Posted inଖେଳ

ନୀରବତା ଭାଙ୍ଗିଲେ ସୋଏବ ମଲିକ

ଲଣ୍ଡନ, ୧୯।୬- ଚଳିତ ବିଶ୍ୱକପ୍‌ରେ ଭାରତ ବିପକ୍ଷ ହାଇଭୋଲଟେଜ ମ୍ୟାଚ୍‌ରେ ପରାସ୍ତ ହେବାପରେ ପାକିସ୍ତାନ କ୍ରିକେଟରଙ୍କୁ ଏବେ ନିଜ ଦେଶରୁ ଚାରିଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏପରିକି କେତେକ ପ୍ରଶଂସକ ସୋସିଆଲ ମିଡିଆରେ ଖରାପ ଭାଷା ପ୍ରୟୋଗ କରି ଖେଳାଳିଙ୍କୁ ଗାଳି କରିଥିବାର ରିପୋର୍ଟ ପ୍ରକାଶ ପାଇଛି। ପାକିସ୍ତାନର ବିଭିନ୍ନ ଗଣମାଧ୍ୟମ ମଧ୍ୟ ଖେଳାଳିଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ଖେଳାଳିଙ୍କ ଫିଟ୍‌ନେସ ସମସ୍ୟା, ମ୍ୟାଚ୍‌ ପୂର୍ବଦିନ ପାର୍ଟି କରିବା ଆଦି ବିଷୟକୁ ନେଇ ଖେଳାଳିଙ୍କୁ ଗଣମାଧ୍ୟରେ ପ୍ରବଳ ଭର୍ତ୍ସନା କରାଯାଉଛି। ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବଦିନ ଦଳର ବରିଷ୍ଠ ଖେଳାଳି ସୋଏବ ମଲିକ ଓ ତାଙ୍କ ସ୍ତ୍ରୀ ସାନିଆ ମିର୍ଜାଙ୍କ ସମେତ କିଛି ସାଥୀ କ୍ରିକେଟର୍‌ ଶିଶା ବାର୍‌ରେ ପାର୍ଟି କରିବା ସହ ହୁକ୍କା ନେଇଥିବାର କିଛି ପାକିସ୍ତାନ ଗଣମାଧ୍ୟମ ଦାବି କରିଛନ୍ତି। ଯାହାକୁ ନେଇ ଶେଷରେ ଭେଟେରାନ ସୋଏବ ନିଜର ନୀରବତା ଭାଙ୍ଗିଛନ୍ତି। ସୋଏବ କହିଛନ୍ତି ଯେ, ବାର୍‌ରେ ପାର୍ଟି କରୁଥିବାର ଯେଉଁ ଭିଡିଓ ସୋସିଆଲ ମିଡିଆରେ ଘୂରିବୁଲୁଛି ଏହା ଜୁନ୍‌ ୧୫ ପରିବର୍ତ୍ତେ ଜୁନ୍‌ ୧୩ ତାରିଖର। ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପାକିସ୍ତାନ କ୍ରିକେଟର ସେବା କରିବା ପରେ ଦୁଃଖ ଲାଗୁଛି କି ମୋ ବ୍ୟକ୍ତିଗତ ଜୀବନ ବିଷୟରେ ମୋତେ ସ୍ପଷ୍ଟୀକରଣ ଦେବାକୁ ପଡ଼ୁଛି। ସେହିଭଳି କେବେ ଆମର କୋର୍ଟ ଦ୍ୱାରା ପାକିସ୍ତାନ ଗଣମାଧ୍ୟମକୁ ପ୍ରତିବନ୍ଧକ ଲଗାଯିବ ବୋଲି ସୋଏବ ପ୍ରଶ୍ନ କରିଛନ୍ତି। ସାନିଆ ମିର୍ଜାଙ୍କୁ ଏହା ମଧ୍ୟକୁ ନ ଟାଣିବା ପାଇଁ ଏହି ଭେଟେରାନ ଅଲ୍‌ରାଉଣ୍ଡର ପାକିସ୍ତାନ ଗଣମାଧ୍ୟମ ଓ ପ୍ରଶଂସକଙ୍କୁ ବିନିତ ଅନୁରୋଧ କରିଛନ୍ତି। ‘ଆମମାନଙ୍କ ପରିବାରକୁ ସମ୍ମାନ ଜଣାନ୍ତୁ ଏବଂ ସେମାନଙ୍କୁ ଅଯଥା ଏହି ଚର୍ଚ୍ଚାକୁ ଟାଣିବା ଉଚିତ୍‌ ନୁହେଁ। ଏପରି କରିବା ଭଲ ନୁହେଁ’ ବୋଲି ମଲିକ ଟୁଇଟର୍‌ରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri