ନିୟମ ଅନୁଯାୟୀ ମାସ୍କ କିଣା: ସସ୍ମିତ

ଭୁବନେଶ୍ୱର,୧୨ା୬(ବ୍ୟୁରୋ):କରୋନା(କୋଭିଡ୍‌-୧୯) ମହାମାରୀ ସମଗ୍ର ବିଶ୍ୱ ପାଇଁ ବିପର୍ଯ୍ୟୟ ସୃଷ୍ଟିକରିଛି। ଲକ୍‌ଡାଉନ ଯୋଗୁ ମାସ୍କ ଦର ବଢିଥିଲା। ଉତ୍ପାଦନ ଦାମ୍‌ ବଢିବାରୁ ୧୦ ଟଙ୍କାର ମାସ୍କ ୧୬ ଟଙ୍କାରେ କିଣିବାକୁ ପଡ଼ିଲା। କେବଳ ଓଡ଼ିଶା ନୁହେଁ ଲୋକଙ୍କ ଜୀବନ ରକ୍ଷା ଲାଗି ମହାରାଷ୍ଟ୍ର ୧୬ ଟଙ୍କାରେ ମାସ୍କ କିଣିଥିବା ବେଳେ କେରଳ ୧୬, ଗୁଜରାଟ ୨୦, କର୍ନାଟକ ୧୮ ଟଙ୍କା ୭୪ ପଇସା, ପଶ୍ଚିମବଙ୍ଗ ୧୮ ଟଙ୍କା ୭୪ ପଇସା ଏବଂ ତାମିଲନାଡୁ ୧୫ ଟଙ୍କା ୯୬ ପଇସାରେ ମାସ୍କ ଖରିଦ କରିଛନ୍ତି। ମାସ୍କ କିଣାରେ କୌଣସି ଦୁର୍ନୀତି ହୋଇନାହିଁ । ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହିତ କ୍ରୟ କରାଯାଇଛି ବୋଲି ବିଜେଡି ମୁଖପାତ୍ର ତଥା ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତି।
ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପାତ୍ର କହିଛନ୍ତି ଯେ, ଫେବୃୟାରୀରେ ଗୋଟିଏ ମାସ୍କର ଦର ୧ ଟଙ୍କା ଥିଲା। କିନ୍ତୁ କରୋନାଜନିତ ଲକ୍‌ଡାଉନ ଯୋଗୁ ଯୋଗାଣରେ ଗୁରୁତର ସମସ୍ୟା ଦେଖା ଦେଇଥିଲା। ମାସ୍କ ଉତ୍ପାଦନ କରୁଥିବା କମ୍ପାନୀଗୁଡିକ କଞ୍ଚାମାଲ ଯୋଗାଇ ପାରି ନ ଥିଲେ। କର୍ମଚାରୀ ସଙ୍କଟର ସମ୍ମୁଖୀନ ହୋଇଥିଲେ। ସେହି ସମୟରେ ଦେଶର ସମସ୍ତ ରାଜ୍ୟ ଅଧିକରୁ ଅଧିକ ସଂଖ୍ୟାରେ ମାସ୍କ ଖରିଦ କରି ମହଜୁଦ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ହଠାତ୍‌ ବଜାରରେ ୩-ପ୍ଲାଇ ମାସ୍କ ସହତ ପିପିଇ ଓ ଭେଣ୍ଟିଲେଟର ଆଦିର ଘୋର ଅଭାବ ପରିଲକ୍ଷିତ ହେଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବାଧ୍ୟ ହୋଇ ୩- ପ୍ଲାଇ ମାସ୍କ ଦର ୧୦ ଟଙ୍କା ସ୍ଥିର କରି ବିଜ୍ଞପ୍ତି ଜାରି କଲେ। ଦର ବଢିଥିଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ମାସ୍କ ଯୋଗା ଯାଇ ପାରି ନ ଥିଲା। ଉକ୍ତ ବିଜ୍ଞପ୍ତିର ତିନିଦିନ ମଧ୍ୟରେ ଅର୍ଥାତ୍‌ ମାର୍ଚ୍ଚ ୨୪ ତାରିଖରେ କେନ୍ଦ୍ର ସରକାର ମାସ୍କ ଦର ୧୬ ଟଙ୍କାକୁ ବଢ଼ାଇବା ସହିତ ପୁଣି ଏକ ବିଜ୍ଞପ୍ତି ଜାରି କରିଥିଲେ। ମାର୍ଚ୍ଚ ଓ ଏପ୍ରିଲରେ ଦେଶର ଅଧିକାଂଶ ରାଜ୍ୟ ମାସ୍କ କିଣିବାକୁ ବାଧ୍ୟ ହୋଇଥିଲେ ବୋଲି ପାତ୍ର କହିଛନ୍ତି। ଏଥିରୁ ଏହା ସ୍ପଷ୍ଟ ଯେ କରୋନା ମହାମାରୀ ସମୟରେ ଆବଶ୍ୟକ ମେଡିକାଲ ଉପକରଣ ଅଭାବ ପରିଲକ୍ଷିତ ହୋଇଥିଲା। କରୋନା ମୁକାବିଲା ପାଇଁ ସମ୍ମୁଖ ଭାଗରେ ରହି ଲଢୁଥିବା କରୋନା ଯୋଦ୍ଧା ବିଶେଷ କରି ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀ, ପୋଲିସ ଆଦିଙ୍କ ଜୀବନ ରକ୍ଷା ପାଇଁ ସମସ୍ତ ରାଜ୍ୟ ଚଢା ଦରରେ ଡାକ୍ତରୀ ଉପକରଣ ଖରିଦ କରିଛନ୍ତି। ଓଡ଼ିଶା ସରକାର ମଧ୍ୟ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଦର ଅନୁଯାୟୀ ସାମଗ୍ରୀ କିଣିଛନ୍ତି। ମହାମାରୀ ସମୟରେ ଅର୍ଥ ସଞ୍ଚୟ ଅପେକ୍ଷା ଲୋକଙ୍କ ଜୀବନ ରକ୍ଷାକୁ ଓଡ଼ିଶା ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି। ଏହା ସତ୍ତ୍ୱେ ବି କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ୧୬ ଟଙ୍କା ଦରକୁ ରାଜ୍ୟ ସରକାର କେଉଁ ପରିସ୍ଥିତିରେ ବି ଅତିକ୍ରମ କରିନାହାନ୍ତି କିମ୍ବା ଅଧିକ ଦରରେ ମାସ୍କ କିଣି ନାହାନ୍ତି ବୋଲି ସସ୍ମିତ କହିଛନ୍ତି।
ପ୍ରତ୍ୟେକ ରାଜ୍ୟ ଲୋକଙ୍କ ଜୀବନ ରକ୍ଷା ପାଇଁ ଆବଶ୍ୟକ ସାମଗ୍ରୀ କିଣିବାକୁ ପରସ୍ପର ମଧ୍ୟରେ ପ୍ରତିଯୋଗିତା ଚଳାଇଥିଲେ। ଲୋକଙ୍କ ଜୀବନ ରକ୍ଷା ରାଜ୍ୟ ସରକାରଙ୍କର ଏକମାତ୍ର ଲକ୍ଷ୍ୟ ଥିବାରୁ ପର୍ଯ୍ୟାପ୍ତ ପରିମାଣରେ ଏହା ଖରିଦ କରାଯାଇଥିଲା। ଲୋକଙ୍କ ଜୀବନ ପାଇଁ ଦର ହ୍ରାସକୁ ଅପେକ୍ଷା କରାଯାଇ ନ ଥିଲା।
ରାଜ୍ୟର ଆବଶ୍ୟକତାକୁ ଦେଖି ବୈଷୟିକ କମିଟିର ଆକଳନ ଅନୁଯାୟୀ ସରକାର ସଫଳତାର ସହ ସାମଗ୍ରୀ ମହଜୁଦ ରଖିଥିଲେ। ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଥିବା ବୈଷୟିକ କମିଟି କରୋନା ମୁକାବିଲା ପାଇଁ କେତେ ପରିମାଣରେ ଡାକ୍ତରୀ ଉପକରଣ ଆବ୍ୟଶକ ତାହା ଆକଳନ କରିଥିଲା। କରୋନା ଯୋଦ୍ଧାଙ୍କ ଜୀବନ ବଞ୍ଚାଇବା ଲାଗି ପ୍ରାଥମିକତାଭିତ୍ତିରେ ରାଜ୍ୟ ସରକାର ମାସ୍କ ଖରିଦ କରିଛନ୍ତି।
ଏହି ବିପର୍ଯ୍ୟୟ ସମୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଆବଶ୍ୟକ ସରଞ୍ଜାମ ଯୋଗାଇ ଦେବା କ’ଣ ରାଜ୍ୟ ସରକାରଙ୍କ ଦାୟିତ୍ୱ ନୁହେଁ କି ବୋଲି ଅଭିଯୋଗ କରୁଥିବା ବିରୋଧୀ ଦଳକୁ ସସ୍ମିତ ପ୍ରଶ୍ନ କରିଛନ୍ତି। ରୋଗୀ ସଂଖ୍ୟା ବଢିବା ସହିତ ସଂକ୍ରମଣ ବଢୁଥିବାରୁ ଅନ୍ୟ ରାଜ୍ୟରେ ବହୁ ସଂଖ୍ୟାରେ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାକୁ ସୁରକ୍ଷିତ କରିଥିବାରୁ ଓଡ଼ିଶାରେ ଏବେ ବି ଦେଶର ଅନ୍ୟ ରାଜ୍ୟ ତୁଳନାରେ ମୃତ୍ୟୁସଂଖ୍ୟା କମ୍‌ ରହିଛି। ବର୍ତ୍ତମାନ ମାସ୍କ ଖରିଦ ନେଇ ଯେଉଁମାନେ ଚିତ୍କାର କରୁଛନ୍ତି ସରକାର ଯଦି ମାସ୍କ ଖରିଦ କରି ନ ଥାଆନ୍ତେ ସେମାନେ ମାସ୍କର ଅଭାବ ଦେଖାଇ ଲୋକଦେଖାଣିଆ ଲୁହ ଗଡାଇଥାଆନ୍ତେ। କେନ୍ଦ୍ର ଦର ବଢାଇବା ସତ୍ତ୍ୱେ ରାଜ୍ୟ ମାସ୍କ କିଣାରେ ବିଫଳ ହୋଇଥିବା ଦର୍ଶାଇ ଥାଆନ୍ତେ। ଯେଉଁ ରାଜ୍ୟ ଏହି ଦରରେ ମାସ୍କ କିଣିଥାଆନ୍ତେ ତାହାର ଉଦାହରଣ ଦେଇଥାଆନ୍ତେ। ତ୍ୱରିତ ନିଷ୍ପତ୍ତି ଓ ଦୃଢ଼ ନେତୃତ୍ୱ ଏବଂ ଲୋକମାନଙ୍କ ତ୍ୟାଗ ରାଜ୍ୟକୁ ବେଶ୍‌ ସହାୟକ ହୋଇଛି ବୋଲି ସସ୍ମିତ କହିଛନ୍ତି। ଗତ ୩ ମାସ ହେବ ଓଡ଼ିଶାବାସୀ ଅନେକ ତ୍ୟାଗ କରିସାରିଲେଣି। ସେମାନଙ୍କ ପାଇଁ ଓଡ଼ିଶା କରୋନା ମୁକାବିଲା ପରିଚାଳନାରେ ସମଗ୍ର ଦେଶରେ ଉତ୍ତମ ପ୍ରଦର୍ଶନ କରୁଥିବା ରାଜ୍ୟରେ ପରିଣତ ହୋଇପାରିଛି। ଏ କ୍ଷେତ୍ରରେ ଜାତୀୟ ସ୍ତରରେ ମାନ୍ୟତା ହାସଲ କରିପାରିଛି। ରାଜ୍ୟ ସରକାର କରୋନା ମୁକାବିଲା ଜାରି ରଖିଥିବା ବେଳେ ଯୋଦ୍ଧାମାନଙ୍କର ମନୋବଳ ଭାଙ୍ଗିବା ଉଚିତ ନୁହେଁ । ଓଡ଼ିଶା ଲୋକେ ସବୁ କିଛି ଉପରେ ନଜର ରଖିଛନ୍ତି। ଏଭଳି ମହାମାରୀ ସମୟରେ ବିରୋଧୀମାନେ ଯେପରି ହୀନ ରାଜନୀତି କରୁଛନ୍ତି ତାହାକୁ ରାଜ୍ୟବାସୀ କେବେହେଲେ ଭୁଲିବେ ନାହିଁ ବୋଲି ସସ୍ମିିତ କହିଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟ ସରକାର କରୋନା ସଂକ୍ରମଣ ସାମ୍ନା କରିବା ପାଇଁ ଅନେକ ସାମଗ୍ରୀ ରାଜ୍ୟ ବାହାରୁ କିଣିବାକୁ ବାଧ୍ୟ ହୋଇଥିଲେ। କରୋନା ଯୋଦ୍ଧା ବୋଲାଉଥିବା ସ୍ବାସ୍ଥ୍ୟକର୍ମୀ, ପୋଲିସ, ପୌର କର୍ମଚାରୀ ଏବଂ ଅନ୍ୟ ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ ଏହା ହେଉଛି ଅତ୍ୟାବଶ୍ୟକ ଉପକରଣ, ଯାହା କି ଠିକ୍‌ ସମୟରେ ମିଳିବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଥିଲା। ଦେଶବ୍ୟାପୀ ଏହି ସବୁ ସାମଗ୍ରୀର ଚାହିଦା ଏକ ସଙ୍ଗେ ହୋଇଥିବାରୁ ସେସବୁର ସ୍ବାଭାବିକ ମୂଲ୍ୟ ବୃଦ୍ଧି ଘଟିଥିଲା। ତାହାକୁ ନେଇ କେତେକ ମହଲରେ ସରକାରଙ୍କ ବିରୋଧରେ ଯେଉଁ ଅଭିଯୋଗ ସୃଷ୍ଟି ହୋଇଥିଲା, ତାହାର ସମ୍ଭବତଃ ଏହି ସ୍ପଷ୍ଟୀକରଣ ପରେ ସମାପ୍ତି ଘଟିବ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri