ନିଜଠାରୁୁ ୧୪ ବର୍ଷ ସାନ ଖଳନାୟକଙ୍କୁ ଡେଟ କରୁଛନ୍ତି ମୁଗ୍ଧା

ମୁମ୍ବାଇ: ବଲିଉଡ୍‌ର କିଛି ଫିଲ୍ମରେ ନଜର ଆସିଥିବା ମୁଗ୍ଧା ଗଡସେ ବେଶ କିଛିଦିନ ହେବ ନିଜ କ୍ୟାରିୟରକୁ ନେଇ ଅଛନ୍ତି ଚର୍ଚ୍ଚାରେ । ସେ ତାଙ୍କଠାରୁ ପାଖାପାଖି ୧୪ ବର୍ଷ ବଡ ଅଭିନେତା ରାହୁଲ ଦେବଙ୍କୁ ଡେଟ କରୁଥିବା ଆଲୋଚନା ହୁଏ । ଅବଶ୍ୟ ବଲିଉଡ୍‌ରେ କେତେଜଣ ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ନିକଟରେ ପ୍ରେମ ଆଗରେ ବୟସର କୌଣସି ଅର୍ଥ ନ ଥାଏ । ମୁଗ୍ଧା ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ । ନିକଟରେ ମୁଗ୍ଧା ତାଙ୍କ ରିଲେସନଶିପକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି । ସେ କହିଛନ୍ତି ଯେତେବେଳେ ଆପଣ ପ୍ରେମରେ ପଡୁଛନ୍ତି ସେତେବେଳେ ବୟସ କୌଣସି ବାଧକ ସାଜି ନ ଥାଏ । ଏହା କେବଳ ଗୋଟିଏ ସଂଖ୍ୟା । ଆଉ ଭଲ ପାଇବା ଓ ରିଲେସନଶିପ ହୃଦୟରୁ ହୋଇଥାଏ । ୨୦୧୩ରେ ତାଙ୍କର ରାହୁଲଙ୍କ ସହ ଏକ ବିବାହ ଉତ୍ସବରେ ଦେଖା ହୋଇଥିଲା । ସେ ସମୟରେ ଆମେ ବହୁତ କଥା ହୋଇଥିଲୁ ଓ ପରେ ବନ୍ଧୁ ପାଲଟି ଯାଇଥିଲୁ । ଧୀରେଧୀରେ କିନ୍ତୁ ଆମ ବନ୍ଧୁତା ପ୍ରେମରେ ପରିଣତ ହେଲା ଆଉ ଆମେ ୨୦୧୫ରୁ ରିଲେସନଶିପରେ ରହିଲୁ । ମୁଗ୍ଧାଙ୍କ ମତରେ ପ୍ରେମ ବଜାରରେ ମିଳୁଥିବା କୌଣସି ଜିନିଷ ନୁହେଁ । ଯିଏ ଚାହିଁବ ଶପିଂ କରିପାରିବ । ସୂଚନାଯୋଗ୍ୟ, ରାହୁଲ ତାଙ୍କ ପିଲାଦିନର ସାଥି ରିନାଙ୍କୁ ବିବାହ କରିଥିବା ବେଳେ ୨୦୦୯ରେ କ୍ୟାନସରରେ ପୀଡ଼ିତ ରୀନାଙ୍କର ଦେହାନ୍ତ ହୋଇଯାଇଛି । ଏମାନଙ୍କର ଗୋଟିଏ ପୁଅ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri