Posted inଜାତୀୟ

ନାଗରାଜଙ୍କୁ ମନାଇବାରେ ମେଣ୍ଟ ବିଫଳ

ବେଙ୍ଗାଲୁରୁ/ମୁମ୍ବାଇ,୧୫ା୭(ପି.ଟି.): ବିଦ୍ରୋହୀ କଂଗ୍ରେସ ବିଧାୟକ ଏମ୍‌.ଟି.ବି. ନାଗରାଜଙ୍କୁ ମନାଇବାରେ କର୍ନାଟକର ଶାସକ ମେଣ୍ଟ ନେତାମାନେ ବିଫଳ ହୋଇଛନ୍ତି। ରବିବାର ନାଗରାଜ ମୁମ୍ବାଇ ପଳାଇଯିବା ସହ ଇସ୍ତଫା ପ୍ରତ୍ୟାହାର କରିବା ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ପଦରୁ ଏଚ୍‌.ଡି. କୁମାରସ୍ବାମୀ ତୁରନ୍ତ ଇସ୍ତଫା ଦେବା ପାଇଁ ଭାଜପା ଦାବି କରିଛି।
ନାଗରାଜ ଓ ଅନ୍ୟ ବିଦ୍ରୋହୀ ବିଧାୟକମାନଙ୍କୁ ମନାଇ ଦଳକୁ ଫେରାଇ ଆଣିବା ଲାଗି ଶନିବାର କଂଗ୍ରେସ ଓ ଜେଡିଏସ୍‌ ତରଫରୁ ଜୋରଦାର ଉଦ୍ୟମ ହୋଇଥିଲା। କେ. ସୁଧାକରଙ୍କ ସହ ଆଲୋଚନା ପରେ ନାଗରାଜ ତାଙ୍କ ଇସ୍ତଫା ସମ୍ପର୍କରେ ପୁନର୍ବିଚାର କରିବେ ବୋଲି ସୂଚନା ଦେଇଥିଲେ। ଏହାର କିଛି ସମୟ ପରେ ନାଗରାଜ ମୁମ୍ବାଇ ଯିବା ଲାଗି ଚାର୍ଟାର୍ଡ ବିମାନ ଧରିଥିଲେ। ମୁମ୍ବାଇରେ ପହଞ୍ଚତ୍ବା ପରେ ଇସ୍ତଫା ପ୍ରତ୍ୟାହାର କରିବା ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ଇସ୍ତଫା ଦେଇଥିବା ସବୁ ବିଧାୟକ ଏକାଠି ଅଛନ୍ତି ଏବଂ ସେମାନେ ନିଷ୍ପତ୍ତିରେ ଅଟଳ ବୋଲି ନାଗରାଜ କହିଛନ୍ତି। ତାଙ୍କ ସହିତ ଭାଜପାର ବରିଷ୍ଠ ନେତା ଆର୍‌. ଅଶୋକ ଆସିଥିବା ଖବରକୁ ସେ ଖଣ୍ଡନ କରିବା ସହ ସେମାନଙ୍କ ଇସ୍ତଫା ପଛରେ ଗୈରିକ ଦଳର କୌଣସି ଭୂମିକା ନ ଥିବା କହିଛନ୍ତି। ଦିଲ୍ଲୀରେ ଥିବା ସୁଧାକର ମୁମ୍ବାଇ ଆସି ଅନ୍ୟ ବିଦ୍ରୋହୀ ବିଧାୟକମାନଙ୍କ ସହ ଯୋଗଦେବେ ବୋଲି ନାଗରାଜ କହିଛନ୍ତି।
ରାଜ୍ୟର ମେଣ୍ଟ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବାରୁ କୁମାରସ୍ବାମୀ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ କିମ୍ବା ସୋମବାର ଆସ୍ଥାଭୋଟ ଲୋଡନ୍ତୁ ବୋଲି ରାଜ୍ୟ ଶାଖା ଭାଜପା ପକ୍ଷରୁ ଦାବି କରାଯାଇଛି। ଯଦି ମୁଖ୍ୟମନ୍ତ୍ରୀ ସଚ୍ଚୋଟ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମର୍ଯ୍ୟାଦା ଦେଉଥାନ୍ତି ତେବେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ରାଜ୍ୟ ଭାଜପା ମୁଖ୍ୟ ବି.ଏସ୍‌. ୟେଦ୍ୟୁରପ୍ପା କହିଛନ୍ତି। କଂଗ୍ରେସ ଓ ଜେଡିଏସ୍‌ର ୧୬ ବିଧାୟକ ଇସ୍ତଫା ଦେଇସାରିଛନ୍ତି। ଏଥିସହିତ ଦୁଇ ସ୍ବାଧୀନ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇ ଭାଜପାକୁ ସମର୍ଥନ ଜଣାଇଛନ୍ତି। ତେଣୁ କୁମାରସ୍ବାମୀ ତୁରନ୍ତ ଆସ୍ଥାଭୋଟ ଲୋଡିବାକୁ ୟେଦ୍ୟୁରପ୍ପା ଆହ୍ବାନ ଦେଇଛନ୍ତି। ଏହା ସତ୍ତ୍ୱେ ମେଣ୍ଟ ସରକାର ଆସ୍ଥାଭୋଟ ଜିତିବ ବୋଲି କଂଗ୍ରେସ ନେତା ଡି.କେ. ଶିବକୁମାର ଆଶାବାଦୀ ଅଛନ୍ତି। ବିଦ୍ରୋହୀ ବିଧାୟକମାନଙ୍କ ଦାବି ପୂରଣ କରିବା ଲାଗି କଂଗ୍ରେସ ଆଗ୍ରହୀ ଏବଂ ସେମାନେ ଦଳକୁ ଫେରିଆସିବେ ବୋଲି ଶିବକୁମାର କହିଛନ୍ତି। ବିଧାୟକମାନେ କଂଗ୍ରେସ ଟିକେଟରେ ଜିତିଥିଲେ। ସେମାନେ ଆସ୍ଥାଭୋଟ ବିପକ୍ଷରେ ଭୋଟ ଦେଲେ ଗୃହର ସଦସ୍ୟତା ହରାଇବେ ବୋଲି ଶିବକୁମାର ସତର୍କ କରାଇଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ୍‌ର ସମନ

ନୂଆଦିଲ୍ଲୀ,୨୯ା୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ...

ଭାଇରାଲ ହେଉଛି ଶାହାଙ୍କ ଫେକ୍‌ ଭିଡ଼ିଓ, ରେଭନ୍ଥ ରେଡ୍ଡୀଙ୍କୁ ସମନ ପଠାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୯ା୪ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଅମିତ ଶାହଙ୍କ ହେଲିକପ୍ଟର

ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବିହାରର ବେଗୁସରାଇକୁ ଉଡ଼ାଣ ଭରୁଥିବାବେଳେ ହେଲିକପ୍ଟରଟି ଭାରସାମ୍ୟ ହରାଇଥିଲା। ତେବେ...

ସେମାନେ ମୋ ଗୃହମନ୍ତ୍ରୀଙ୍କୁ ଜେଲରେ ପୂରାଇଥିଲେ, ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯।୪: ୨୦୨୪ ଲୋକ ସଭା ନିର୍ବାଚନ ସମୟରେ ଦୁଇଟି ପର୍ଯ୍ୟାୟ ମତଦାନ ହୋଇସାରିଛି। ଏହି ସମୟରେ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଭିଏମ,...

ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ, ଏବେ ଏହି ଦିନ ହେବ ପରୀକ୍ଷା

ନୂଆଦିଲ୍ଲୀ,୨୯।୪: ଚଳିତ ବର୍ଷ ହେବାକୁ ଥିବା ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି । ଏହି ପରୀକ୍ଷା ବର୍ତ୍ତମାନ ଜୁନ ୧୮ରେ ହେବ। ଏନେଇ...

ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟଙ୍କୁ ସପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୪: ସୋମବାର (ଏପ୍ରିଲ ୨୯, ୨୦୨୪) ସୁପ୍ରିମକୋର୍ଟ ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ ଆଶ୍ୱସ୍ତି ପ୍ରଦାନ କରଛନ୍ତି। କୋର୍ଟ କହିଛନ୍ତି...

ମୁଁ କଂଗ୍ରେସର ଉଦ୍ଦେଶ୍ୟ ପୂରଣ ହେବାକୁ ଦେବି ନାହିଁ: କର୍ନାଟକରେ ଗର୍ଜିଲେ ମୋଦି

ବେଙ୍ଗାଲୁରୁ,୨୯।୪: ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କର୍ନାଟକରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri