ନାଁ ପଞ୍ଜିକରଣ କରି ପାରି ନ ଥିବା ଚାଷୀଙ୍କୁ ଭେଟିଲେ ଉପଜିଲାପାଳ

ଜୁନାଗଡ,୮।୫(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକର ୮୬ଜଣ ଚାଷୀ ଠିକ୍‌ ସମୟରେ ପ୍ୟାକ୍ସରେ ନିଜର କାଗଜପତ୍ର ଦେଇ ପାରି ନ ଥିବାରୁ ଚଳିତ ରବି (ଡାଳୁଅ)ଚାଷ ପାଇଁ ପଞ୍ଜୀକରଣ କରିପାରି ନାହାନ୍ତି। କିଛିଦିନ ତଳେ ଏହି ଚାଷୀମାନେ ଏ ନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏ ସମ୍ପର୍କରେ ତଦନ୍ତ କରିବାକୁ ଧର୍ମଗଡ ଉପଖଣ୍ଡ ପ୍ରଶାସନକୁ ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। ଏଣୁ ଶୁକ୍ରବାର ଧର୍ମଗଡ ଉପଜିଲାପାଳ ପଦ୍ମନାଭ ବେହେରା ଜୁନାଗଡ ବ୍ଲକର ଚାରବାହାଲ, ଛୋରିଆଗଡ, ସାନଫୁର୍ଲା ଆଦି ଗାଁରେ ପହଞ୍ଚି ଏ ସମ୍ପର୍କରେ ତଦନ୍ତ କରିଛନ୍ତି। ଉପଜିଲାପାଳ ବେହେରା ଏହି ଚାଷୀଙ୍କୁ ଭେଟି ସମସ୍ୟା ନେଇ ପଚାରି ବୁଝିଛନ୍ତି। ଏହି ସମୟରେ ଜୁନାଗଡ ତହସିଲଦାର ଉପେନ୍ଦ୍ର ଲୁହା, ଏଆରସିଏସ୍‌ ଅକ୍ଷୟ କୁମାର ଦାଶଙ୍କ ସମେତ ରାଜସ୍ବ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହତ୍ୟା ଅଭିଯୋଗ କଲେ ବାପଘର ଲୋକ

ରିଷିଡା, ୫।୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ସୁବାସ ରଣାଙ୍କ ସ୍ତ୍ରୀ…

ଅବୁଜବାହାଲ କ୍ରସର ବନ୍ଦ ପାଇଁ ନିର୍ଦ୍ଦେଶ ଦେଲା ଖଣି ବିଭାଗ, ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି…

ରିଷିଡ଼ା,୫ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଅବୁଜବାହାଲସ୍ଥିତ ମିନମାନ ପାହାଡ଼ରେ ଚାଲୁଥିବା କ୍ରସର ବର୍ତ୍ତମାନ ବନ୍ଦ ରଖିବାକୁ ଖଣିବିଭାଗ ନିର୍ଦ୍ଦେଶ ଦେଇଛି। ଏହି…

୯୨ ଭୂମିହୀନ ପରିବାରକୁ ମିଳିଲା ଘର ଠିକଣା

ଲାଞ୍ଜିଗଡ଼,୪ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ରାଜସ୍ବ ବିଭାଗ ପକ୍ଷରୁ ୯୨ ଭୂମିହୀନ ପରିବାରକୁ ସ୍ଥାୟୀ ଘରଡ଼ିହ ପଟ୍ଟା ଗୁରୁବାର ଆବଣ୍ଟନ କରାଯାଇଛି। ପ୍ରତ୍ୟେକ ନାଗରିକଙ୍କୁ…

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା: ୧୧ଟି ବୁଲେଟ୍ ଜବତ, ଲକ୍ଷାଧିକ ଟଙ୍କା ଫାଇନ୍ କାଟିଲା…

ଭବାନୀପାଟଣା,୪।୬(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ଗୁରୁବାର ସ୍ଥାନୀୟ ପୋଲିସ ପକ୍ଷରୁ ମୋଟର ଯାନ ଯାଞ୍ଚ କରାଯାଇଥିଲା। ଏହି ସମୟରେ ୧୧ ଜଣ…

ସ୍ବାମୀ କାଠ ମିସ୍ତ୍ରୀ, ସ୍ତ୍ରୀ ହେଲେ OAS; ସଫଳତା ପରେ କହିଲେ- ‘ଗରିବଙ୍କ ସେବା କରିବି’

କେସିଙ୍ଗା,୪।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଜଣେ କାଠ ମିସ୍ତ୍ରୀଙ୍କ ପତ୍ନୀ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସଫଳତାର ଶୀର୍ଷକୁ ଛୁଇଁଛନ୍ତି।…

ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ, ୩ଦିନ ପରେ ଗାଁକୁ ଫେରିଲା ଶବ

ଲାଞ୍ଜିଗଡ,୩।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ…

ଟଙ୍କା ବିବାଦରୁ ବୃଦ୍ଧଙ୍କୁ ଆକ୍ରମଣ; ବୁର୍ଲାରେ ମୃତ୍ୟୁ, ନ୍ୟାୟ ଦାବିରେ ଥାନା ଆଗରେ ଶବ ରଖି ବିକ୍ଷୋଭ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ୫୦୦ ଟଙ୍କାର କରଜ…

୨୬ ବର୍ଷ ମାତୃଭୂମି ସେବା କରି ଜନ୍ମମାଟିକୁ ଫେରିଲେ ସଞ୍ଜିବ, ଧୁମଧାମରେ ସ୍ବାଗତ କଲେ ଗ୍ରାମବାସୀ

କେସିଙ୍ଗା,୩।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଖାସ ବାହାଲ ଗ୍ରାମର ସଞ୍ଜୀବ କୁମାର ଭୋଇ ଦୀର୍ଘ ୨୬ବର୍ଷ କାଳ ସି.ଆର.ପି.ଏଫ.ଇନ୍ସପେକ୍ଟର ଭାବେ ସୀମାସୁରକ୍ଷା ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri