Posted inଫୁରସତ

ନିଜେ ପାଲଟିଛି ନିଜର ସାହାରା

ଚାଇନାର ଡାଙ୍ଗ ଭାନ ଖୁୟେନ। ବୟସ ମାତ୍ର ୧୦ ବର୍ଷ। ହେଲେ ଦୁଃଖର ପାହାଡ ଯେମିତି ତାରି ଉପରେ ଅଜାଡି ହୋଇଯାଇଛି। କଅଁଳ ବୟସରୁ ପ୍ରଥମେ ମା’କୁ ହରାଇଲା। ତା’ପରେ ଜେଜେମା’ ସାଜିଲେ ସାହା ଭରସା। ତାଙ୍କରି ପାଖରେ ରହି ହସଖୁସିରେ ଦିନ ବିତୁଥାଏ। ବାପା ବାହାରେ କାମ କରି ଟଙ୍କା ପଠାଉଥିଲେ। ଯେନତେନ ପ୍ରକାରେ ଚଳି ଯାଉଥିଲେ ଦୁଇ ପ୍ରାଣୀ। ହେଲେ ଦଇବ ଦାଉ ସାଧିଲା। ବାର୍ଦ୍ଧକ୍ୟରୁ ଜେଜେମା’ ବି ଆରପାରିକୁ ଚାଲିଗଲେ। ଡାଙ୍ଗ ଭାନ ହୋଇଗଲା ସମ୍ପୂର୍ଣ୍ଣ ଏକୁଟିଆ। କିନ୍ତୁ ନିଜକୁ ସମ୍ଭାଳିବା ସେ ଶିଖିବାକୁ ଲାଗିଲା। ରୋଷେଇ କରିବାଠୁ ଆରମ୍ଭ କରି ବାସନ ମଜା, ଏମିତି କି ନିଜେ ସ୍କୁଲ ଯିବା ପାଇଁ ପ୍ରସ୍ତୁତ ହେବା ଶିଖିଲା। ତେବେ ଦିନେ ସ୍କୁଲରେ ଥିବାବେଳେ ଖବର ପାଇଲା ବାପା କାମ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଡାଙ୍ଗ ଭାନ ହୋଇଗଲା ସମ୍ପୂର୍ଣ୍ଣ ଏକା। ହେଲେ ପରିସ୍ଥିତି ସହ ଖାପଖୁଆଇ ଜିଇବାକୁ ହେବ। ତେଣୁ ନିଜକୁ ସମ୍ଭାଳିବା ପାଇଁ ସାହସ ଜୁଟାଇଲା। ଏବେ ସେ ନିଜେ ଘରକରଣା ସବୁ କାମ କରିବା ସହ ପନିପରିବା ଚାଷ କରୁଛି। ଆଉ ପ୍ରତିଦିନ ସ୍କୁଲ ବି ଯାଉଛି। କଠିନ ପରିଶ୍ରମ କରି ପାଠ ପଢୁଛି। ଡାଙ୍ଗ ଭାନର ଏହି ପରିସ୍ଥିତି ଦେଖି ବିଦ୍ୟାଳୟର ଶିକ୍ଷକ ତା’ ପାଇଁ ଏକ ଭଲ ପରିବାର ଯୋଗାଡ କରିବାକୁ ଚେଷ୍ଟା କରିଛନ୍ତି। ହେଲେ ଡାଙ୍ଗ ଭାନ ଚାହେଁନା ପୋଷ୍ୟ ସନ୍ତାନ ହେବାକୁ। ଡାଙ୍ଗ ଭାନ ମତରେ ସେ ନିଜକୁ ଭଲରେ ସମ୍ଭାଳିପାରିଛି। ତେଣୁ ସେ ଏକୁଟିଆ ରହିବାକୁ ଚାହେଁ। ହେଲେ ଦିନ ସରିଯାଇ ରାତି ହୋଇଗଲେ ଏକୁଟିଆ ଶୋଇବା ତା’ ପାଇଁ ଭାରି କଷ୍ଟକର ହୋଇପଡେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri