Posted inରାଜ୍ୟ

ନିଯୁକ୍ତି ଦେବାରେ ଓଡ଼ିଶା ବିଫଳ

ଭୁବନେଶ୍ୱର,୫ା୯(ବ୍ୟୁରୋ): ଦେଶର ଆର୍ଥିକ ସ୍ଥିତି ମାନ୍ଦା ଅବସ୍ଥା ଦେଇ ଗତି କରୁଛି। ସାମଗ୍ରିକ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ଗତ ୬ ବର୍ଷର ସବୁଠାରୁ ରେକର୍ଡସ୍ତରକୁ ହ୍ରାସ ପାଇଛି। ଏହାର ପ୍ରଭାବ ଓଡ଼ିଶାରେ ଦେଖାଦେଇଛି। ଆର୍ଥିକ ମାନ୍ଦାବସ୍ଥା ଯୋଗୁ ରାଜ୍ୟର ବେକାର ସ୍ଥିତି ଦୟନୀୟ ସ୍ତରକୁ ଚାଲି ଯାଇଛି। ନିଯୁକ୍ତି ସୁଯୋଗ ତଳକୁ ତଳକୁ ଖସିଯାଉଛି। ଘରୋଇ କିମ୍ବା ସରକାରୀସ୍ତରରେ ନିଯୁକ୍ତି ହାର ଚିନ୍ତାଜନକ ହୋଇଛି। ବେକାର ଯୁବତୀଯୁବକଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ସରକାର ନିଯୁକ୍ତି ଦେବା ନେଇ ଯେଉଁ ଚିତ୍ର ଦେଖାଉଛନ୍ତି ତାହା କେବଳ କାଗଜକଲମରେ ସୀମିତ ରହିଛି। ନୂତନ ନିଯୁକ୍ତି ସୃଷ୍ଟି କରିବାରେ ଓଡ଼ିଶା ବିଫଳ ହୋଇଛି। ଏପରିକି ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟ ରାଜ୍ୟଠାରୁ ନିମ୍ନରେ ରହିଛି। ନିକଟରେ କର୍ମଚାରୀ ବୀମା ପାଣ୍ଠି ସଂଗଠନ(ଇପିଏଫ୍‌ଓ) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ଏଭଳି ଦୟନୀୟ ଚିତ୍ର ପଦାକୁ ଆସିଛି।
ଏପ୍ରିଲରୁ ଜୁନମାସ ମଧ୍ୟରେ ପୂର୍ବବର୍ଷ ତୁଳନାରେ ୧୪ ପ୍ରତିଶତରୁ କମ କର୍ମଚାରୀ ଇପିଏଫଓ ପରିସରଭୁକ୍ତ ହୋଇଛନ୍ତି। ୧୮ରୁ ୨୫ ବର୍ଷ ବୟସ୍କ ଯୁବତୀଯୁବକଙ୍କ ନିଯୁକ୍ତି ହାର କ୍ଷେତ୍ରରେ ଏଭଳି ଅବସ୍ଥା ଦେଖାଦେଇଛି। ଜାତୀୟସ୍ତରରେ ଓଡ଼ିଶାର ହାର ସବୁଠାରୁ କମ୍‌ ଥିବା ଜଣାପଡିଛି। ଦେଶରେ ୨୮ ପ୍ରତିଶତ ନୂଆ ନିଯୁକ୍ତି ପାଇଥିବା କର୍ମଚାରୀ ଇପିଏଫଓରେ ସାମିଲ ହୋଇଥିବା ବେଳେ ଓଡ଼ିଶାରେ ଏହା ଅତ୍ୟନ୍ତ ନଗଣ୍ୟ ରହିଛି। ୨୦୧୯ ଏପ୍ରିଲରେ ସମଗ୍ର ଦେଶରେ ୧୮ରୁ ୨୫ ବର୍ଷର ୪.୮ ଲକ୍ଷ ନୂତନ ଯୁବତୀଯୁବକ ଇପିଏଫ୍‌ଓରେ ଯୋଡି ହୋଇଥିବା ବେଳେ ଜୁନରେ ଏହା ୬.୨୮ ଲକ୍ଷକୁ ବୃଦ୍ଧି ହୋଇଛି। ମାତ୍ର ଓଡ଼ିଶାରେ ଏହାର ବିପରୀତ ଗତି ଦେଖିବାକୁ ମିଳିଛି। ୨୦୧୯ ଏପ୍ରିଲରେ ରାଜ୍ୟରେ ୩ ହଜାର ୮୯୫ ନୂତନ ଆକାଉଣ୍ଟଧାରୀ ଇପିଏଫ୍‌ଓରେ ସାମିଲ ହୋଇଥିବା ବେଳେ ଜୁନରେ ଏହା ୩ ହଜାର ୩୪୮କୁ ଖସି ଆସିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ ମାସ (ଏପ୍ରିଲରୁ ଜୁନ) ମଧ୍ୟରେ ୧୪ ପ୍ରତିଶତ ତଳକୁ ଖସି ଆସିଛି।
ବେକାରି ସମସ୍ୟା ରାଜ୍ୟର ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଏକ ବିରାଟ ଅନ୍ତରାୟ ସୃଷ୍ଟି କରୁଛି। ରାଜ୍ୟର ଘରୋଇ ଅଭିବୃଦ୍ଧି ଜାତୀୟ ଅଭିବୃଦ୍ଧି ତୁଳନାରେ ଅଧିକ ରହୁଥିବା ସରକାର ଦାବି କରୁଛନ୍ତି । ୨୦୧୭-୧୮ରେ ଅଭିବୃଦ୍ଧି ହାର ୭.୧ ଥିବା ବେଳେ ୨୦୧୮-୧୯ରେ ଏହା ୮.୪ ରେ ପହଞ୍ଚିଛି। ମାତ୍ର ରାଜ୍ୟରେ ବେକାରିଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିବାରୁ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ଲକ୍ଷ୍ୟ ହାସଲ ନେଇ ଆଶଙ୍କା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୭-୧୮ରେ ଜାତୀୟ ବେକାରି ହାର ୬.୧ ପ୍ରତିଶତ ଥିବା ବେଳେ ରାଜ୍ୟରେ ଏହି ହାର ୭.୧ ପ୍ରତିଶତ ରହିଛି। ୨୦୧୫-୧୬ରେ ଏହି ହାର ଓଡ଼ିଶାରେ ୩.୮ ପ୍ରତିଶତ ଥିବା ବେଳେ ଜାତୀୟସ୍ତରରେ ରହିଥିଲା ୩.୭ ପ୍ରତିଶତ। ନ୍ୟାଶନାଲ ସାମ୍ପୁଲ ସର୍ଭେ(ଏନ୍‌ଏସ୍‌ଏସ୍‌) ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ, ରାଜ୍ୟରେ ଶ୍ରମ ଶକ୍ତି ହ୍ରାସ ପାଇ ଚାଲିଛି। ରାଜ୍ୟରେ ଶ୍ରମଶକ୍ତି ଭାଗୀଦାରି(ଏଲଏଫ୍‌ପିଆର) ୪୮.୩ ପ୍ରତିଶତ ଥିବା ବେଳେ ଜାତୀୟସ୍ତରରେ ୪୯.୮ ପ୍ରତିଶତ ରହିଛି। ଶ୍ରମିକଙ୍କ ସଂଖ୍ୟା ଅନୁପାତ ୪୪.୯ ପ୍ରତିଶତ ଥିବା ବେଳେ ଜାତୀୟସ୍ତରରେ ୪୬.୮ ପ୍ରତିଶତ ରହିଛି। ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ବେକାରି ସଂଖ୍ୟା ବଢୁଛି। ସହରାଞ୍ଚଳରେ ୮.୪ ପ୍ରତିଶତ ବେକାରି ଥିବା ବେଳେ ଗ୍ରାମାଞ୍ଚଳରେ ୬.୯ ପ୍ରତିଶତ ରହିଛି।
ରାଜ୍ୟ ସରକାର ଶିଳ୍ପାୟନର ସ୍ବପ୍ନ ଦେଖାଉଛନ୍ତି । ରାଜ୍ୟକୁ ଆଲୁମିନିୟମ୍‌, ଇସ୍ପାତ, ଆଲୁମିନା, ସାର, ପେଟ୍ରୋ କେମିକାଲ, ପ୍ଲାଷ୍ଟିକ ଭଳି ବଡ଼ବଡ଼ ଶିଳ୍ପ ସାଙ୍ଗକୁ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ପ୍ରତିରକ୍ଷା, ଶକ୍ତି, ସୂଚନା ପ୍ରଯୁକ୍ତି କ୍ଷେତ୍ର ପାଇଁ ବୃହତ୍‌ ପୁଞ୍ଜିନିବେଶ ହେବ। ରାଜ୍ୟର ଭାଗ୍ୟ ବଦଳିଯିବ। ବେକାର ଯୁବତୀଯୁବକଙ୍କୁ କାମଧନ୍ଦା ମିଳିଯିବ। ମାତ୍ର ନିଯୁକ୍ତିର ସିଂହ ଭାଗ ପୂରଣ କରୁଥିବା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକ ମଧ୍ୟରୁ ଅଧିକାଂଶ ସରକାରୀ ପ୍ରୋତ୍ସାହନ ଅଭାବରୁ ବନ୍ଦ ହୋଇଗଲାଣି । ରାଜ୍ୟରେ ଗତ ୫ ବର୍ଷରେ ପଞ୍ଜୀକୃତ ହୋଇଥିବା ୧୫,୩୧୫ ସୂକ୍ଷ୍ମ ଓ ମଧ୍ୟମ ଶିଳ୍ପରେ ତାଲା ପଡିଛି। ଏଥିରେ ନିୟୋଜିତ ଥିବା ୧,୨୯,୯୫୦ ଲୋକ ବେକାର ହୋଇଯାଇଛନ୍ତି। ବନ୍ଦ ହୋଇଥିବା ଏହି ଶିଳ୍ପ ମଧ୍ୟରୁ ସୁନ୍ଦରଗଡରେ ୨୦୨୦, କଟକରେ ୨୪୦୨, ଭୁବନେଶ୍ୱରରେ ୧୫୦୪, ଗଞ୍ଜାମରେ ୧୦୬୧, ସମ୍ବଲପୁରରେ ୫୩୩, ବରଗଡ଼ରେ ୩୩୪, କେନ୍ଦୁଝରରେ ୬୮୩, ବାଲେଶ୍ୱରରେ ୫୫୮, ଭଦ୍ରକରେ ୩୪୬, ଢେଙ୍କାନାଳରେ ୩୯୬, କଳାହାଣ୍ଡିରେ ୪୧୮, ରାୟଗଡ଼ାରେ ୨୫୬, ନବରଙ୍ଗପୁରରେ ୧୫୭ ଏବଂ ମାଲକାନଗିରିରେ ୧୧୬ଟି ଶିଳ୍ପ ବନ୍ଦ ହୋଇଛି। ଶିକ୍ଷିତ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ, ବଜାର ଓ ବ୍ୟାଙ୍କ ସୁବିଧା ଦେଇପାରୁ ନ ଥିବାରୁ ଆରମ୍ଭର ଅଳ୍ପ କେଇମାସ ପରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ତାଲା ପଡୁଛି। ସରକାର ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ନ ଦେଲେ ପରିସ୍ଥିତି ଆହୁରି ବିଗିଡିବ ବୋଲି ଅର୍ଥନୀତିଜ୍ଞ ମତ ଦେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri