ନଭେମ୍ବର ୧ ପୂର୍ବରୁ ଖୋଲିବ ପ୍ରକୃତି ନିବାସ

ପୁରୀ ଅଫିସ, ୫।୬: ପ୍ରକୃତି ନିବାସ। ବାଲୁଖଣ୍ଡ ଅଭୟାରଣ୍ୟ ଭିତରେ ପର୍ଯ୍ୟଟକଙ୍କୁ ପ୍ରକୃତିର ମଜା ଦେବା ପାଇଁ ବନ ବିଭାଗ ପକ୍ଷରୁ ଏହାର ପରିକଳ୍ପନା କରାଯାଇଥିଲା। ହେଲେ ବାତ୍ୟାରେ ଉଜୁଡ଼ିଯାଇଛି ଏହାର ସବୁଜିମା। ଏହା ପରିସରରେ ଥିବା କଟେଜ୍‌ରୁ ଆଜ୍‌ବେଷ୍ଟସ ଉଡି ଯାଇଥିବା ବେଳେ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ଭାଙ୍ଗି ପଡିଛି। ତେବେ କ୍ଷୟକ୍ଷତିର ମରାମତି କରାଯାଇ ପର୍ଯ୍ୟଟନ ଋତୁ ଆରମ୍ଭରୁ ଅର୍ଥାତ୍‌ ନଭେମ୍ବର ୧ ତାରିଖ ପୂର୍ବରୁ ପ୍ରକୃତି ନିବାସ ଖୋଲାଯିବ ବୋଲି ପୁରୀ ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା କହିଛନ୍ତି।
ଡିଏଫ୍‌ଓଙ୍କ ସୂଚନା ମୁତାବକ, ବାତ୍ୟା ପୂର୍ବରୁ ପ୍ରକୃତି ନିବାସର ତମ୍ବୁ, ଏସି, ସୋଲାର, ଲାଇଟ୍‌ ପ୍ରଭୃତି ସରଞ୍ଜାମ ଖୋଲି ଦିଆଯାଇଥିଲା। ତେଣୁ ଅଧିକ କିଛି ନଷ୍ଟ ହୋଇନାହିଁ। ଗଛଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ କେତେକ କଟେଜ୍‌ର ଟିଣ ଆଜ୍‌ବେଷ୍ଟସ ଉଡିଯାଇଛି। ସେହିପରି ପ୍ରକୃତି ନିବାସକୁ ଯାଇଥିବା ବିଦ୍ୟୁତ୍‌ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଛି। ସହରର ବିଦ୍ୟୁତ୍‌ ପୁନରୁଦ୍ଧାର କାମ ସରିବା ପରେ ପ୍ରକୃତି ନିବାସରେ କାମ ଆରମ୍ଭ କରାଯିବ। ଯାହା ସ୍ବଳ୍ପ କ୍ଷୟକ୍ଷତି ହୋଇଛି ତାହା ବେଶିଦିନ ଲାଗିବ ନାହିଁ, ମାସକ ମଧ୍ୟରେ ସବୁ ଠିକ୍‌ଠାକ ହୋଇଯିବ। ନଭେମ୍ବର ୧ରୁ ଆରମ୍ଭ ହେଉଥିବା ପର୍ଯ୍ୟଟନ ଋତୁ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଏହାକୁ ପ୍ରସ୍ତୁତ କରିଦିଆଯିବ। ବୋଟର କିଛି କ୍ଷତି ହୋଇ ନ ଥିବାରୁ ବୋଟିଂ ପାଇଁ କିଛି ସମସ୍ୟା ହେବ ନାହିଁ। ପୂର୍ବପରି ଶୀତଦିନରେ ପର୍ଯ୍ୟଟକମାନେ ପ୍ରକୃତି ନିବାସକୁ ଆସି ରହିପାରିବେ ଏବଂ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିପାରିବେ ବୋଲି ଡିଏଫ୍‌ଓ କହିଛନ୍ତି।
ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ ସମୁଦ୍ର ମୁହାଣର ଅନତି ଦୂର ନୂଆନଈ କଡ଼ରେ ପ୍ରକୃତି ନିବାସ ତିଆରି କରାଯାଇଛି। ଏଠାରେ ଆକର୍ଷଣୀୟ ୧୦ଟି କଟେଜ ରହିଛି। ରେଷ୍ଟୁରାଣ୍ଟ ଏବଂ ନୂଆନଈରେ ବୋଟିଂ ସୁବିଧା ବି ରହିଥିଲା। ୨୦୧୭ ଫେବୃୟାରୀ ୧ ତାରିଖରେ ଏହା ଉଦ୍‌ଘାଟିତ ହେବା ପରେ ପର୍ଯ୍ୟଟକମାନେ ଏଠାରେ ରାତିରେ ରହିବା ସହ ପ୍ରାକୃତିକ ଦୃଶ୍ୟରାଜିକୁ ଉପଭୋଗ କରୁଥିଲେ। ଘଞ୍ଚ ଜଙ୍ଗଲ ଭିତରେ ରାତିରେ ହରିଣକୁ ମଧ୍ୟ ପାଖରେ ଦେଖିବାକୁ ପାଉଥିଲେ ପର୍ଯ୍ୟଟକ। ବିଶେଷକରି ଶୀତଦିନେ ଏହାର ଚାହିଦା ଅଧିକ ରହୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri