Posted inଜାତୀୟ

ନିର୍ଣ୍ଣାୟକ ହେବ ଆଜିର ରାୟ

ନୂଆଦିଲ୍ଲୀ,୧୭ା୭(ପି.ଟି.): କର୍ନାଟକର ଶାସକ କଂଗ୍ରେସ-ଜେଡିଏସ୍‌ ମେଣ୍ଟର ଇସ୍ତଫା ଦେଇଥିବା ୧୫ ବିଧାୟକଙ୍କ ଆବେଦନର ଶୁଣାଣି ଶେଷ ହେବା ପରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ସଂରକ୍ଷିତ ରଖିଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବୁଧବାର ଏହି ରାୟ ପ୍ରକାଶ କରିବେ। କୁମାରସ୍ବାମୀ ସରକାରଙ୍କ ପାଇଁ ଏହା ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି।
୧୫ ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତ୍‌ଗୀ ଶୁଣାଣି ବେଳେ ଅନ୍ତରୀଣ ଆଦେଶ ବଳବତ୍ତର ରଖି ବିଧାୟକଙ୍କ ଇସ୍ତଫା ଏବଂ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରସଙ୍ଗରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ଏହାସହ କର୍ନାଟକର କୁମାରସ୍ବାମୀ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବାରୁ ଗୃହକାର୍ଯ୍ୟ ବେଳେ ୧୫ ବିଧାୟକଙ୍କ ଉପସ୍ଥିତ ରହିବାରୁ ବାଦ୍‌ ଦେବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ରାଜୀବ ଧଓ୍ବନ କହିଥିଲେ, ଏହି ପ୍ରସଙ୍ଗରେ ସମୟବଦ୍ଧ ଭାବେ ନିଷ୍ପତ୍ତି ନେବା ପାଇଁ ବାଚସ୍ପତିଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ଏପରି ଅଧିକାର ନାହିଁ। ସେହିପରି ବାଚସ୍ପତି କେ.ଆର. ରମେଶ କୁମାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭୀ କହିଥିଲେ, ଗତବର୍ଷ ଭାଜପା ନେତା ବି.ଏସ୍‌. ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରାଯିବାବେଳେ ରାତିଅଧିଆ ଶୁଣାଣି ହୋଇଥିଲା। ସେତେବେଳେ ଆସ୍ଥାଭୋଟର ସମ୍ମୁଖୀନ ହେବା ପାଇଁ ୟେଦୁରପ୍ପାଙ୍କୁ କୁହାଯାଇଥିବାବେଳେ ଖଣ୍ଡପୀଠ ବାଚସ୍ପତିଙ୍କୁ କୌଣସି ନିର୍ଦ୍ଦେଶ ଦେଇ ନ ଥିଲେ। ସଦ୍ୟ ଘଟଣାରେ ବିଦ୍ରୋହୀ ବିଧାୟକଙ୍କୁ ଦଣ୍ଡିତ କରିବା ପାଇଁ ବାଚସ୍ପତିଙ୍କ ପର୍ଯ୍ୟାପ୍ତ କ୍ଷମତା ଥିବାବେଳେ ସେ ଏନେଇ କିଛି ନିଷ୍ପତ୍ତି ନେଇନାହାନ୍ତି। ତେଣୁ ଅଦାଲତ ପୂର୍ବରୁ ନେଇଥିବା ନିର୍ଦ୍ଦେଶନାମାରେ ପରିବର୍ତ୍ତନ ଆଣିବାକୁ ସିଂଘଭୀ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଡି ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ନିର୍ବାଚନ ପୂର୍ବରୁ କେଜରିୱାଲଙ୍କୁ କାହିଁକି ଗିରଫ କଲ…

ନୂଆଦିଲ୍ଲୀ,୩୦।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜର ଗିରଫଦାରୀ ବିରୋଧରେ କରିଥିବା ଆବେଦନର ଶୁଣାଣି ମଙ୍ଗଳବାର ସୁପ୍ରିମକୋର୍ଟ କରିଛନ୍ତି। ଏହି ସମୟରେ କୋର୍ଟ ଅବକାରୀ ଦୁର୍ନୀତିର...

ଏଏପିକୁ ଝଟ୍‌କା, ସିସୋଦିଆଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୩୦।୪: ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଝଟ୍‌କା। ତାଙ୍କୁ ମିଳିଲାନି ଜାମିନ। ରାଉଜ ଆଭେନ୍ୟୁ କୋର୍ଟ...

ଏହି ଦିନ ନାମାଙ୍କନପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ମୋଦି: ବିଶେଷ ମୂହୁର୍ତ୍ତ ସହ ରହିଛି ଏଭଳି ସଂଯୋଗ !

ନୂଆଦିଲ୍ଲୀ,୩୦।୪: ଭାରତୀୟ ଜନତା ପାର୍ଟି(ଭାଜପା) ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ଣ୍ଣ ଶକ୍ତି ସହିତ ନାମାଙ୍କନ ଭରିିବେ। ଏକ ବିଶେଷ ସମୟରେ ଏହି ନାମାଙ୍କନ ପ୍ରକ୍ରିୟା...

ଭାରତୀୟ ନୌସେନାକୁ ମିଳିଲା ନୂତନ ମୁଖ୍ୟ; ଆଡମିରାଲ ଦୀନେଶ ତ୍ରିପାଠୀ ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ,୩୦।୪: ଭାରତୀୟ ନୌସେନାକୁ ମିଳିଛି ନୂତନ ମୁଖ୍ୟ। ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ମଙ୍ଗଳବାର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ନୌସେନାର...

୩ ଦିନ ମଧ୍ୟରେ ରିପୋର୍ଟ ଦିଅ, ପ୍ରଜ୍ୱଳଙ୍କ ଉପରେ ଖପ୍ପା ମହିଳା କମିଶନ

ବେଙ୍ଗାଲୁରୁ,୩୦।୪: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ତଥା ଜେଡିଏସ ସଭାପତି ଏଚଡି ଦେବ ଗୌଡାଙ୍କ ନାତି ପ୍ରଜ୍ୱଳ ରେଭାନ୍ନାଙ୍କ ଉପରେ ମହିଳାଙ୍କ ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରିବା...

୩ କୋଟି ମହିଳାଙ୍କୁ କରିବି ଲକ୍ଷପତି ଦିଦି…୬୦ ବର୍ଷ ବନାମ ୧୦ ବର୍ଷ: କଂଗ୍ରେସ ଉପରେ ବର୍ଷିଲେ ମୋଦି

ମୁମ୍ବାଇ,୩୦।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ନରେନ୍ଦ୍ର ମୋଦି ମଙ୍ଗଳବାର ମହାରାଷ୍ଟ୍ରର ମାଧାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ରାଲିରେ...

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୨ ମହିଳାଙ୍କ ସମେତ ୭ ନକ୍ସଲ ସଫା

ରାୟପୁର,୩୦।୪: ଛତିଶଗଡର ନାରାୟଣପୁର ଏବଂ କାଙ୍କରେ ସୀମାରେ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଏନକାଉଣ୍ଟରରେ ୭ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ନାରାୟଣପୁର ଆବୁଜମାଡ ଜଙ୍ଗଲରେ...

ରାମଦେବଙ୍କ ପ୍ରତି ନରମ ମନୋଭାବ ଦେଖାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୪: ଏଲୋପାଥି ବିରୋଧରେ ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଏକ ଶୁଣାଣି ହୋଇଥିଲା। ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ବାବା ରାମଦେବ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri