ନଦୀବନ୍ଧ ଘାଇ ମରାମତି ଆରମ୍ଭ

ଚଣ୍ଡିଖୋଲ,୭ା୧୧(ଡି.ଏନ୍‌.ଏ.):କଟକ ଜଗତ୍‌ପୁରଠାରୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇକୁ ଯାଇଥିବା କେନାଲରେ ଗତ ମାସ ୨୯ ତାରିଖରେ ୧୦୦ ଫୁଟ୍‌ର ଘାଇ ହୋଇଥିଲା। ଏହି ଘାଇ ସୃଷ୍ଟି ହେବା ଯୋଗୁ ବିରୂପା ନଦୀବନ୍ଧ ଭାଙ୍ଗିଥିଲା। ୧୦୦ ବର୍ଷର ଏହି ନଦୀ ବନ୍ଧ କଟକ ଜିଲାର ତ୍ରିବେଣୀଶ୍ୱରଠାରେ ଭାଙ୍ଗିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ବନ୍ୟା ଦାଉରୁ ରକ୍ଷା ପାଇଁ ହୋଇଥିବା ନଦୀବନ୍ଧ କେନାଲର ଜଳସେଚନ ପାଇଁ ଯାଉଥିବା ପାଣିରେ ଭାଙ୍ଗିବା ନେଇ ବିଭାଗୀୟ ଅଧିକାରୀ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏପରି କି ହଜାର ହଜାର ଚାଷୀ ଏହା ମନୁଷ୍ୟକୃତ ଘାଇ ବୋଲି ପ୍ରକାଶ କରିଥିଲେ। ପଟ୍ଟାମୁଣ୍ଡାଇ କେନାଲଟି କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲା ଦେଇ ପ୍ରବାହିତ। ବର୍ତ୍ତମାନ ଚାଷୀଙ୍କ ଧାନ ଥୋଡ଼ ବାହାରୁଥିବାରୁ କେନାଲରେ ଘାଇ ସୃଷ୍ଟି ହେବା ଯୋଗୁ ଚାଷଜମି ଫାଟି ଆଁ କରିଥିଲା। ତେବେ ମହାନଦୀ ନର୍ଥ ଡିଭିଜନ୍‌ ଜଳସମ୍ପଦ ବିଭାଗ ପକ୍ଷରୁ ଏହି କେନାଲ ବନ୍ଧ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହ ପରୀକ୍ଷଣ ଭାବେ ଗତ ୨ ତାରିଖରୁ କେନାଲରେ ପାଣି ଛଡ଼ାଯିବା ଯୋଗୁ ୩ ଜିଲାର ଚାଷୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।
ଜଗତ୍‌ପୁରଠାରୁ ପଟ୍ଟାମୁଣ୍ଡାଇର ଅଳଭା ପର୍ଯ୍ୟନ୍ତ ଲମ୍ବିଥିବା ୮୦ କିଲୋମିଟର ଲମ୍ବ ପଟ୍ଟାମୁଣ୍ଡାଇ କେନାଲ ଉପରେ ୩ଟି ଜିଲାର ଚାଷୀ ନିର୍ଭର କରିଥାନ୍ତି। ସରକାରୀ ଆକଳନ ଅନୁଯାୟୀ ଏହି କେନାଲ ଦ୍ୱାରା ୩୨ ହଜାର ୭ ଶହ ୨୦ ହେକ୍ଟର ଚାଷଜମି ଜଳସେଚିତ ହୋଇଥାଏ। ତେବେ ୨୯ ତାରିଖ ଭୋର ୩ଟାରେ ତ୍ରିବେଣୀଶ୍ୱରଠାରେ ବିରୂପା ନଦୀବନ୍ଧ ଭାଙ୍ଗିଯିବା ଦ୍ୱାରା କେନାଲର ସମସ୍ତ ପାଣି ବିରୂପା ନଦୀକୁ ଚାଲି ଯାଇଥିଲା, ଯେଉଁଥିପାଇଁ ଏହି କେନାଲର ତଳମୁଣ୍ଡକୁ ଆଦୌ ପାଣି ଯାଉ ନ ଥିଲା। କେନାଲ ବନ୍ଧ ଭାଙ୍ଗିବା ନେଇ ଚାଷୀଙ୍କ ମଧ୍ୟରେ ହାହାକାର ପଡ଼ିଯାଇଥିଲା। ଯଦି କେନାଲରେ ପାଣି ନ ଆସେ ତାହାଲେ ସମ୍ପୂର୍ଣ୍ଣ ଧାନଫସଲ ନଷ୍ଟ ହୋଇଯିବ। ସେହିଦିନ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ସାଗର ରଞ୍ଜନ ମହାନ୍ତି, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ, ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୀବ କୁମାର ବେହେରା ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଶକ୍ତିପ୍ରସାଦ ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ତୁରନ୍ତ ଘାଇ ବନ୍ଦ ପାଇଁ ପ୍ରଚେଷ୍ଟା କରିଥିଲେ। ୩ ଦିନ ପରେ ଘାଇକୁ ବାଲିବସ୍ତା ପକାଇ ବନ୍ଦ କରିବା ପରେ ପ୍ରଥମକରି ୨ ତାରିଖରେ ୧୦୦ କ୍ୟୁସେକ୍‌ ଜଳ ପରୀକ୍ଷଣ ଭାବେ ଛାଡ଼ିଥିଲେ। ୩ ତାରିଖରେ ୩୦୦ କ୍ୟୁସେକ୍‌ ଜଳ ଛଡ଼ାଯାଇଥିଲା। ଘାଇ ମରାମତି ପରେ ୪ ତାରିଖରେ ୬୦୦ କ୍ୟୁସେକ୍‌ ଜଳ କେନାଲ ମଧ୍ୟ ଦେଇ ଛାଡ଼ିଛନ୍ତି, ଯଦ୍ଦ୍ବାରା ଚାଷୀ କିଛି କିଛି ଅଂଶରେ ଚାଷଜମିରେ ପାଣି ମଡ଼ାଇ ପାରିଛନ୍ତି। ତେବେ ୨ ଦିନ ମଧ୍ୟରେ ୯୦୦ କ୍ୟୁସେକ୍‌ ଜଳ ଛଡ଼ାଯିବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଶକ୍ତିପ୍ରସାଦ ଦାସ ସୂଚନା ଦେଇଛନ୍ତି। ବର୍ତ୍ତମାନ ଦାସଙ୍କ ନେତୃତ୍ୱରେ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ଭୋଇ, ପ୍ରତ୍ୟୁଷ ତରାଇ, ସାରଦା ପ୍ରସନ୍ନ ସେଠୀ ଓ ଅଶୋକ କୁମାର ସାହୁ ପ୍ରମୁଖ ଯନ୍ତ୍ରୀ ରହି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ଘାଇ ପୋତା କାର୍ଯ୍ୟ ୭୫ ଭାଗ ସରିଗଲେ ସମ୍ପୂର୍ଣ୍ଣ କେନାଲରେ ପାଣି ଛାଡ଼ିବେ ବୋଲି ସେମାନେ ସୂଚନା ଦେଇଛନ୍ତି। ନଦୀବନ୍ଧଟି ବହୁ ପୁରୁଣା ହୋଇଥିବାବେଳେ ୧୯୫୫, ୧୯୭୫, ୧୯୮୨, ୨୦୦୧, ୨୦୧୧ରେ ବିରୂପା ନଦୀରେ ବଡ଼ ବନ୍ୟା ଆସିଥିଲେ ମଧ୍ୟ ତ୍ରିବେଣୀଶ୍ୱରଠାରେ କେବେବି ଘାଇ ସୃଷ୍ଟି ହୋଇନାହିଁ। କେନାଲର ଜଳସେଚନ ପାଣିରେ କିପରି ନଦୀବନ୍ଧ ଭାଙ୍ଗିଲା ଏଥିନେଇ ତଦନ୍ତର ଆବଶ୍ୟକତା ଅଛି ବୋଲି ବହୁ ଚାଷୀ ଦାବି କରିଛନ୍ତି। ଏ ସମ୍ପର୍କରେ ଅଧୀକ୍ଷଣ ଯନ୍ତ୍ରୀ ବେହେରାଙ୍କୁ ପଚାରିବାରେ ସେ କୁହନ୍ତି, କିପରି ଶୀଘ୍ର ଘାଇ ପୋତି କେନାଲରେ ସମ୍ପୂର୍ଣ୍ଣ ପାଣି ଛାଡ଼ିବୁ ତାକୁ ପ୍ରାଥମିକତା ଦେଇଛୁ। ଏହା ସରିଲା ପରେ ସେ ସମ୍ପର୍କରେ ଅନୁଧ୍ୟାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଦଳ ନା ପ୍ରାର୍ଥୀ? ସମ୍ବଲପୁରରେ କାହା ମୁଣ୍ଡରେ ସୁନାକଳସ ଢ଼ାଳିବେ ଜନତା…

ସମ୍ବଲପୁର,୮।୫: ଦିଲ୍ଲୀରୁ ପଲ୍ଲୀ ଏବେ ସବୁଠି ନିର୍ବାଚନୀ ତାତି। ସମ୍ବଲପୁର କଥା ଦେଖିଲେ ଏଠାରେ ୩ ପ୍ରମୁଖ ଦଳ ନିଜର ପ୍ରାର୍ଥୀଙ୍କୁ ଓହ୍ଲାଇଛନ୍ତି। ନିଜର ପୁରୁଖା...

ଜମୁଛି ପ୍ରଚାର, ନିଜ ସପକ୍ଷରେ ଭୋଟ୍‌ ଦେବାକୁ ଲୋକଙ୍କୁ ନିବେଦନ କରୁଛନ୍ତି ପ୍ରାର୍ଥୀ

କେସିଙ୍ଗା,୮ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଯୋଡ଼ି ଶଙ୍ଖରେ ଭୋଟ୍‌ ଦେବା ପାଇଁ ନଗରପାଳ ନୃପରାଜ ଯାଦବଙ୍କ ନେତୃତ୍ୱରେ ବିଜେଡି କର୍ମୀଙ୍କ ଦ୍ୱାରା ନିର୍ବାଚନୀ...

କଳାହାଣ୍ଡିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦେଲେ ଏସବୁ ପ୍ରତିଶ୍ରୁତି…

ଭବାନୀପାଟଣା,୮ା୫(ଉତ୍ତମ କୁମାର ଦାଶ): କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ବୁଧବାର କଳାହାଣ୍ଡିକୁ ଦିନିକିଆ ଗସ୍ତରେ ଆସିଥିଲେ। ଅପରାହ୍ନ ୧ଟା ୧୫ରେ ଭବାନୀପାଟଣା ସହରସ୍ଥିତ ରିଜର୍ଭ ପଡ଼ିଆରେ ହେଲିକପ୍ଟରରୁ...

କର୍ମୀ ଦେଉଥିଲେ ଫୁଲମାଳ, ନେଲେନି ନେତା

ବାଲେଶ୍ୱର,୮ା୫(ମାନସ ବିଶ୍ୱାଳ): ବାଲେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ବୁଧବାର ମହା ମେଘବାହନ ଖାରବେଳ ସ୍ବାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମଧ୍ୟାହ୍ନରେ ସେ ତାଙ୍କର ସମର୍ଥକମାନଙ୍କ ସହିତ...

ସ୍ତ୍ରୀ- ପୁଅ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ, ପୁଅଙ୍କୁ ଟାଣିଟାଣି ଥାନାକୁ ଆଣିଲେ ବାପା

ବାସୁଦେବପୁର,୮।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଗ୍ରାମର ଅଜୟ ଜେନା ନାମକ ଜଣେ ବିବାହିତ ଯୁବକ ମଙ୍ଗଳବାର ଚାନ୍ଦିମାଳ ଅଞ୍ଚଳର ଜଣେ...

ଶଙ୍ଖ ଧରିଲେ ବରିଷ୍ଠ ଭାଜପା ନେତାଙ୍କ ସହ ଶତାଧିକ କର୍ମୀ

ଗଞ୍ଜାମ,୮ା୫(ବିଦ୍ୟାଧର ସାହୁ): ଆସନ୍ତା ୧୩ରେ ସାଧାରଣ ନିର୍ବାଚନ। ଏଥିପାଇଁ ସବୁ ଦଳ ନିଜନିଜ ରଣନୀତି ଆରମ୍ଭ କରିଛନ୍ତି।  ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୮ ପୁଇଁତଳା...

ଛେଳି ଚୋରିକୁ ନେଇ ମହାଭାରତ: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବୁଦାମୂଳେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଖୁଣ୍ଟୁଣୀ,୮ା୫(ସଚ୍ଚିଦାନନ୍ଦ ପଣ୍ଡା): ଛେଳି ଚୋରିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅନ୍ୟ କେତେକ ଯୁବକ ମରଣାନ୍ତକ ଆକ୍ରମଣ କରି ମୁମୂର୍ଷୁ ଅବସ୍ଥାରେ ଖୁଣ୍ଟୁଣୀ ଡାକ୍ତରଖାନା ପଛପଟ...

ଆନ୍ଧ୍ରର ଅନୁପ୍ରବେଶ: ମାଗଣା ସ୍ବାସ୍ଥ୍ୟ ଶିବିର ବନ୍ଦ କଲା ପୋଲିସ

ପଟ୍ଟାଙ୍ଗି,୮।୫(ଶରତ ଧଳ): ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ସମସ୍ତ ସରକାରୀ ଅଧିକାରୀ ନିଜ ନିଜର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହାର ସୁଯୋଗ ଉଠାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri