ନିଅଣ୍ଟିଆ ବର୍ଷା: ଚିନ୍ତାରେ ଚାଷୀ

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ରାଜ୍ୟରେ ବର୍ଷା ସ୍ଥିତି ବେଳକୁ ବେଳ ସଙ୍ଗିନ ହେବାରେ ଲାଗିଛି। କେଉଁଠି ଅସରାଏ ବର୍ଷା ହେଉଛି ତ କେଉଁଠି ଟାଇଁ ଟାଇଁ ଖରା। ଯେତିକି ବର୍ଷିବା କଥା ତାହା ହେଉ ନାହିଁ। ରାଜ୍ୟର ହାତଗଣତି କେତୋଟି ଜିଲାକୁ ବାଦ୍‌ ଦେଲେ ସାରା ରାଜ୍ୟରେ ବର୍ଷାର ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷାକୁ ଅନାଇ ଚିନ୍ତାରେ ପଡ଼ିଗଲେଣି ଚାଷୀ। ରୁଆ ବେଉଷଣ ସମୟ ଗଡ଼ି ଗଡ଼ି ଯାଉଛି। ବିଲ ଫାଟି ଅଁା କରିଛି। ଅନ୍ୟପକ୍ଷରେ ପାଣିପାଗର ପୂର୍ବାନୁମାନ ମଧ୍ୟ ଆହୁରି ଡରାଇଲାଣି। ଆସନ୍ତା ୧୦ ଦିନ ଯାଏ ବଡ଼ ବର୍ଷାର କୌଣସି ସମ୍ଭାବନା ନାହିଁ। କାଁ ଭାଁ କେଉଁଠି ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ବାୟୁମଣ୍ଡଳରେ ଜଳୀୟ ବାଷ୍ପ ରହୁଥିବାରୁ ଗରମ ହେବା ମାତ୍ରେ କେଉଁଠି ବର୍ଷା ହୋଇପାରେ। ବିଶେଷ କରି ସହରାଞ୍ଚଳରେ ଏଭଳି ବର୍ଷାର ମାତ୍ରା ବଢିବ। ହେଲେ ସମଗ୍ର ରାଜ୍ୟରେ ଚାଷକୁ ସୁହାଇଲା ଭଳି ବର୍ଷା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ସପ୍ତାହ ମଧ୍ୟରେ ବର୍ଷା ନ ହେଲେ ରାଜ୍ୟରେ ଧାନ ଚାଷ ମାଡ଼ ଖାଇବା ନେଇ ଆଶଙ୍କା ପ୍ରକାଶ ପାଇଛି।
ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ ପହିଲାରୁ ଜୁଲାଇ ୯ ଯାଏ ରାଜ୍ୟରେ ସ୍ବାଭାବିକଠାରୁ ୧୩ ପ୍ରତିଶତ କମ୍‌ ବର୍ଷା ହୋଇଛି। ଏହି ସମୟରେ ରାଜ୍ୟରେ ହାରାହାରି ୩୦୬.୩ ମିଲିମିଟର ବର୍ଷା ହେବା କଥା, ମାତ୍ର ହୋଇଛି ୨୬୮.୩ ମିଲିମିଟର। ରାଜ୍ୟରେ ୧୧ଟି ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୯ ଜିଲାରେ ମରୁଡି ପରିସ୍ଥିତି ସୃଷ୍ଟି ହେଲାଣି। ଗଜପତି ଜିଲାରେ ସ୍ବାଭାବିକଠାରୁ ୫୪ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ଅନୁଗୋଳରେ ୧୭, ବଲାଙ୍ଗୀରରେ ୨୫, ବାଲେଶ୍ୱରରେ ୪୪, ଗଞ୍ଜାମରେ ୩୩, କଳାହାଣ୍ଡିରେ ୧୫, କନ୍ଧମାଳରେ ୨୯, କେନ୍ଦୁଝରରେ ୨୭, ମୟୂରଭଞ୍ଜରେ ୩୦, ନୟାଗଡ଼ରେ ୨୩, ରାୟଗଡ଼ାରେ ୩୪ ଏବଂ ସୁନ୍ଦରଗଡ଼ ଜିଲାରେ ୧୬ ପ୍ରତିଶତ କମ୍‌ ବର୍ଷା ହୋଇଛି। ବର୍ଷା କମିବା ସାଙ୍ଗକୁ ଓ ପ୍ରାକୃତିକ ଦୁର୍ବିପାକ ଯୋଗୁ ଅନେକ ଚାଷୀ ଚାଷକାର୍ଯ୍ୟରୁ ନିଜକୁ ଦୂରେଇ ନେଲେଣି। ଗୋଟିଏ ପଟେ ମରୁଡି ଅନ୍ୟପଟେ ଚାଷ କାର୍ଯ୍ୟରେ ହେଉଥିବା ଅଧିକ ଖର୍ଚ୍ଚ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ମିଳୁ ନ ଥିବାରୁ କୃଷକ ଚାଷ ପ୍ରତି ଆଉ ଆଗ୍ରହ ଦେଖାଉ ନାହାନ୍ତି ଚାଷୀ। ଜମି ପଡିଆ ପଡୁଛି ପଛେ ବିଲକୁ ହଳ ଯାଉନି। ଚଳିତ ବର୍ଷ ୨୨ ହଜାର ହେକ୍ଟର ଜମିରେ ଆଉ ଧାନ ଚାଷ ହେବ ନାହିଁ ବୋଲି ରାଜ୍ୟ ସରକାର ମଧ୍ୟ ଆକଳନ କରିଛନ୍ତି। ପରିବର୍ତ୍ତିତ ଜଳବାୟୁକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ଅର୍ଥକରୀ ଫସଲ ଚାଷ କରିବାକୁ ପରାମର୍ଶ ଦିଆଯାଉଛି ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
କୃଷି ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୨୦୧୮ରେ ୩୬ ଲକ୍ଷ ୭୨ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା। ସ୍ବଳ୍ପ ବୃଷ୍ଟି ଯୋଗୁ ଚଳିତବର୍ଷ ୩୬ ଲକ୍ଷ ୫୦ ହଜାର ହେକ୍ଟରକୁ ଧାନଚାଷ ହ୍ରାସ ହେବ ବୋଲି ଆକଳନ କରାଯାଇଛି।
ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ଧୋକାଦେବାର ଆଶଙ୍କା ରହିଛି। ରାଜ୍ୟକୁ ମୌସୁମୀ ବର୍ଷା ସ୍ବାଭାବିକ ସମୟ(ଜୁନ୍‌ ୧୦) ପରିବର୍ତ୍ତେ ୧୧ ଦିନ ବିଳମ୍ବ ଅର୍ଥାତ୍‌ ଜୁନ୍‌ ୨୧ରେ ପ୍ରବେଶ କରିଥିଲା। ଦୁଇଦିନ କିଛି ପରିମାଣର ବର୍ଷା ହେବା ପରେ ପୁଣି ଉଭାନ ହୋଇଯାଉଛି। ଜୁନ୍‌ ପହିଲାରୁ ଧାନଚାଷ ପାଇଁ ଯେତିକି ବର୍ଷା ଦରକାର ତାହା ହୋଇନାହିଁ। ରାଜ୍ୟରେ ୩୬ ଲକ୍ଷ ୫୦ ହଜାର ହେକ୍ଟରରୁ ଏ ପର୍ଯ୍ୟନ୍ତ ମାତ୍ର ୬ ଲକ୍ଷ ହେକ୍ଟରରେ ଧାନ ବୁଣା ହୋଇଥିବା ସରକାରୀ ଭାବେ କୁହାଯାଇଛି। ଲଘୁଚାପଜନିତ ଲଗାଣ ବର୍ଷା ନ ହେଲେ ପରିସ୍ଥିତି ସୁଧୁରିବାର ଆଶା କମ୍‌ ବୋଲି ପାଣିପାଗ ବିଶେଷଜ୍ଞ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

ଭାଇ ସହ ସାଙ୍ଗ ହୋଇ ଭଉଣୀଙ୍କୁ କଲେ ପ୍ରେମ: ମା’ ଶୋଇଥିବା ବେଳେ ଯୁବତୀଙ୍କୁ ଡାକିନେଇ…

ଦିଗପହଣ୍ଡି,୧୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଧୀନ ଏକ ଗାଁରୁ ଜଣେ ୨୧ ବର୍ଷୀୟା ଯୁବତୀ ଆକସ୍ମିକ ଭାବେ ଘରୁ ନିଖୋଜ ହୋଇଯାଇଥିବା ଅଭିଯୋଗ…

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri