Posted inଫୁରସତ

ନିଜେ ପାଲଟିଛି ନିଜର ସାହାରା

ଚାଇନାର ଡାଙ୍ଗ ଭାନ ଖୁୟେନ। ବୟସ ମାତ୍ର ୧୦ ବର୍ଷ। ହେଲେ ଦୁଃଖର ପାହାଡ ଯେମିତି ତାରି ଉପରେ ଅଜାଡି ହୋଇଯାଇଛି। କଅଁଳ ବୟସରୁ ପ୍ରଥମେ ମା’କୁ ହରାଇଲା। ତା’ପରେ ଜେଜେମା’ ସାଜିଲେ ସାହା ଭରସା। ତାଙ୍କରି ପାଖରେ ରହି ହସଖୁସିରେ ଦିନ ବିତୁଥାଏ। ବାପା ବାହାରେ କାମ କରି ଟଙ୍କା ପଠାଉଥିଲେ। ଯେନତେନ ପ୍ରକାରେ ଚଳି ଯାଉଥିଲେ ଦୁଇ ପ୍ରାଣୀ। ହେଲେ ଦଇବ ଦାଉ ସାଧିଲା। ବାର୍ଦ୍ଧକ୍ୟରୁ ଜେଜେମା’ ବି ଆରପାରିକୁ ଚାଲିଗଲେ। ଡାଙ୍ଗ ଭାନ ହୋଇଗଲା ସମ୍ପୂର୍ଣ୍ଣ ଏକୁଟିଆ। କିନ୍ତୁ ନିଜକୁ ସମ୍ଭାଳିବା ସେ ଶିଖିବାକୁ ଲାଗିଲା। ରୋଷେଇ କରିବାଠୁ ଆରମ୍ଭ କରି ବାସନ ମଜା, ଏମିତି କି ନିଜେ ସ୍କୁଲ ଯିବା ପାଇଁ ପ୍ରସ୍ତୁତ ହେବା ଶିଖିଲା। ତେବେ ଦିନେ ସ୍କୁଲରେ ଥିବାବେଳେ ଖବର ପାଇଲା ବାପା କାମ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଡାଙ୍ଗ ଭାନ ହୋଇଗଲା ସମ୍ପୂର୍ଣ୍ଣ ଏକା। ହେଲେ ପରିସ୍ଥିତି ସହ ଖାପଖୁଆଇ ଜିଇବାକୁ ହେବ। ତେଣୁ ନିଜକୁ ସମ୍ଭାଳିବା ପାଇଁ ସାହସ ଜୁଟାଇଲା। ଏବେ ସେ ନିଜେ ଘରକରଣା ସବୁ କାମ କରିବା ସହ ପନିପରିବା ଚାଷ କରୁଛି। ଆଉ ପ୍ରତିଦିନ ସ୍କୁଲ ବି ଯାଉଛି। କଠିନ ପରିଶ୍ରମ କରି ପାଠ ପଢୁଛି। ଡାଙ୍ଗ ଭାନର ଏହି ପରିସ୍ଥିତି ଦେଖି ବିଦ୍ୟାଳୟର ଶିକ୍ଷକ ତା’ ପାଇଁ ଏକ ଭଲ ପରିବାର ଯୋଗାଡ କରିବାକୁ ଚେଷ୍ଟା କରିଛନ୍ତି। ହେଲେ ଡାଙ୍ଗ ଭାନ ଚାହେଁନା ପୋଷ୍ୟ ସନ୍ତାନ ହେବାକୁ। ଡାଙ୍ଗ ଭାନ ମତରେ ସେ ନିଜକୁ ଭଲରେ ସମ୍ଭାଳିପାରିଛି। ତେଣୁ ସେ ଏକୁଟିଆ ରହିବାକୁ ଚାହେଁ। ହେଲେ ଦିନ ସରିଯାଇ ରାତି ହୋଇଗଲେ ଏକୁଟିଆ ଶୋଇବା ତା’ ପାଇଁ ଭାରି କଷ୍ଟକର ହୋଇପଡେ।


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri