ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଅଟକ

ଦାରିଙ୍ଗବାଡ଼ି,୨୩।୯(ଡି.ଏନ.ଏ)- ଦାରିଙ୍ଗବାଡି ଅଞ୍ଚଳର ଜଣେ ଟ୍ୟୁଶନ ଶିକ୍ଷକ ଜଣେ ନାବାଳିକା ଛାତ୍ରୀ (ସପ୍ତମ ଶ୍ରେଣୀ)ଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଭୟରେ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଅଜଣା ସ୍ଥାନରେ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ତଦନ୍ତରେ ବାଧାସୃଷ୍ଟି ହେବା ଆଶଙ୍କାରେ ଅଧିକ କିଛି କହିବାକୁ ପୋଲିସ ମନା କରଛି।
ପ୍ରକାଶ ଯେ, ଶୁକ୍ରବାର ଉକ୍ତ ଥାନା ଅଞ୍ଚଳର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରତିଦିନ ଭଳି ସକାଳ ସାଢ଼େ୬ରେ ଟ୍ୟୁଶନ ଯାଇଥିଲେ। ତାଙ୍କୁ ଶିକ୍ଷାଦାନ କରୁଥିବା ଶିକ୍ଷକ ଜଣକ ଏକ ରୁମ୍‌କୁ ଡାକିନେଇ ଅସଦାଚରଣ କରିଥିଲେ। ନାବାଳିକା ଜଣକ ଘରକୁ ଫେରି ସମସ୍ତ ଘଟଣା ମା’ଙ୍କୁ କହିଥିଲେ। ପରିବାର ଲୋକେ ଏନେଇ ସୋମବାର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ନଂ.୯୬/୧୯ରେ ମାମଲା ରୁଜୁକରି ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ପୋକ୍‌ସୋ ଆକ୍ଟ ସହ ଏସ୍‌ଏସ୍‌ଟି ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଜଣେ ଡିଏସ୍‌ପି ର଼୍ୟାଙ୍କର ଅଫିସର ଏହି ଘଟଣାର ତଦନ୍ତ କରୁଥିବା ଆଇଆଇସି କୌଶିକ ମାଝୀ କହିଛନ୍ତି। ସମ୍ପୃକ୍ତି ଶିକ୍ଷକଙ୍କୁ ଗିରଫ କରିବାରେ ବିଳମ୍ବକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ପ୍ରତିକ୍ରୀୟା ଦେଖାଯାଇଛି। ସେହିପରି ଘଟଣାକୁ ନେଇ ପରିବାର ଲୋକ ମଧ୍ୟ ଭାଙ୍ଗିପଡ଼ିଛନ୍ତି। ଖୁବ୍‌ଶୀଘ୍ର ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ମାଝୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୨ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri