ନିଟ୍‌ରେ ଆଇନିଟ୍‌ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୯-୬: ଚଳିତ ବର୍ଷ ନିଟ୍‌ ପ୍ରବେଶିକାରେ ପ୍ରମୁଖ କୋଚିଂ ପ୍ରତିଷ୍ଠାନ ‘ଆଇନିଟ’ଛାତ୍ରୀଛାତ୍ରଙ୍କ ସଫଳତା ହାର ଉଲ୍ଲେଖନୀୟ ରହିଛି। ପ୍ରତିଷ୍ଠାନର ଛାତ୍ରୀଛାତ୍ର ସଫଳତା ଧାରାରୁ ବଜାୟ ରଖିବା ସହ ଚଳିତ ବର୍ଷ ଭଲ ଫଳାଫଳ କରିଥିବା ଆଇନିଟ୍‌ ପକ୍ଷରୁ ସୂଚନା ରହିଛି। ଏହାର ୪ ଛାତ୍ରୀଛାତ୍ର ୬୦୦ରୁ ଉର୍ଦ୍ଧ୍ୱ ନମ୍ବର ରଖିଥିବା ବେଳେ ୭୪ ଜଣ ୫୦୦ରୁ ଉର୍ଦ୍ଧ୍ୱ, ୧୯ ଜଣ ୫୫୦ ମାର୍କରୁ ଉର୍ଦ୍ଧ୍ୱ ଏବଂ ୧୦୨ ଜଣ ୪୮୦ ରୁ ଉର୍ଦ୍ଧ୍ୱ ନମ୍ବର ରଖିବାକୁ ସକ୍ଷମ ହୋଇଛନ୍ତି। ଅନୁଷ୍ଠାନର ସଫଳତା ଧାରା ଉନ୍ନତ ରହିଥିବା ବେଳେ ଛାତ୍ରୀଛାତ୍ରଙ୍କୁ ତତ୍ତ୍ୱାବଧାନ, ସର୍ବୋତ୍ତମ ପରୀକ୍ଷା ପ୍ରଣାଳୀ, ବୈଜ୍ଞାନିକ ଧାରାରେ କୋଚିଂ, ଦୁର୍ବଳବର୍ଗର ଛାତ୍ରୀଛାତ୍ରଙ୍କ ଲାଗି ସ୍କଲାରଶିପ ବ୍ୟବସ୍ଥା କରାଯାଇଥିବା ଆଇନିଟର ପ୍ରତିଷ୍ଠାତା ପିଓ୍ବାନ ସାର କହିଛନ୍ତି। ଅନୁଷ୍ଠାନର ୧ ବର୍ଷିଆ ରେଗୁଲାର ବ୍ୟାଚ୍‌ରେ ସର୍ବଭାରତୀୟ ଜେନେରାଲ ର଼୍ୟାଙ୍କରେ ମୁକେଶ କୁମାର ବିଶ୍ୱାଳ ୨୬୬୬ ତମ ସ୍ଥାନରେ ରହିଛନ୍ତି। ସେ ୬୩୦ ନମ୍ବର ରଖିଛନ୍ତି।
ସେହିଭଳି ଜେନେରାଲ ୨୮୫୦ ର଼୍ୟାଙ୍କରେ ୬୨୯ ନମ୍ବର ସହ ଅଂଶୁମାନ ନାୟକ, ୬୨୭ ନମ୍ବର ସହ ୩୦୧୮ ତମ ସ୍ଥାନରେ ପ୍ରୀତମ ପ୍ରିତିବାସ ରାଉତରାଏ, ୬୧୨ ନମ୍ବର ସହ ଜେନେରାଲ ୫୨୮୫ ତମ ସ୍ଥାନରେ ସୁଧାଂଶୁ ଶେଖର ସ୍ବାଇଁ ରହିଛନ୍ତି। ସେହିଭଳି ସର୍ବଭାରତୀୟ ର଼୍ୟାଙ୍କ ଶ୍ରେଣୀରେ ଏକ ବର୍ଷିଆ ରେଗୁଲାର ବ୍ୟାଚରେ ଅନୁଷ୍ଠାନର ଆଉ ୬ ଛାତ୍ରୀଛାତ୍ର ରହିଛନ୍ତି। ସଫଳ ଛାତ୍ରୀଛାତ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ଚଳିିତ ବର୍ଷ ନିଟ୍‌ ଏବଂ ଏମ୍ସ ଲାଗି ନାମ ଲେଖା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ନାମଲେଖା ଲାଗି ଖଣ୍ଡଗିରି ସ୍ଥିତ କର୍ପୋରେଟ ଏବଂ ଜୟଦେବ ବିହାର କଳିଙ୍ଗ ଷ୍ଟାଡିୟମ ସ୍ଥିତ ଶାଖା ଅଫିସରେ ସମ୍ପର୍କ କରିବାକୁ ପ୍ରତିଷ୍ଠାତା ପିଓ୍ବାନ ସାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri