ଚଳିତ ବିଶ୍ୱକପ୍‌ରେ ଭାରତ ବିପକ୍ଷ ହାଇଭୋଲଟେଜ ମ୍ୟାଚ୍‌ରେ ପରାସ୍ତ ହେବାପରେ ପାକିସ୍ତାନ କ୍ରିକେଟରଙ୍କୁ ଏବେ ନିଜ ଦେଶରୁ ଚାରିଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏପରିକି କେତେକ ପ୍ରଶଂସକ ସୋସିଆଲ ମିଡିଆରେ ଖରାପ ଭାଷା ପ୍ରୟୋଗ କରି ଖେଳାଳିଙ୍କୁ ଗାଳି କରିଥିବାର ରିପୋର୍ଟ ପ୍ରକାଶ ପାଇଛି। ପାକିସ୍ତାନର ବିଭିନ୍ନ ଗଣମାଧ୍ୟମ ମଧ୍ୟ ଖେଳାଳିଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ଖେଳାଳିଙ୍କ ଫିଟ୍‌ନେସ ସମସ୍ୟା, ମ୍ୟାଚ୍‌ ପୂର୍ବଦିନ ପାର୍ଟି କରିବା ଆଦି ବିଷୟକୁ ନେଇ ଖେଳାଳିଙ୍କୁ ଗଣମାଧ୍ୟରେ ପ୍ରବଳ ଭର୍ତ୍ସନା କରାଯାଉଛି। ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବଦିନ ଦଳର ବରିଷ୍ଠ ଖେଳାଳି ସୋଏବ ମଲିକ ଓ ତାଙ୍କ ସ୍ତ୍ରୀ ସାନିଆ ମିର୍ଜାଙ୍କ ସମେତ କିଛି ସାଥୀ କ୍ରିକେଟର୍‌ ଶିଶା ବାର୍‌ରେ ପାର୍ଟି କରିବା ସହ ହୁକ୍କା ନେଇଥିବାର କିଛି ପାକିସ୍ତାନ ଗଣମାଧ୍ୟମ ଦାବି କରିଛନ୍ତି। ଯାହାକୁ ନେଇ ଶେଷରେ ଭେଟେରାନ ସୋଏବ ନିଜର ନୀରବତା ଭାଙ୍ଗିଛନ୍ତି। ସୋଏବ କହିଛନ୍ତି ଯେ, ବାର୍‌ରେ ପାର୍ଟି କରୁଥିବାର ଯେଉଁ ଭିଡିଓ ସୋସିଆଲ ମିଡିଆରେ ଘୂରିବୁଲୁଛି ଏହା ଜୁନ୍‌ ୧୫ ପରିବର୍ତ୍ତେ ଜୁନ୍‌ ୧୩ ତାରିଖର। ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପାକିସ୍ତାନ କ୍ରିକେଟର ସେବା କରିବା ପରେ ଦୁଃଖ ଲାଗୁଛି କି ମୋ ବ୍ୟକ୍ତିଗତ ଜୀବନ ବିଷୟରେ ମୋତେ ସ୍ପଷ୍ଟୀକରଣ ଦେବାକୁ ପଡ଼ୁଛି। ସେହିଭଳି କେବେ ଆମର କୋର୍ଟ ଦ୍ୱାରା ପାକିସ୍ତାନ ଗଣମାଧ୍ୟମକୁ ପ୍ରତିବନ୍ଧକ ଲଗାଯିବ ବୋଲି ସୋଏବ ପ୍ରଶ୍ନ କରିଛନ୍ତି। ସାନିଆ ମିର୍ଜାଙ୍କୁ ଏହା ମଧ୍ୟକୁ ନ ଟାଣିବା ପାଇଁ ଏହି ଭେଟେରାନ ଅଲ୍‌ରାଉଣ୍ଡର ପାକିସ୍ତାନ ଗଣମାଧ୍ୟମ ଓ ପ୍ରଶଂସକଙ୍କୁ ବିନିତ ଅନୁରୋଧ କରିଛନ୍ତି। ‘ଆମମାନଙ୍କ ପରିବାରକୁ ସମ୍ମାନ ଜଣାନ୍ତୁ ଏବଂ ସେମାନଙ୍କୁ ଅଯଥା ଏହି ଚର୍ଚ୍ଚାକୁ ଟାଣିବା ଉଚିତ୍‌ ନୁହେଁ। ଏପରି କରିବା ଭଲ ନୁହେଁ’ ବୋଲି ମଲିକ ଟୁଇଟର୍‌ରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ଅସୁରକ୍ଷିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି: ଉପରୁ ଖସିଲା ସିଲିଂ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri