Posted inରାଜ୍ୟ

ନିଯୁକ୍ତି ଦେବାରେ ଓଡ଼ିଶା ବିଫଳ

ଭୁବନେଶ୍ୱର,୫ା୯(ବ୍ୟୁରୋ): ଦେଶର ଆର୍ଥିକ ସ୍ଥିତି ମାନ୍ଦା ଅବସ୍ଥା ଦେଇ ଗତି କରୁଛି। ସାମଗ୍ରିକ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ଗତ ୬ ବର୍ଷର ସବୁଠାରୁ ରେକର୍ଡସ୍ତରକୁ ହ୍ରାସ ପାଇଛି। ଏହାର ପ୍ରଭାବ ଓଡ଼ିଶାରେ ଦେଖାଦେଇଛି। ଆର୍ଥିକ ମାନ୍ଦାବସ୍ଥା ଯୋଗୁ ରାଜ୍ୟର ବେକାର ସ୍ଥିତି ଦୟନୀୟ ସ୍ତରକୁ ଚାଲି ଯାଇଛି। ନିଯୁକ୍ତି ସୁଯୋଗ ତଳକୁ ତଳକୁ ଖସିଯାଉଛି। ଘରୋଇ କିମ୍ବା ସରକାରୀସ୍ତରରେ ନିଯୁକ୍ତି ହାର ଚିନ୍ତାଜନକ ହୋଇଛି। ବେକାର ଯୁବତୀଯୁବକଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ସରକାର ନିଯୁକ୍ତି ଦେବା ନେଇ ଯେଉଁ ଚିତ୍ର ଦେଖାଉଛନ୍ତି ତାହା କେବଳ କାଗଜକଲମରେ ସୀମିତ ରହିଛି। ନୂତନ ନିଯୁକ୍ତି ସୃଷ୍ଟି କରିବାରେ ଓଡ଼ିଶା ବିଫଳ ହୋଇଛି। ଏପରିକି ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟ ରାଜ୍ୟଠାରୁ ନିମ୍ନରେ ରହିଛି। ନିକଟରେ କର୍ମଚାରୀ ବୀମା ପାଣ୍ଠି ସଂଗଠନ(ଇପିଏଫ୍‌ଓ) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ଏଭଳି ଦୟନୀୟ ଚିତ୍ର ପଦାକୁ ଆସିଛି।
ଏପ୍ରିଲରୁ ଜୁନମାସ ମଧ୍ୟରେ ପୂର୍ବବର୍ଷ ତୁଳନାରେ ୧୪ ପ୍ରତିଶତରୁ କମ କର୍ମଚାରୀ ଇପିଏଫଓ ପରିସରଭୁକ୍ତ ହୋଇଛନ୍ତି। ୧୮ରୁ ୨୫ ବର୍ଷ ବୟସ୍କ ଯୁବତୀଯୁବକଙ୍କ ନିଯୁକ୍ତି ହାର କ୍ଷେତ୍ରରେ ଏଭଳି ଅବସ୍ଥା ଦେଖାଦେଇଛି। ଜାତୀୟସ୍ତରରେ ଓଡ଼ିଶାର ହାର ସବୁଠାରୁ କମ୍‌ ଥିବା ଜଣାପଡିଛି। ଦେଶରେ ୨୮ ପ୍ରତିଶତ ନୂଆ ନିଯୁକ୍ତି ପାଇଥିବା କର୍ମଚାରୀ ଇପିଏଫଓରେ ସାମିଲ ହୋଇଥିବା ବେଳେ ଓଡ଼ିଶାରେ ଏହା ଅତ୍ୟନ୍ତ ନଗଣ୍ୟ ରହିଛି। ୨୦୧୯ ଏପ୍ରିଲରେ ସମଗ୍ର ଦେଶରେ ୧୮ରୁ ୨୫ ବର୍ଷର ୪.୮ ଲକ୍ଷ ନୂତନ ଯୁବତୀଯୁବକ ଇପିଏଫ୍‌ଓରେ ଯୋଡି ହୋଇଥିବା ବେଳେ ଜୁନରେ ଏହା ୬.୨୮ ଲକ୍ଷକୁ ବୃଦ୍ଧି ହୋଇଛି। ମାତ୍ର ଓଡ଼ିଶାରେ ଏହାର ବିପରୀତ ଗତି ଦେଖିବାକୁ ମିଳିଛି। ୨୦୧୯ ଏପ୍ରିଲରେ ରାଜ୍ୟରେ ୩ ହଜାର ୮୯୫ ନୂତନ ଆକାଉଣ୍ଟଧାରୀ ଇପିଏଫ୍‌ଓରେ ସାମିଲ ହୋଇଥିବା ବେଳେ ଜୁନରେ ଏହା ୩ ହଜାର ୩୪୮କୁ ଖସି ଆସିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ ମାସ (ଏପ୍ରିଲରୁ ଜୁନ) ମଧ୍ୟରେ ୧୪ ପ୍ରତିଶତ ତଳକୁ ଖସି ଆସିଛି।
ବେକାରି ସମସ୍ୟା ରାଜ୍ୟର ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଏକ ବିରାଟ ଅନ୍ତରାୟ ସୃଷ୍ଟି କରୁଛି। ରାଜ୍ୟର ଘରୋଇ ଅଭିବୃଦ୍ଧି ଜାତୀୟ ଅଭିବୃଦ୍ଧି ତୁଳନାରେ ଅଧିକ ରହୁଥିବା ସରକାର ଦାବି କରୁଛନ୍ତି । ୨୦୧୭-୧୮ରେ ଅଭିବୃଦ୍ଧି ହାର ୭.୧ ଥିବା ବେଳେ ୨୦୧୮-୧୯ରେ ଏହା ୮.୪ ରେ ପହଞ୍ଚିଛି। ମାତ୍ର ରାଜ୍ୟରେ ବେକାରିଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିବାରୁ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ଲକ୍ଷ୍ୟ ହାସଲ ନେଇ ଆଶଙ୍କା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୭-୧୮ରେ ଜାତୀୟ ବେକାରି ହାର ୬.୧ ପ୍ରତିଶତ ଥିବା ବେଳେ ରାଜ୍ୟରେ ଏହି ହାର ୭.୧ ପ୍ରତିଶତ ରହିଛି। ୨୦୧୫-୧୬ରେ ଏହି ହାର ଓଡ଼ିଶାରେ ୩.୮ ପ୍ରତିଶତ ଥିବା ବେଳେ ଜାତୀୟସ୍ତରରେ ରହିଥିଲା ୩.୭ ପ୍ରତିଶତ। ନ୍ୟାଶନାଲ ସାମ୍ପୁଲ ସର୍ଭେ(ଏନ୍‌ଏସ୍‌ଏସ୍‌) ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ, ରାଜ୍ୟରେ ଶ୍ରମ ଶକ୍ତି ହ୍ରାସ ପାଇ ଚାଲିଛି। ରାଜ୍ୟରେ ଶ୍ରମଶକ୍ତି ଭାଗୀଦାରି(ଏଲଏଫ୍‌ପିଆର) ୪୮.୩ ପ୍ରତିଶତ ଥିବା ବେଳେ ଜାତୀୟସ୍ତରରେ ୪୯.୮ ପ୍ରତିଶତ ରହିଛି। ଶ୍ରମିକଙ୍କ ସଂଖ୍ୟା ଅନୁପାତ ୪୪.୯ ପ୍ରତିଶତ ଥିବା ବେଳେ ଜାତୀୟସ୍ତରରେ ୪୬.୮ ପ୍ରତିଶତ ରହିଛି। ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ବେକାରି ସଂଖ୍ୟା ବଢୁଛି। ସହରାଞ୍ଚଳରେ ୮.୪ ପ୍ରତିଶତ ବେକାରି ଥିବା ବେଳେ ଗ୍ରାମାଞ୍ଚଳରେ ୬.୯ ପ୍ରତିଶତ ରହିଛି।
ରାଜ୍ୟ ସରକାର ଶିଳ୍ପାୟନର ସ୍ବପ୍ନ ଦେଖାଉଛନ୍ତି । ରାଜ୍ୟକୁ ଆଲୁମିନିୟମ୍‌, ଇସ୍ପାତ, ଆଲୁମିନା, ସାର, ପେଟ୍ରୋ କେମିକାଲ, ପ୍ଲାଷ୍ଟିକ ଭଳି ବଡ଼ବଡ଼ ଶିଳ୍ପ ସାଙ୍ଗକୁ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ପ୍ରତିରକ୍ଷା, ଶକ୍ତି, ସୂଚନା ପ୍ରଯୁକ୍ତି କ୍ଷେତ୍ର ପାଇଁ ବୃହତ୍‌ ପୁଞ୍ଜିନିବେଶ ହେବ। ରାଜ୍ୟର ଭାଗ୍ୟ ବଦଳିଯିବ। ବେକାର ଯୁବତୀଯୁବକଙ୍କୁ କାମଧନ୍ଦା ମିଳିଯିବ। ମାତ୍ର ନିଯୁକ୍ତିର ସିଂହ ଭାଗ ପୂରଣ କରୁଥିବା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକ ମଧ୍ୟରୁ ଅଧିକାଂଶ ସରକାରୀ ପ୍ରୋତ୍ସାହନ ଅଭାବରୁ ବନ୍ଦ ହୋଇଗଲାଣି । ରାଜ୍ୟରେ ଗତ ୫ ବର୍ଷରେ ପଞ୍ଜୀକୃତ ହୋଇଥିବା ୧୫,୩୧୫ ସୂକ୍ଷ୍ମ ଓ ମଧ୍ୟମ ଶିଳ୍ପରେ ତାଲା ପଡିଛି। ଏଥିରେ ନିୟୋଜିତ ଥିବା ୧,୨୯,୯୫୦ ଲୋକ ବେକାର ହୋଇଯାଇଛନ୍ତି। ବନ୍ଦ ହୋଇଥିବା ଏହି ଶିଳ୍ପ ମଧ୍ୟରୁ ସୁନ୍ଦରଗଡରେ ୨୦୨୦, କଟକରେ ୨୪୦୨, ଭୁବନେଶ୍ୱରରେ ୧୫୦୪, ଗଞ୍ଜାମରେ ୧୦୬୧, ସମ୍ବଲପୁରରେ ୫୩୩, ବରଗଡ଼ରେ ୩୩୪, କେନ୍ଦୁଝରରେ ୬୮୩, ବାଲେଶ୍ୱରରେ ୫୫୮, ଭଦ୍ରକରେ ୩୪୬, ଢେଙ୍କାନାଳରେ ୩୯୬, କଳାହାଣ୍ଡିରେ ୪୧୮, ରାୟଗଡ଼ାରେ ୨୫୬, ନବରଙ୍ଗପୁରରେ ୧୫୭ ଏବଂ ମାଲକାନଗିରିରେ ୧୧୬ଟି ଶିଳ୍ପ ବନ୍ଦ ହୋଇଛି। ଶିକ୍ଷିତ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ, ବଜାର ଓ ବ୍ୟାଙ୍କ ସୁବିଧା ଦେଇପାରୁ ନ ଥିବାରୁ ଆରମ୍ଭର ଅଳ୍ପ କେଇମାସ ପରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ତାଲା ପଡୁଛି। ସରକାର ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ନ ଦେଲେ ପରିସ୍ଥିତି ଆହୁରି ବିଗିଡିବ ବୋଲି ଅର୍ଥନୀତିଜ୍ଞ ମତ ଦେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri