ନର୍ସଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ରୋଗୀ ହନ୍ତସନ୍ତ

ବାଲେଶ୍ୱର ଅଫିସ,୧୫।୫-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ନସର୍ର୍ମାନେ ମଙ୍ଗଳବାର ପୂର୍ବାହ୍ନ ସାଢେ ୮ଟା ବେଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାରୁ ୱାର୍ଡ଼ରେ ଥିବା ରୋଗୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ୱାର୍ଡ଼ରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କୁ ନିୟମିତ ଔଷଧ, ଇଞ୍ଜେକଶନ୍‌ ଏବଂ ସାଲାଇନ୍‌ ଦିଆ ନ ଯିବାରୁ ଡାକ୍ତରମାନେ ଏକାକୀ ୱାର୍ଡ଼ ପରିକ୍ରମା କରି ରୋଗୀଙ୍କୁ ଚିକିତ୍ସା କରିଥିଲେ। ଡାକ୍ତର ଲେଖିଥିବା ଔଷଧ ଓ ଇଞ୍ଜେକଶନ ଦୀର୍ଘ ୬ଘଣ୍ଟା ଧରି ଦିଆଯାଇ ପାରି ନ ଥିଲା। ଫଳରେ ରୋଗୀଙ୍କ ସମ୍ପର୍କୀୟମାନେ ବାରମ୍ବାର ନର୍ସ ରୁମ୍‌କୁ ଯାଇଥିଲେ। ହେଲେ ସେଠାରେ କାହାରିକୁ ନ ପାଇବାରୁ ଡାକ୍ତର ଏବଂ ଜିଲା ଚିକିତ୍ସାଧିକାରୀ ଡା. ରଞ୍ଜନ କୁମାର ପାଢ଼ୀଙ୍କୁ ଭେଟି ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ନର୍ସମାନେ ୬ଘଣ୍ଟା ଧରି କାର୍ଯ୍ୟ ବନ୍ଦ କରି ଦାବି ପୂରଣ ପାଇଁ ଅଡ଼ି ଧରି ବସିଥିଲେ।

ଗତ ୧୦ତାରିଖରେ ପ୍ରସୂତି ବିଭାଗରେ ଜଣେ ନର୍ସ ରୋଗୀଙ୍କୁ ଟଙ୍କା ମାଗିବା ଅଭିଯୋଗରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଲୋକଙ୍କ ମାଡ଼ରେ ନର୍ସ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହୋଇଥିଲେ। ଏନେଇ ଉଭୟଙ୍କ ପକ୍ଷରୁ ଡାକ୍ତରଖାନା ଫାଣ୍ଡିରେ ମାମଲା ରୁଜୁ ହୋଇଛି। ଏହାର ପ୍ରତିବାଦରେ ଗଣ୍ଡଗୋଳକାରୀଙ୍କୁ ଗିରଫ କରିବା ଏବଂ ସୁରକ୍ଷା ଦାବିରେ  ନର୍ସମାନେ କାର୍ଯ୍ୟ ବନ୍ଦ କରି ଜିଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଅନ୍ୟପକ୍ଷରେ ବିଭିନ୍ନ ୱାର୍ଡ଼ରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କର ଔଷଧ ବିତରଣ, ସାଲାଇନ୍‌ ଦେବା, ଇଞ୍ଜେକଶନ ଦେବାରେ ବ୍ୟାଘାତ ହୋଇଛି। ଡାକ୍ତର ମଧ୍ୟ ୱାର୍ଡ଼ରେ ରୋଗୀ ଦେଖିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶରେ ଉପ-ଜିଲାପାଳ ନୀଲୁ ମହାପାତ୍ର ଏବଂ ଡିଏସ୍‌ପି ଉମେଶ ପଣ୍ଡା ପହଞ୍ଚତ୍ ନର୍ସମାନେ ସର୍ଭିସ କୋଡ୍‌ ନିୟମ ଅନୁସାରେ ସେମାନେ କୌଣସି ପ୍ରକାର ଆନ୍ଦୋଳନରେ ଭାଗନେଇ ରୋଗୀମାନଙ୍କ ସେବାରେ ବ୍ୟାଘାତ କରିପାରିବେ ନାହଁି ବୋଲି ଅବଗତ କରାଇଥିଲେ। ବିନା ସର୍ତ୍ତରେ ସର୍ବପ୍ରଥମେ ଆନ୍ଦୋଳନରୁ ଓହରି ରୋଗୀଙ୍କ ସେବାରେ ଯୋଗଦେବା ପାଇଁ କହିଥିଲେ। ଗଣ୍ଡଗୋଳ ସମ୍ପର୍କରେ ପୋଲିସ ତଦନ୍ତ କରୁଥିବା ବାଧା ନ ଉପୁଜାଇବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ନର୍ସମାନେ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗଦେଇଥିବା ଜଣାପଡ଼ିଛି। ୨ଦିନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ନର୍ସମାନେ ସାମୂହିକ ଭାବରେ କାର୍ଯ୍ୟଛାଡ଼ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

ଶୋଇଥିଲେ ଦମ୍ପତ୍ତି, ପେଟ୍ରୋଲ ଢିଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଆଉ ତା’ପରେ…

ବାଲେଶ୍ୱର,୨୦।୫(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଚକ୍ରଡା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା l ଏହି ଗ୍ରାମର ବିଜୟ ବେହେରାଙ୍କ ପରିବାର…

ସ୍ତ୍ରୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କଲେ ସ୍ବାମୀ: ଆଉ ତା’ପରେ ଘଟିଲା…

ବାଲେଶ୍ୱର,୨୦ା୫(ବାଞ୍ଛାନିଧି ଦେ):ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ୍‌ ଅଭିଯୋଗରେ ବାଲେଶ୍ବର ଜିଲା ବାଲିଆପାଳ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅନୁଯାୟୀ, ବିବାହ…

ସ୍କୁଟିକୁ ଧକ୍କାଦେଲା କାର୍‌, ଭାଙ୍ଗିଲା ଦୋକାନ ଘର, ଜଣଙ୍କ ଜୀବନ ଗଲା

ବାଲେଶ୍ୱର,୧୮ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଅନ୍ତର୍ଗତ ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଧୋବାଗାଡ଼ିଆ ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri