ନରହନ୍ତା ଦନ୍ତାର ଉଗ୍ରରୂପ

ପରଜଙ୍ଗ, ୧୯।୯(ଡି.ଏନ.ଏ.) – ଗଁ।ରୁ ଗଁ।କୁ ଘୂରିବୁଲୁଛି। ଯୁଆଡ଼େ ମୁହଁ।ଉଛି ସିଆଡ଼େ ଆତଙ୍କର ବାତାବରଣ ସୃଷ୍ଟି କରୁଛି। ଚାଳ ଛପର, କଂକ୍ରିଟ୍‌ କୋଠା, ପାଚେରି, ବାଡ଼ି ବଗିଚା କିଛି ବାଦ୍‌ ପଡୁନି। ରାତିରେ ଜନବସତିରେ ବୁଲୁଛି। ମଣିଷ ଦେଖିଲେ ମାରିବାକୁ ଗୋଡ଼ାଉଛି। ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ନରହନ୍ତା ଦନ୍ତାର ଏପରି ହିଂସ୍ରରୂପରେ ଲୋକେ ତ୍ରାହି ତ୍ରାହି ଡାକିଲେଣି। କେବଳ ନରହନ୍ତା ଦନ୍ତା ନୁହେଁ, ଅଞ୍ଚଳରେ ୩୦ଟିକିଆ ହାତୀପଲ ଦୀର୍ଘଦିନ ହେଲା ବ୍ୟାପକ ଉପଦ୍ରବ ସୃଷ୍ଟି କରୁଛନ୍ତି। ସେମାନଙ୍କ ଘଉଡ଼ାଇବାକୁ ଯାଇ ବନ ବିଭାଗ ନାକେଦମ ହୋଇପଡ଼ିଥିବାବେଳେ ଉପଦ୍ରୁତ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ମଙ୍ଗଳବାର ବିଳମ୍ବିତ ରାତିରେ ନରହନ୍ତା ଦନ୍ତା ପରଜଙ୍ଗ ପଞ୍ଚାୟତର ଭାଲିଆତଇଲା ଗ୍ରାମରେ ପଶି ତାଣ୍ଡବ ରଚିଥିଲା। ହାତୀ ଉପଦ୍ରବରେ ଗୁଣ୍ଡିଚା ମଲ୍ଲିକ, କପିଳ ମଲ୍ଲିକ, ପ୍ରଶାନ୍ତ ମଲ୍ଲିକ, ବାମଦେବ ମଲ୍ଲିକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ପରିବାର ଲୋକେ ଶୋଇଥିବାବେଳେ ହାତୀ ଘର ଭାଙ୍ଗି ଦେଇଥିଲା। ସୌଭାଗ୍ୟବଶତଃ ଏଥିରୁ ସମସ୍ତେ ବର୍ତ୍ତିଯାଇଛନ୍ତି। ବର୍ଷା ଚାଲିଥିବାରୁ ବାସହରା ପରିବାର ନାହିଁ ନ ଥିବା ହିନସ୍ତା ହେଉଛନ୍ତି। ଏହାପରେ ହାତୀ ଖଣ୍ଡୁଆଳମୁଣ୍ଡା ଗ୍ରାମ ନିକଟରେ ନିର୍ମାଣାଧୀନ ରେଳପଥ କାମରେ ନିୟୋଜିତ କର୍ମଚାରୀଙ୍କ କ୍ୟାମ୍ପକୁ ଭାଙ୍ଗି ଦେଇଛି। ସେଠାରେ ଥିବା ରାତ୍ର ଜଗୁଆଳି, ଦୁଇଜଣ ମେଶିନ ଅପରେଟର ହାତୀମୁହଁରୁ ବର୍ତ୍ତି ଯାଇଛନ୍ତି।
ଏଥିପୂର୍ବରୁ ସନ୍ଧ୍ୟାରେ ଦନ୍ତାହାତୀ ଡମୋଳ ଗ୍ରାମ ନିକଟରେ ଥିବା ସୂଚନା ପାଇ ବନ ବିଭାଗ କର୍ମଚାରୀ ଘଉଡ଼ାଇଥିଲେ। ବାଣ ମାରିଲେ କିମ୍ବା ଲାଇଟ୍‌ ଆଲୁଅ ଦେଖିଲେ ହାତୀ ଅଧିକ ହିଂସ୍ର ହୋଇଉଠୁଛି। ଏହାପରେ ଘରଦ୍ୱାର ଭାଙ୍ଗି ପକାଉଛି। ରେଞ୍ଜର ହରମୋହନ ନାୟକ, ଫରେଷ୍ଟର ରାମଚନ୍ଦ୍ର ରାଉତ, ହାତୀସ୍କ୍ବାଡ୍‌ କର୍ମଚାରୀ ଦନ୍ତାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଅଞ୍ଚଳରେ ଧାନ ଚାଷ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ ଥିବାବେଳେ ହାତୀ ପଲ ଉପଦ୍ରବ ଚାଷୀଙ୍କ ଚିନ୍ତା ବଢ଼ାଇଛି। ଲୋକେ ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଭୟ କରୁଛନ୍ତି। ତୁରନ୍ତ ଉକ୍ତ ନରହନ୍ତା ଦନ୍ତାକୁ ଅନ୍ୟତ୍ର ଘଉଡ଼ାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ସେହିପରି ଭାଲୁମୁଣ୍ଡା-ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ଗଣ୍ଡତଇଲା ଗ୍ରାମ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ୨୦ରୁ ଊଦ୍ଧର୍‌ବ ହାତୀ ପାର ହୋଇଥିଲେ। ଫଳରେ ଦୀର୍ଘ ସମୟ ଯାଏ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଏମ୍‌ପି ମହେଶ ସାହୁ, ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା, ସରପଞ୍ଚ ପ୍ରିୟଜିତ୍‌ ସାମଲ, ଯୁବ ବିଜେଡି ସଭାପତି ସୁବ୍ରତ ଦାସ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏ ନେଇ ରେଞ୍ଜର କୁହନ୍ତି, ଉକ୍ତ ଦନ୍ତା ଆକ୍ରମଣରେ ୧୧ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ବନ ବିଭାଗ ତରଫରୁ କ୍ଷୟକ୍ଷତି ଆକଳନ କରାଯାଇଛି। ଖୁବ୍‌ଶୀଘ୍ର କ୍ଷତିପୂରଣ ମିଳିବ।

କଂକ୍ରିଟ୍‌ ବିମ୍‌ ବଞ୍ଚାଇଦେଲା ୩ ଜୀବନ

କଥାରେ ଅଛି ରଖେ ହରି ତ ମାରେ କିଏ। ଖଣ୍ଡୁଆଳମୁଣ୍ଡା ଗ୍ରାମର ରମେଶ ପରିଡ଼ାଙ୍କ କ୍ଷେତ୍ରରେ ଏହା ସତ୍ୟ ପ୍ରମାଣିତ ହୋଇଛି। ଘରର କଂକ୍ରିଟ ବିମ୍‌ ପାଇଁ ହାତୀ ଆକ୍ରମଣରୁ ରକ୍ଷା ପାଇଯାଇଛନ୍ତି ପରିବାରର ୩ଜଣ ସଦସ୍ୟ। ପରଜଙ୍ଗ ଶାଖା କେନାଲ ପାଖରେ ବଖରାଏ ଘରେ ରୁହନ୍ତି ରମେଶ, ତାଙ୍କ ସ୍ତ୍ରୀ କୁନି ଏବଂ ଝିଅ ସ୍ମୃତି। ମଙ୍ଗଳବାର ସମ୍ପୃକ୍ତ ପରିବାର ଲୋକେ ଖାଇସାରି ଏକାଠି ଶୋଇଥିଲେ। ଏହି ସମୟରେ ପରଜଙ୍ଗ ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରୁଥିବା ନରହନ୍ତା ଦନ୍ତା ହଠାତ୍‌ କବାଟ ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କରିଥିଲା। ଘର ଲୋକେ ଉଠିପଡ଼ି ଲାଇଟ୍‌ ଲଗାଇ ଦେଇଥିଲେ। ସେତେବେଳକୁ ହାତୀ ଘରେ ଭିତରେ ଶୁଣ୍ଢ ପୂରାଇ ସାରିଥିଲା। ହେଲେ କଂକ୍ରିଟ ବିମ୍‌ ଥିବାରୁ ଭିତରକୁ ପଶି ପାରୁ ନ ଥିଲା। ଘର ସାମାନ୍ୟ ବଡ଼ ହୋଇଥିବାରୁ ୩ଜଣ ସଦସ୍ୟ ଗୋଟିଏ କୋଣରେ ରହିଯାଇଥିଲେ। ଠାକୁରଙ୍କୁ ଡାକିବା ଛଡ଼ା ସେମାନଙ୍କ ପାଖରେ ଅନ୍ୟ କୌଣସି ବାଟ ନ ଥିଲା। କିଛି ସମୟ ଦୁଆର ପାଖରେ ଜଗି ରହିବା ପରେ ହାତୀ ଫେରିଯାଇଥିଲା। ହେଲେ ଯିବା ପୂର୍ବରୁ ଭାଙ୍ଗିଥିବା କବାଟକୁ ଶୁଣ୍ଢରେ ଟେକି ନେଇ ଚାଳ ଖୁଣ୍ଟ ଭାଙ୍ଗି ଦେଇଥିଲା। ଫଳରେ ପରିବାର ଲୋକ ଘରୁ ବାହାରି ପାରି ନ ଥିଲେ। ଦୀର୍ଘ ସମୟ ପରେ ଚିତ୍କାର ଶୁଣି ପଡ଼ୋଶୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ।
ଏ ନେଇ ରମେଶ କୁହନ୍ତି, ମଙ୍ଗଳବାର ରାତି ସବୁଦିନ ଅଭୁଲା ହୋଇ ରହିବ। ସମସ୍ତେ ମୃତ୍ୟୁକୁ ନିକଟରୁ ଦେଖିଲୁ। କଂକ୍ରିଟ ବିମ୍‌ ନ ଥିଲେ କେହି ବର୍ତ୍ତି ନ ଥାନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri