ନିର୍ବାଚନ ଲାଗି ମୟୂରଭଞ୍ଜରେ ସୁରକ୍ଷା କଡ଼ାକଡ଼ି ; ୫ ଶହରୁ ଊର୍ଦ୍ଧ୍ୱ ବୁଥ୍‌ରେ ସିସି ଟିଭି କ୍ୟାମେରା

ବାରିପଦା ଅଫିସ,୨୯।୪- ମୟୂରଭଞ୍ଜ ଲୋକ ସଭା ଆସନ ଅଧୀନ ୭ ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ବାଲେଶ୍ୱର ଲୋକ ସଭା ଆସନରେ ସାମିଲ ହୋଇଥିବା ଏହି ଜିଲାରେ ବଡସାହି ନିର୍ବାଚନମଣ୍ଡଳୀରେ ସୋମବାର  ଅନୁଷ୍ଠିତ ହେଉଥିବା ନିର୍ବାଚନ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ଜିଲାରେ ଥିବା ମୋଟ ୯ ଟି ବିଧାନସଭା ଆସନ ମଧ୍ୟରୁ  କରଞ୍ଜିଆ  ଆସନ କେନ୍ଦୁଝର ଲୋକ ସଭା କ୍ଷେତ୍ରରେ ଥିବାରୁ ସେଠାରେ ୩ୟ ପର୍ଯ୍ୟାୟରେ ଭୋଟ ହୋଇ ଯାଇଛି।

ଜିଲାର ୮  ବିଧାନସଭା କ୍ଷେତ୍ରରେ ସୋମବାର ସକାଳ ୭ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମତଦାନ ହେବ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ମୟୂରଭଞ୍ଜ ଲୋକ ସଭା ଆସନ ସହିତ ୮ ବିଧାନସଭା ଆସନରେ ମୋଟ ୮୧ ପ୍ରାର୍ଥୀ ରହିଛନ୍ତି।  ମୟୂରଭଞ୍ଜ ଲୋକ ସଭା ଆସନ ସକାଶେ ୮ ପ୍ରାର୍ଥୀ ମଇଦାନରେ ଥିବାବେଳେ ସାରସକଣା ବିଧାନସଭା ଆସନରେ ୧୦ ଜଣ, ଉଦଳା ବିଧାନସଭା ଆସନରେ ୫, ମୋରଡା ବିଧାନସଭା ଆସନରେ ୧୩ ପ୍ରାର୍ଥୀ ରହିଛନ୍ତି। ସେହିପରି  ବାଙ୍ଗିରିପୋଷି ଆସନରେ ୧୧, ବଡସାହି ଆସନରେ ୮, ବାରିପଦା ଆସନରେ ୭ ,  ରାଇରଙ୍ଗପୁର ଆସନରେ ୯  ଓ ଯଶୀପୁର ଆସନରେ ୧୦ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଭାଗ୍ୟ ପରୀକ୍ଷା କରୁଛନ୍ତି।

ଏହି ୮ ଟି ନିର୍ବାଚନମଣ୍ଡଳୀରେ ମୋଟ ୨ ହଜାର ୧ ଶହ ୨୩ଟି ବୁଥ ଖୋଲାଯାଇଛି।  ସେଥିରୁ ୪୮ ଟି ଅତି ସମ୍ବେଦନଶୀଳ ଓ ୧୩୮ଟି ସମ୍ବେଦନଶୀଳ ବୁଥ୍‌ ରହିଛି। ପ୍ରାୟ ୫ ଶହରୁ ଊର୍ଦ୍ଧ୍ୱ ବୁଥ୍‌ରେ ସିସିଟିଭି କ୍ୟାମେରା ଲଗାଯାଇଛି। ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ଲାଗି  ୧୩ ହଜାର ୯୬୨ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ରବିବାର ସକାଳ ସୁଦ୍ଧା ବୁଥ୍‌ରେ ସମସ୍ତ କର୍ମଚାରୀ ପହଞ୍ଚି ସାରିଛନ୍ତି।  ମୋଟ ୧୬ ଲକ୍ଷ ୮୦ ହଜାର ୧୨ ଭୋଟର ଏହି ନିର୍ବାଚନରେ ମତଦାନ କରିବେ। ସେମାନଙ୍କ ମଧ୍ୟରେ ୮ ଲକ୍ଷ ୨୫ ହଜାର ୨୫ ମହିଳା ଓ ୮ ଲକ୍ଷ ୨୩ ହଜାର ୬୪୪ ପୁରୁଷ ଭୋଟର ରହିଛନ୍ତି। ଚଳିତ ନିର୍ବାଚନରେ ୨୮ ହଜାର ୪୦ ଜଣ ନୂଆ ଭୋଟର ପ୍ରଥମ ଥର ଭୋଟ ଦେବେ। ଭୋଟ ଗ୍ରହଣ ପରେ ଇଭିଏମଗୁଡ଼ିକୁ  ସିଲ୍‌ କରାଯାଇ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ପାଇଁ କରାଯାଇଥିବା ଷ୍ଟ୍ରଙ୍ଗ ରୁମରେ ରଖାଯିବ। ସମସ୍ତ ଦଳୀୟ ପ୍ରାର୍ଥୀଙ୍କ ଉପସ୍ଥିତିରେ ଏହି ଷ୍ଟ୍ରଙ୍ଗରୁମକୁ ସିଲ୍‌ କରାଯିବ । ଆସନ୍ତା ମେ ୨୩ ତାରିଖରେ ହେବ  ଭୋଟ ଗଣତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri