ନିଯୁକ୍ତି ପାଇଁ ବିଧାନସଭା ଘେରିବେ ଛାତ୍ରୀଛାତ୍ର

ଯାଜପୁର ଅଫିସ,୨୪ା୨: ଯାଜପୁର ଜିଲାର ରଗଡିସ୍ଥିତ ଏକମାତ୍ର ସରକାରୀ ପଲିଟେକନିକ (ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ)ର ଛାତ୍ରୀଛାତ୍ରମାନେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ନିଯୁକ୍ତି ନ ପାଇ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମର୍ମରେ ଛାତ୍ରୀଛାତ୍ରମାନେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନସଚିବ, କେନ୍ଦ୍ରାଞ୍ଚଳ ଆରଡିସି, ମୁଖ୍ୟମନ୍ତ୍ରୀ, ଶିଳ୍ପ ବିଭାଗ ସଚିବ ପ୍ରମୁଖଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ୨୦୧୪ରୁ ୨୦୨୦ ମଧ୍ୟରେ ସରକାରୀ ପଲିଟେକନିକରେ କଳିଙ୍ଗନଗର ଟାଟାଷ୍ଟିଲ କୌଣସି କ୍ୟାମ୍ପସ କରୁ ନ ଥିବା ଅଭିଯୋଗ କରି ଆଗାମୀ ଦିନରେ ଟାଟା ଷ୍ଟିଲ ଓ ବିଧାନସଭା ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ସ୍ମାରକପତ୍ରରେ ଆହୁରି ଦର୍ଶାଯାଇଛି ଯେ, ଯୁବପିଢିଙ୍କ ମଧ୍ୟରେ ପ୍ରଯୁକ୍ତି ଓ ଯାନ୍ତ୍ରିକ ବିଦ୍ୟାରେ ଦକ୍ଷତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯାଜପୁର ଜିଲା ପାଣିକୋଇଲି-ରାଜାମୁଣ୍ଡା ଜାତୀୟ ରାଜପଥ କଡ଼ ରଗଡି ନିକଟରେ ୨୦୧୪ ମସିହାରେ ସରକାରୀ ପଲିଟେକନିକ ପ୍ରତିଷ୍ଠା ହୋଇଥିଲା। କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଆଖି ଆଗରେ ରଖି ୧୦ଏକର ଜମିରେ ଏହି ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି। ତେବେ ଆରମ୍ଭରୁ ଟାଟା ଷ୍ଟିଲ ଏହି ସରକାରୀ କଲେଜର ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ଦେଉନାହିଁ। ଅନ୍ୟ କେତେକ କମ୍ପାନୀ ଏଠାରେ କ୍ୟାମ୍ପସ ପକାଇ ନିଯୁକ୍ତି ଦେଉଥିଲେ ହେଁ ଟାଟା ଭଳି ବୃହତ କମ୍ପାନୀ ଏଥିପ୍ରତି ଆଖିବୁଜି ଦେଇଛି। ଯାହାକି ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ବିଚଳିତ କରିଛି। ତେଣୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହିଁ ଏକମାତ୍ର ପନ୍ଥା ବୋଲି ଛାତ୍ରୀଛାତ୍ର ଗ୍ରହଣ କରି ନେଇଛନ୍ତି। ଏନେଇ ପୂର୍ବରୁ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳିନାହିଁ ବୋଲି ଛାତ୍ରୀଛାତ୍ରମାନେ ଉଦବେଗ ପ୍ରକାଶ କରିଛନ୍ତି। ରାଜ୍ୟରେ ଦ୍ରୁତ ବିକାଶ ଆଳରେ ରାଜ୍ୟ ସରକାର ଶିଳ୍ପାୟନ ପ୍ରତି ଗୁରୁତ୍ୱାରୋପ କରୁଛନ୍ତି। ଏହାର ଫଇଦା ଉଠାଇବାକୁ ଯାଇ କମ୍ପାନୀ କର୍ତ୍ତୃପକ୍ଷ କୃଷି ଓ ସ୍ଥାନୀୟ ନିଯୁକ୍ତି ପ୍ରତି ଅବହେଳା କରିବାରେ ଲାଗିଛନ୍ତି। ତାହାର ପ୍ରଭାବ ରାଜ୍ୟର ଅନ୍ୟ କୌଣସି ଅଞ୍ଚଳରେ ଯାହା ହେଉନା କାହିଁକି ଶିଳ୍ପ କବଳିତ ଯାଜପୁର ଜିଲାରେ କିନ୍ତୁ ଏହାର ଗଭୀର ପ୍ରଭାବ ଦେଖିବାକୁ ମିଳିଛି। କମ୍ପାନୀ କର୍ତ୍ତୃପକ୍ଷଙ୍କ ଏହି ମନମାନିକୁ ବିରୋଧ କରିବାର ସାହାସ ଜୁଟାଇ ପାରୁ ନ ଥିବା ଶାସକ ଦଳ ବିଜେଡି ସମେତ ଭାଜପା ଓ କଂଗ୍ରେସ ଦଳର ନେତାଏ ଏବେ ସ୍ଥାନୀୟ ବେକାର ଯୁବତୀଯୁବକଙ୍କ ଆସ୍ଥା ଓ ବିଶ୍ୱାସ ହରାଇବାକୁ ବସିଛନ୍ତି। ବିଶେଷ କରି ସରକାରଙ୍କ ଶିଳ୍ପପ୍ରୀତିକୁ ନେଇ ବିଭିନ୍ନ କମ୍ପାନୀ ବିରୋଧରେ ଦେଖାଦେଇଥିବା ସରକାର ବିରୋଧୀ ଆଭିମୁଖ୍ୟ ଆଗାମୀ ଦିନରେ ଏହି ଅଞ୍ଚଳର ରାଜନୀତିକୁ ବହୁଳ ଭାବେ ପ୍ରଭାବିତ କରିବ ଏଥିରେ ସନ୍ଦେହ ନାହିଁ ବୋଲି ସରକାରୀ ପଲିଟେକନିକର ଛାତ୍ରୀଛାତ୍ରଙ୍କ ଆଭିମୁଖ୍ୟରୁ ସ୍ପଷ୍ଟ ବାରି ହେଉଛି। ଏ ସଂକ୍ରାନ୍ତରେ ଭାରରପ୍ରାପ୍ତ ଜିଲାପାଳ ନିରଞ୍ଜନ ନାୟକଙ୍କୁ ପଚାରିବାରେ, ସରକାରୀ ପଲିଟେକନିକ୍‌ର ପ୍ରିନ୍ସିପାଲଙ୍କ ସହ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ। ଛାତ୍ରୀଛାତ୍ରଙ୍କ ନିଯୁକ୍ତି ପାଇଁ କ୍ୟାମ୍ପସ କରାଯିବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗେଶ ସିଂହଙ୍କ ନିର୍ବାଚନୀ ପ୍ରଚାର

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଯୋଗେଶ କୁମାର ସିଂହ ବୁଧବାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ବଡ଼ବଙ୍ଗା...

ଅତାବିରା ଆସନ ପାଇଁ ଜୟକ୍ରିଷ୍ଣାଙ୍କ ନାମାଙ୍କନପତ୍ର ଦାଖଲ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଜୟକ୍ରିଷ୍ଣା ଛୁରିଆ ବୁଧବାର...

ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ-୧) ଡ. ଇନ୍ଦୁ ଶର୍ମା ବୁଧବାର ଏକ ହତ୍ୟା ମାମଲାର ୧୯ ବର୍ଷ ପରେ ଚୂଡ଼ାନ୍ତ...

ଗାଡ଼ି ଚଳାଉଥିବା ବେଳେ ରାସ୍ତାରେ ହେଲା ହାର୍ଟ ଆଟାକ୍‌, ଚାଲିଗଲା ଜୀବନ

ବୁଗୁଡ଼ା,୧ା୫(କାଳିଚରଣ ଦାଶ): ଗାଡ଼ି ଚଳାଇ ଆସୁଥିବା ବେଳେ ଅଧା ରାସ୍ତାରେ ହୋଇଗଲା ହାର୍ଟ ଆଟାକ୍‌। ଆଉ ଗାଡ଼ି ଭିତରେ ହିଁ ଚାଲିଗଲା ଜୀବନ ଏମିତି ଏକ...

ଭଟଲି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ମହମ୍ମଦ ଶାହାରୁଖ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ମହମ୍ମଦ ଶାହାରୁଖ ଲୋଧିଆ...

ଡବଲ ଇଞ୍ଜିନ୍‌ ଭୋଟ୍‌ ପାଇଁ କାମ କରେ, କାହିଁକି ଏମିତି କହିଲେ ପାଣ୍ଡିଆନ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି, ଡବଲ ଇଞ୍ଜିନ୍‌ ବୋଲି କିଛି ଲୋକ...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଇରାସିସ ଆଚାର୍ଯ୍ୟ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ଇରାସିସ ଆଚାର୍ଯ୍ୟ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri