ନିଜର ମରାମତି

କରୋନା ଭାଇରସ୍‌ ପୃଥିବୀବ୍ୟାପୀ ପ୍ରାୟ ୭୦ ହଜାର ଲୋକଙ୍କ ଜୀବନ ନେଲାଣି। ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର ବୋଲାଉ ଥିବା ଆମେରିକା ଆଜି କରୋନା ମାଡ଼ରେ ଧରାଶାୟୀ। ୬ ଏପ୍ରିଲରେ ଏହି ଲେଖା ପ୍ରସ୍ତୁତ ହେବା ବେଳକୁ ଆମେରିକାରେ ୩,୩୬,୮୫୧ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୯,୬୨୦ ଜଣଙ୍କ ପ୍ରାଣହାନି ଘଟିଛି। ଅବଶ୍ୟ ସେମାନଙ୍କ ତଥ୍ୟକୁ ସନ୍ଦେହ କରିବାର ପ୍ରୟୋଜନ ନାହିଁ। ଅନ୍ୟପଟେ ତୁଳନାତ୍ମକ ତଥ୍ୟ ପାଇବା କଷ୍ଟକର ହୋଇପାରେ। ଯଥା ବିଗତ ୫ ବର୍ଷର ଏବଂ ଏହି ସମୟରେ ଆମେରିକାରେ କେତେ ଜଣଙ୍କର ‘ଫ୍ଲୁ’ ରୋଗରୁ ମୃତ୍ୟୁ ଘଟିଛି, ତାହା ଜାଣିବା ସମ୍ଭବପର ହେଉନାହିଁ। ଯେଉଁ ହାରରେ କରୋନା ଯୋଗୁ ସଂକ୍ରମଣ ବ୍ୟାପି ଚାଲିଛି ଆସନ୍ତା ଦୁଇ ସପ୍ତାହ ଆମେରିକା ପାଇଁ ଅତ୍ୟନ୍ତ କଠିନ ରହିବ ବୋଲି ସରକାରୀ ଭାବେ କୁହାଗଲାଣି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବ୍ୟତିବ୍ୟସ୍ତ ହୋଇ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବଟିକା ଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୨୫ରେ ଭାରତର ବହିର୍ବ୍ୟାପାର ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫ୍‌ଟି) ପକ୍ଷରୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ରପ୍ତାନି ଉପରେ କଟକଣା ଜାରି କରାଯାଇଥିଲା। ଏହା ସତ୍ତ୍ୱେ ଆମେରିକା ପକ୍ଷରୁ ଏହି ବଟିକା ଯୋଗାଣ ଲାଗି ଅର୍ଡର ଦିଆଯାଇଛି।

ଶୀତଳଯୁଦ୍ଧ ପରେ ଆମେରିକା ବିଶ୍ୱର କ୍ଷମତାଶାଳୀ ଦେଶ ଭାବେ ଉଭା ହୋଇଛି। ଅନେକ ରାଷ୍ଟ୍ର ଏହାର ପ୍ରଭୁତ୍ୱକୁ ସ୍ବୀକାର କରୁ ନ ଥିଲେ ମଧ୍ୟ ମନ ଭିତରେ ଆମେରିକା ପ୍ରତି ଭୟ ଲାଗି ରହିଥିଲା। ଅତ୍ୟାଧୁନିକ ସାମରିକ ବଳରେ ବଳୀୟାନ ଓ ପର୍ଯ୍ୟାପ୍ତ ପୁଞ୍ଜି ରଖିଥିବାରୁ ଆମେରିକାର ଅହଂ କାହିଁରେ କ’ଣ। ବିଶ୍ୱ ରାଜନୈତିକ ଓ ଆର୍ଥିକ ବ୍ୟାପାରରେ ଏହାର ମୁଖ୍ୟ ମୁଣ୍ଡ ପୂରାଇବା ଏକ ନିତିଦିନିଆ କଥା। କିନ୍ତୁ ଯେବେଠାରୁ କୋଭିଡ୍‌-୧୯ ଦ୍ୱାରା ଏହା ଆକ୍ରାନ୍ତ ହୋଇ ନିଜ ଲୋକଙ୍କୁ ହରାଇବସିଲାଣି ସେବେଠାରୁ ତା’ର ଚିନ୍ତା ଅନେକ ଗୁଣ ବଢ଼ିଯାଇଛି। ଚାଇନାର ଉହାନରୁ ଜନ୍ମ ନେଇଥିବା କରୋନା ଭୂତାଣୁକୁ ଟ୍ରମ୍ପ୍‌ ‘ଚାଇନା ଭୂତାଣୁ’ କହି ହସରେ ଉଡ଼ାଇ ଦେଇଥିଲେ। ଏଭଳି ଅଟ୍ଟହାସ୍ୟ କରିବା ପଛରେ ତାଙ୍କ ଦମ୍ଭ ରହିଥିଲା ଯେ, ଆମେରିକା ଭଳି ଶକ୍ତିଶାଳୀ ଦେଶରେ ସର୍ବାଧିକ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ସୁବିଧା ରହିଥିବାରୁ ଯେକୌଣସି ପରିସ୍ଥିତିକୁ ସହଜରେ ମୁକାବିଲା କରିହେବ। କଥାରେ ଅଛି ‘ସବୁ ସମୟ ଏକା ଭଳି ଯାଇ ନ ଥାଏ’। ସାମାନ୍ୟ ପିମ୍ପୁଡ଼ିଟିଏ ମଧ୍ୟ ବିଶାଳକାୟ ହାତୀକୁ ପାଗଳ କରିଦେଇପାରେ। ଏଥିରୁ ବୁଝିବାକୁ ହେବ ଯେ, ଶତ୍ରୁ ହେଉ ବା ଭୂତାଣୁ କାହାରିକୁ ତୁଚ୍ଛ ମଣିବା ଉଚିତ ନୁହେଁ। କରୋନାକୁ ହେୟ ମନେ କରିଥିବାରୁ ଆମେରିକା ଆଜି ଦଶା ଭୋଗୁଛି।

କୋଭିଡ୍‌-୧୯ ପୃଥିବୀର ୨୦୦ରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପି ସୂଚାଇ ଦେଇଛି ଯେ, ମଣିଷର ବୈଜ୍ଞାନିକ ଗବେଷଣା ସାମାନ୍ୟ ଏକ ଭୂତାଣୁ ନିକଟରେ ଅଣ୍ଠେଇ ପଡ଼ିପାରେ। ଏଠାରେ ମନେରଖିବାକୁ ହେବ ଯେ, ଏହା ପରିବେଶର କୋପ ନୁହେଁ। ଏହା ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ। ଦେଖିବାକୁ ଗଲେ ଅଳ୍ପ କେତୋଟି ସପ୍ତାହରେ ପୃଥିବୀବ୍ୟାପୀ ଲକ୍‌ଡାଉନ୍‌ ଫଳରେ ପରିବେଶ ନିଜ ଶକ୍ତି ଜରିଆରେ ନିଜକୁ ମରାମତି କରିଦେଇପାରିଛି। ସେଥିପାଇଁ ଆଜି ଏହା ମଧ୍ୟ ଏକ ବିଚାର ହେଉଛି ଯେ, ପୃଥିବୀର ଅର୍ଥନୈତିକ ସନ୍ତୁଳନରେ ବିରାଟକାୟ ପରିବର୍ତ୍ତନ ଆସିବା ସହିତ ପରିବେଶ ରକ୍ଷାକାରୀମାନଙ୍କ ଭୂମିକା ଗୌଣ ହୋଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶାର ଶେଷ ପତ୍ର

ପ୍ରବଳ ଶୀତଦିନେ ସହରରେ ପ୍ରାଣଘାତୀ ନିମୋନିଆ ବ୍ୟାପିଥିଲା। ଝିଅଟିଏ ଏହାର କବଳରେ ପଡ଼ିଗଲା। ରୋଗ ଏତେ ଗୁରୁତର ହେଲା ଯେ ଔଷଧର ପ୍ରଭାବ ବନ୍ଦ ହୋଇଗଲା। ଝିଅଟି…

ପରୀକ୍ଷା ସଂସ୍କାର ଚିନ୍ତା

ଦେଶରେ ବିଭିନ୍ନ ପରୀକ୍ଷାରେ ବାରମ୍ବାର ହେଉଥିବା ପ୍ରଶ୍ନପତ୍ର ପ୍ରଘଟକୁ ରୋକିବାରେ କେନ୍ଦ୍ର ସରକାରଙ୍କ ବିଫଳତା ପରିପ୍ରେକ୍ଷୀରେ ଉତ୍ତରଦାୟିତ୍ୱ ଦାବି କରି ଦିଲ୍ଲୀର ଜନ୍ତରମନ୍ତରରେ ଆରମ୍ଭ ହୋଇଥିବା ଛାତ୍ର…

ବ୍ୟବସ୍ଥାଗତ ବିଫଳତା

ଦୃଢ଼ ରାଜନୈତିକ କୌଶଳ ଆପଣାଉଥିବା ସରକାରମାନେ ସାଧାରଣତଃ କଠୋର ଆଇନ ଆଣି ସେସବୁକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀକରି ସଙ୍କଟର ମୁକାବିଲା କରିଥାନ୍ତି। ଏଭଳି ସ୍ଥିତିରେ ବେଳେବେଳେ ପ୍ରଯୁକ୍ତି…

ଏଇ ଭାରତରେ

ଶକ୍ତିର ଅଭାବକୁ ଦେଖି ଦେଶରେ ସବୁଜ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ଏବେ ସୌର ଗାଁ ସୃଷ୍ଟି କରାଯାଉଛି। ଏମିତି ଏହି ଗାଁ…

ଅର୍ଥନୈତିକ ଦକ୍ଷତାକୁ ଅଣଦେଖା

ମୁଁ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏବଂ ପରେ ବିଶ୍ୱବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଭାବରେ ମୋଟ ସାତବର୍ଷ କାର୍ଯ୍ୟ କରିଛି। ଅର୍ଥନୀତି କେତେ ବିଚିତ୍ର, ତାହା…

ଆସ୍ଥାରେ ଆଘାତ

ଅଯୋଧ୍ୟା ରାମ ମନ୍ଦିରରୁ ଦାନ ଅର୍ଥ ଚୋରି ଘଟଣା ଅନେକ କୋଟି ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି। ମନ୍ଦିରରୁ ଦାନ ଅର୍ଥ ଚୋରି ହେବା ମନ୍ଦିର…

ଯୁବ ଅଗ୍ରଦୂତ

ନୂଆଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଯୁବ ଆନ୍ଦୋଳନରେ ଜେନ୍‌-ଜିର ପ୍ରଭାବ ଦେଖିବାକୁ ମିଳିଲା। ପାରମ୍ପରିକ ପ୍ରତିବାଦ ଅପେକ୍ଷା ଏହି ପିଢ଼ି ସୃଜନଶୀଳତା, ପ୍ରଯୁକ୍ତିବିଦ୍ୟା ଓ ହାସ୍ୟରସକୁ ଆନ୍ଦୋଳନର ଅଂଶ…

ଜୈବ-ସ୍ବତ୍ୱ ଡକାୟତି

ଜୈବ- ସ୍ବତ୍ୱ ଡକାୟତି(Bio-piracy) ଅର୍ଥ ହେଉଛି ଅନୁମତି କିମ୍ବା ସ୍ବୀକୃତି ବିନା ବାଣିଜି୍ୟକ ଲାଭ ପାଇଁ କୌଣସି ଦେଶ କିମ୍ବା ସମ୍ପ୍ରଦାୟର ପାରମ୍ପରିକ ଜ୍ଞାନ ଏବଂ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri