ନିମାପଡ଼ା: ବିଦ୍ୟୁତ୍‌ ଯନ୍ତ୍ରଣାର ଅନ୍ତ ଘଟୁନି

ନିମାପଡ଼ା,୨୩।୭(ଡି.ଏନ୍‌.ଏ.): ଗତ ମେ’ ୩ ତାରିଖରେ ହୋଇଥିବା ବାତ୍ୟା ଫନୀରେ ପୁରୀ ଜିଲା ନିମାପଡ଼ା ବିଦ୍ୟୁତ୍‌ ଡିଭିଜନର ୨୫ହଜାରରୁ ଊର୍ଦ୍ଧ୍ୱ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିରୁଜି ଯାଇଥିବାବେଳେ ୧ହଜାରରୁ ଊର୍ଦ୍ଧ୍ୱ ଟ୍ରାନ୍ସଫରମର, ୧୨ଟି ଉଚ୍ଚ କ୍ଷମତାସମ୍ପନ୍ନ ଟାଓ୍ବାର କ୍ଷତିଗ୍ରସ୍ତ ହୋଇଥିଲା। ୧ଲକ୍ଷ ୮୦ହଜାର ଉପଭୋକ୍ତା ପ୍ରଭାବିତ ହୋଇଥିଲେ। ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ନିମାପଡ଼ା, ଗୋପ, କାକଟପୁର, ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ଲୋକେ ବିଦ୍ୟୁତ୍‌ ଅଭାବରୁ ଗରମ, ଗୁଳୁୁଗୁଳିରେ ଛଟପଟ ହେବା ସାଙ୍ଗକୁ ଅନ୍ଧକାରରେ ରହିଲେ। ଏବେ ବି ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ ହୋଇପାରିନାହିଁ। କେତେକ ଆଭ୍ୟନ୍ତରୀଣ ଛୋଟ ଗ୍ରାମକୁ ବିଦ୍ୟୁତ୍‌ ପହଞ୍ଚତ୍ ନ ଥିବା କୁହାଯାଉଛି। ବିଶେଷ କରି ଚାଷୀମାନଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। କାରଣ ନିମାପଡ଼ା ବ୍ଲକର ଧନୁଅଁା ଗ୍ରାମ ପଞ୍ଚାୟତ ଦେଖେତା, ବରିହାପଡା, ଆଙ୍କୁଶୁପୁର ଗ୍ରାମ ସମେତ ଆଉ କେତେକ ପଞ୍ଚାୟତର ଉଠା ଜଳସେଚନ ପଏଣ୍ଟକୁ ବିଦ୍ୟୁତ୍‌ ପୁନଃସଂଯୋଗ ହୋଇପାରିଲା ନାହିଁ। ଫଳରେ ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିବା ଚାଷୀ ବିଷ୍ଣୁଚରଣ ପରିଡା, ଜୟନ୍ତ ସ୍ବାଇଁ, ପ୍ରଦ୍ୟୁମ୍ନ ସ୍ବାଇଁ ପ୍ରମୁଖ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ନିଆଣ୍ଟିଆ ବର୍ଷା ଅନ୍ୟ ପଟେ ବିଦ୍ୟୁତ୍‌ ଅଭାବ ଯୋଗୁ ଚାଷ ଜମିକୁ ପାଣି ମିଳିପାରୁନାହିଁ। ଏବେ ଚାଷ ସମୟରେ ଜମି ଫାଟି ଅଁା କରିଲାଣି। ଅନ୍ୟପକ୍ଷରେ ଗ୍ରାମଗୁଡ଼ିକୁ ବିଦ୍ୟୁତ୍‌ ପୁନଃ ସଂଯୋଗ ହୋଇଥିଲେ ମଧ୍ୟ ବାରମ୍ବାର ବିଦ୍ୟୁତ୍‌ କଟିଯାଉଛି। ଫଳରେ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବିଦ୍ୟୁତ୍‌ ବିଭାଗର ଆନ୍ତରିକତାହୀନ କାର୍ଯ୍ୟକୁ ଦାୟୀ କରୁଛନ୍ତି। କାରଣ ବାତ୍ୟା ପରେ ବିଦ୍ୟୁତ୍‌ ପୁନରୁଦ୍ଧାର କାର୍ଯ୍ୟରେ ୪ହଜାର କର୍ମଚାରୀ ନିୟୋଜିତ ହୋଇଥିଲେ। ତନ୍ମଧ୍ୟରୁ ରାଜସ୍ଥାନ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ବିହାର, ଝାଡଖଣ୍ଡ ଆଦି ରାଜ୍ୟର ପ୍ରାୟ ୧୨ଶହ କର୍ମଚାରୀ ନିୟୋଜିତ ଥିଲେ। ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଲକ୍ଷ ଲକ୍ଷ ଉପଭୋକ୍ତା ଘରେ ବିଦ୍ୟୁତ୍‌ ପହଞ୍ଚତ୍ଥିଲା। ପର୍ଯ୍ୟାୟ କ୍ରମେ ପ୍ରାୟ ବାହାର ରାଜ୍ୟର କର୍ମଚାରୀ ନିଜ ନିଜ ରାଜ୍ୟକୁ ଫେରିଛନ୍ତି। ବର୍ତ୍ତମାନ ଯେଭଳି ବିଦ୍ୟୁତ୍‌ର ଲୁଚକାଳି ଖେଳ ଚାଲିଛି ସେଥିରୁ ସ୍ଥାନୀୟ ବିଦ୍ୟୁତ୍‌ ଡିଭିଜନର କର୍ମଚାରୀ ଓ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ପଦାରେ ପଡ଼ିଥିବା ନିମାପଡ଼ାର ହରିହର ସାହୁ, ବିଜୟ ବେହେରା, ସଚ୍ଚିଦାନନ୍ଦ ବେହେରା ଓ ଅହ୍ମୁଣିଆପାଟଣାର ରମେଶ ସାହୁ କହିଛନ୍ତି। ବାହାର ରାଜ୍ୟର କର୍ମଚାରୀମାନେ କଠିନ ପରିଶ୍ରମ କରି ପ୍ରଚଣ୍ଡ ଖରାରେ ଖୁଣ୍ଟରେ ଚଢ଼ି କାର୍ଯ୍ୟ କରିବା ଯୋଗୁ ଆମେ ବିଦ୍ୟୁତ୍‌ ପାଇପାରିଲୁ। ପରବର୍ତ୍ତୀ ଅନ୍ୟାନ୍ୟ କାର୍ଯ୍ୟ କରିବାରେ ଆମ ଅଞ୍ଚଳର କର୍ମଚାରୀ ସକ୍ଷମ ହୋଇପାରୁ ନ ଥିବାରୁ ବିଦ୍ୟୁତ୍‌ ଯନ୍ତ୍ରଣାର ଅନ୍ତ ଘଟୁନି ବୋଲି କହିଛନ୍ତି ଅଳନ୍ଧା ଗ୍ରାମର ରାମଚନ୍ଦ୍ର ସାହୁ, ଅଶୋକ ବରାଳ, ନିମାପଡ଼ାର ଗୌରାଙ୍ଗ ସାହୁ, ଗୋପୀନାଥ ପାଟଣାର ଗୋବିନ୍ଦ ସାହୁ, ଦୀପିରେଣ୍ଟାର ଫୀକର ପରିଡ଼ା ଓ ଶ୍ୟାମସୁନ୍ଦରପୁରର ତୋଫାନ ସେଠୀ।
ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରତ୍ୟୁଷ ମିଶ୍ର କହିଛନ୍ତି ଯେ, ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ନିମାପଡ଼ା ବିଦ୍ୟୁତ୍‌ ଡିଭିଜନର ଶତ ପ୍ରତିଶତ ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ରଥଯାତ୍ରା ପୂର୍ବରୁ ବାହାର ରାଜ୍ୟର ପ୍ରାୟ କର୍ମଚାରୀ ଫେରିଯାଇଛନ୍ତି। ମାତ୍ର ୨୦/୨୫ ଜଣ ବାହାର ରାଜ୍ୟର କର୍ମଚାରୀ କେତେକ ଗୁରୁତ୍ୱପୂର୍ଣ୍ଣ ମରାମତି କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ବାରମ୍ବାର ବିଦ୍ୟୁତ୍‌ କଟିବା ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଡି. ଜୟ କୁମାର କହିଛନ୍ତି ଯେ, କେତେକ ଅଞ୍ଚଳରେ ଉଚ୍ଚକ୍ଷମତା ସମ୍ପନ୍ନ ନୂତନ ଟ୍ରାନ୍ସମିଟର ବସାଯାଉଥିବାରୁ ଏବଂ ନୂଆ ତାର ସଂଯୋଗ କରାଯାଉଥିବାରୁ ବିଦ୍ୟୁତ୍‌ ବିଭ୍ରାଟ ଦେଖାଦେଉଛି। ଖୁବ୍‌ଶୀଘ୍ର ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।

ବିଚିତ୍ରାନନ୍ଦ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ମାରିଲା ରକ୍ତମୁଖା ଦନ୍ତା, ପୁଅ-ବୋହୂଙ୍କ ସହ…

ଲାଞ୍ଜିଗଡ଼,୧ା୮(ରମେଶ ଚନ୍ଦ୍ର ନାୟକ): ଏକ ରକ୍ତମୁଖା ଦନ୍ତା ଜଣେ ବୃଦ୍ଧାଙ୍କୁ କଲବଲ କରି ମାରିଛି। ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଏତେତେଣେ ପଡ଼ିଛି। ଏପରି ହୃଦୟ…

ତପ୍ତପାଣି ଆସିବେ ରାଷ୍ଟ୍ରପତି: ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ-ଏସ୍‌ପି

ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ତାରିଖ ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ଣ ପ୍ରସବଣ ତପ୍ତପାଣି ପରିଦର୍ଶନ କରିବା ସହ ସେଠାରେ…

ଶ୍ରୀଲଙ୍କା ସିରିଜ ପୂର୍ବରୁ ଏମଏସ ଧୋନିଙ୍କୁ ଭେଟିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳ ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି, ଅଗଷ୍ଟ ୧୫ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୱିକେଟ କିପର-ବ୍ୟାଟ୍ସମ୍ୟାନ…

ପୁଣି ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୫.୮

ଟୋକିଓ,୧।୮: ଜାପାନରେ ପ୍ରକୃତିର ପ୍ରକୋପ ନିରନ୍ତର ଜାରି ରହିଛି। ଶନିବାର, ଉତ୍ତର ଜାପାନର ଆଓମୋରି ପ୍ରିଫେକ୍ଚର ନିକଟରେ 5.8 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାପାନ ପାଣିପାଗ…

କେସିଙ୍ଗା ମହାବିଦ୍ୟାଳୟରେ ଯୋଗଦେଲେ ନୂଆ ପ୍ରିନ୍ସିପାଲ, କହିଲେ ଛାତ୍ରୀଛାତ୍ରଙ୍କୁ ଠିକ୍‌ ଭାବେ…

କେସିଙ୍ଗା,୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ କେସିଙ୍ଗା ମହାବିଦ୍ୟାଳୟରେ ନୂତନ ଭାବେ ପ୍ରିନ୍ସିପାଲ ଅଶ୍ୱିନୀ ପଟ୍ଟନାୟକ ଶନିବାର ଯୋଗଦାନ କରିଛନ୍ତି। ସେ ଏହି ମହାବିଦ୍ୟାଳୟ ଗତ…

ଏଟିଏମ ଭଙ୍ଗା ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୧।୮(ସଙ୍ଗୀତା ଜେନା): ଜରେଇକେଲାରେ ଥିବା ଏକ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଭଙ୍ଗା ଘଟଣାରେ ବିସ୍ରା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୋଲିସ ୮,୩୦୦…

ସାଧୁ ବେଶରେ ଅଭିନୟ ପଡ଼ିଲା ମହଙ୍ଗା, ପପୁ ଯାଦବଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧।୮: ମୌସୁମୀ ଅଧିବେଶନ ୨୦୨୬ ସମୟରେ ସଂସଦରେ ରାମ ମନ୍ଦିର ଦାନ ଚୋରିକୁ ନେଇ ନାଟକ କରି ସାଂସଦ ପପୁ ଯାଦବ ଆଇନଗତ ଜାଲରେ ଫସିଯାଇଛନ୍ତି। କାରଣ…

‘ମୁଁ ଲଜ୍ଜିତ, ନିଜ ମୁହଁକୁ ଆଇନାରେ ଦେଖିପାରୁନି’ ପିଏମ ମୋଦିଙ୍କୁ ଅପଶବ୍ଦ କହିଥିବା ଯୁବତୀ ମାଗିଲେ କ୍ଷମା

ନୂଆଦିଲ୍ଲୀ,୧।୮: ଦିଲ୍ଲୀର ଜନ୍ତର-ମନ୍ତରରେ CJP ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଯୁବତୀଜଣକ ସୋସିଆଲ ମିଡିଆରେ ଭିଡିଓ ଜାରି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri