ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୧୭।୨-ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ଜିଲା ଅତିରିକ୍ତ ଦୌରାଜଜ୍‌ କମ୍‌ ପୋକ୍ସୋ ଅଦାଲତର ବିଚାରପତି ଗିରିଜା ପ୍ରସାଦ ମହାପାତ୍ର ସୋମବାର ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡ ସହ ୩୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଆଉ ୧୩ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।
୨୦୧୭ ଅଗଷ୍ଟ ୧୫ରେ ନାବାଳିକା ଜଣକ ନିଜ ଘରେ ମା’ବାପାଙ୍କ ପାଖରେ ଶୋଇଥିବା ବେଳେ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ରଘୁପୁର ଗ୍ରାମର ଅଗଷ୍ଟ ସିଂ ତାଙ୍କୁ ଡାକି ନେଇଥିଲେ। ସେ ତାଙ୍କ ଘରକୁ ବୁଲିଯିବା ପାଇଁ କହି କୌଶଳକ୍ରମେ ଅପହରଣ କରି ମାର୍କୋଣା ଷ୍ଟେଶନରୁ ଟ୍ରେନ୍‌ ଯୋଗେ ନେଇ ରୂପ୍‌ସା ଷ୍ଟେଶନରେ ଓହ୍ଲାଇଥିଲେ। ସେଠାରୁ ଏକ ବାଇକ୍‌ ଯୋଗେ ରଘୁପୁରସ୍ଥିତ ଘରକୁ ନେଇ ବଳାତ୍କାର କରିଥିଲେ। ଅଗଷ୍ଟ ସେଠାରେ ନାବାଳିକାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଘଟଣା ସମ୍ପର୍କରେ ନାବାଳିକାଙ୍କ ବାପା ସିମୁଳିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାରେ ମାମଲା (ନଂ. ୨୧୯/୧୭) ରୁଜୁ କରାଯାଇଥିଲା। ଅପହରଣର ୪ ଦିନ ପରେ ଅଗଷ୍ଟ ନାବାଳିକାଙ୍କ ସହିତ ପଞ୍ଚୁଲିଙ୍ଗେଶ୍ୱର ଶୈବପୀଠକୁ ବୁଲିବାକୁ ଯାଉଥିବା ବେଳେ ବାଲେଶ୍ୱର ପୋଲିସ ଲାଇନ୍‌ ଛକ ନିକଟରେ ପୋଲିସ ହାତରେ ଧରାପଡ଼ିଥିଲେ। ସେଠାରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇ ଅଗଷ୍ଟଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ୧୩ଜଣ ସାକ୍ଷୀ ଓ ୧୮ ଦସ୍ତାବିଜ୍‌କୁ ଆଧାର କରି ଜଜ୍‌ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ: ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ସରକାରୀ ଅଗ୍ରଣୀ ଶିକ୍ଷନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡକ୍ରସ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS)…

କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

କ୍ରୀଡ଼ାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ବିଭିନ୍ନ ବର୍ଗରେ ମିଳିଲା ପଦକ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଭୁବନେଶ୍ୱରରେ ଅନୁଷ୍ଟିତ ରିଜିଓନାଲ ଡାଇରେକ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ୨୦୨୬-୨୦୨୭ରେ ସଫଳତା ହାସଲ କରିଛନ୍ତି। ଆୟୁଷ୍ମାନ ନାୟକ ଅଣ୍ଡର…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri