ନଦୀ ବନ୍ଧ ରାସ୍ତା ଶୋଚନୀୟ: ତାରପୁର ବାଇପାସଠାରେ ରାସ୍ତାରୋକୋ

ରଘୁନାଥପୁର ,୧୮। ୧୨ (ଡି.ଏନ.ଏ.)- ମହାନଦୀ ନର୍ଥ ଜଳସମ୍ପଦ ବିଭାଗ କଟକ ଜିଲା କିଶନନଗର ତହସିଲ ଅନ୍ତର୍ଗତ ଫିପୁର ମାହାଳହାଟଠାରୁ ସାନନୟନପୁରକୁ ସଂଯୋଗ କରୁଥିବା ନଦୀବନ୍ଧ ରାସ୍ତା ଶୋଚନୀୟ ହୋଇପଡିଛି। ଏହା ଉପରେ ନିର୍ଭର କରୁଥିବା ମହାନଦୀ, ପାଇକା ଓ ଚିତ୍ରୋତ୍ପଳା ଦ୍ୱିପାଞ୍ଚଳବାସୀଙ୍କ ପକ୍ଷରୁ ଦୁଇ ଦଶନ୍ଧି ଧରି ନଦୀବନ୍ଧ ରାସ୍ତାର ସୁଦୃଢୀକରଣ ପାଇଁ ଦାବି ହୋଇଆସୁଛି। କେବଳ ରାସ୍ତାର ମରାମତି କରାଯାଇଛି। ଏବେ ଏହା ଆନ୍ଦୋଳନର ରୂପ ନେଇଛି। ଦ୍ୱିପାଞ୍ଚଳର ୨୦ ପଞ୍ଚାୟତବାସୀ ମଙ୍ଗଳବାର ଏହାର ପ୍ରବେଶ ପଥ କଟକ-ପାରାଦୀପ ରାସ୍ତାର ତାରପୁର ବାଇପାସ୍‌ଠାରେ ପୂର୍ବାହ୍ନ ୧୦ଟାରେ ରାସ୍ତାରୋକୋ କରିଥିଲେ। ଫଳରେ ରାସ୍ତାର ଉଭୟପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଥିଲା। ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଏହି ନଦୀବନ୍ଧ ରାସ୍ତା ଦେଇ କଟକ-କେନ୍ଦ୍ରାପଡା ଓ ଜଗତ୍‌ସିଂହପୁର ଜିଲାର ଲୋକେ ଯାତାୟାତ କରିଥାନ୍ତି। ପ୍ରତ୍ୟେକ ଦିନ ରାସ୍ତାରେ ୨ ହଜାରରୁ ଊର୍ଦ୍ଧ୍ୱ ବାଇକ୍‌, ଚାରିଚକିଆ ଯାନ ଏବଂ ଟ୍ରକ୍‌ ବସ୍‌ ଇତ୍ୟାଦି ଯାତାୟାତ କରିଥାଏ। ଏହାଛଡା କୃଷ୍ଣାନନ୍ଦପୁର, ବିଶନପୁର, ଦାଇଁଲୋ, କନିମୂଳ, ଶଙ୍ଖେଶ୍ୱର, ତେଣ୍ଢାକୁଡା,ମହମ୍ମଦପୁର, ମଣିଜଙ୍ଗ, ଉତ୍ତରକୂଳ, ବାବୁଜଙ୍ଗ ସମେତ ୨୦ ପଞ୍ଚାୟତବାସୀ ନଦୀବନ୍ଧ ରାସ୍ତାରେ ଯାତାୟାତ କରିଥାନ୍ତି। ତେବେ ୩ କିମି ବ୍ୟାପୀ ରାସ୍ତା ସମ୍ପୂର୍ଣ୍ଣ ଭାବେ ଖାଲଖମାରେ ପରିପୂର୍ଣ୍ଣ। ସ୍କୁଲ ଭ୍ୟାନ, ଦମକଳ ଗାଡି ଓ ଆମ୍ବୁଲାନ୍ସଟିଏ ମଧ୍ୟ ରାସ୍ତାରେ ଠିକ୍‌ ସମୟରେ ପହଞ୍ଚତ୍ ପାରୁନି। ସରକାରଙ୍କୁ ବାରମ୍ବାର ଅଭିଯୋଗ ପରେ କୌଣସି ପ୍ରତିକାର କରାଯାଉନାହିଁ। ଏହାର ପ୍ରତିବାଦରେ ୨୦ ପଞ୍ଚାୟତର ବୁଦ୍ଧିଜୀବୀ ଓ ସାଧାରଣ ଲୋକ ଏକତ୍ରିତ ହୋଇ ଏ ସମ୍ପର୍କରେ ଆଲୋଚନା କରିଥିଲେ। ନଦୀବନ୍ଧ ସମନ୍ବୟ ସମିତି ଭାବେ ଏକ କମିଟି ଗଢା ଯାଇ ପୁନର୍ବାର ସରକାରଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଯାଇଥିଲା। ରାସ୍ତାଟି ଉଭୟ କଟକ ଓ କେନ୍ଦ୍ରାପଡା ଜଳସମ୍ପଦ ବିଭାଗ ଅଧୀନରେ ରହିଛି। ୩ ଜିଲାର ଜିଲାପାଳ, କଟକ ସଦର, ପାଟକୁରା, ତିର୍ତ୍ତୋଲ ବିଧାୟକ ଓ ୩ ଜିଲାର ଏମ୍‌ପିଙ୍କୁ ମଧ୍ୟ ଏ ନେଇ ଅଭିଯୋଗପତ୍ର ଦିଆଯାଇଥିବା ସମିତିର ଆବାହକ ତଥା କନିମୂଳ ସରପଞ୍ଚ ବେଦଦ୍ୟୁତି ପୃଷ୍ଟି ପ୍ରକାଶ କରିଛନ୍ତି। ବିଧାୟକ, ଏମ୍‌ପିଙ୍କ ଏଥିପ୍ରତି ଅନ୍ତରିକତା ପ୍ରକାଶ ନ ପାଇବା, ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ୩ ଜିଲାପାଳଙ୍କ ପକ୍ଷରୁ ଅବହେଳା ପ୍ରଦର୍ଶନ କରାଯିବାରୁ ବାଧ୍ୟ ହୋଇ ଲୋକେ ରାସ୍ତାକୁ ଓହ୍ଲାଇଲେ ବୋଲି ଦ୍ୱିପାଞ୍ଚଳ ଉନ୍ନୟନ ପରିଷଦର ସଭାପତି ପୀତାମ୍ବର ପରିଜା କହିଥିଲେ। ଆନ୍ଦୋଳନ ସ୍ଥଳରେ ବିଧାୟକ ଓ ଏମ୍‌ପିମାନଙ୍କ ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠାଇ ବିରୋଧରେ ନାରାବାଜି କରିଥିଲେ। ଜଗତ୍‌ସିଂହପୁର ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଇରିଗେଶନ ଏକଜିକ୍ୟୁଟିଭ ଇଞ୍ଜିନିୟର କଟକ ଚିତ୍ତରଞ୍ଜନ ଜେନା ଓ ସ୍ଥାନୀୟ ତହସିଲଦାର ରୂପାଲିକା ଦାଶ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଉପଜିଲାପାଳ ମହାନ୍ତି ସେମାନଙ୍କ ସହ ଆଲୋଚନା କରି ଅଭିଯୋଗପତ୍ର ଗ୍ରହଣ କରିବା ପରେ ରାସ୍ତାରୋକୋ ହଟିଥିଲା। ଆନ୍ଦୋଳନରେ ବିଶନପୁର ସରପଞ୍ଚ ବସନ୍ତ ମହାପାତ୍ର, କ୍ରିଷ୍ଣାନନ୍ଦପୁର ସରପଞ୍ଚ ଗୋଲେଖ ନାରାୟଣ ଜେନା, ଦାଇଁଲୋ ସରପଞ୍ଚ ଧନଞ୍ଜୟ ସୁତାର, ମାନସ ଦାସ,ଦେବନାରାୟଣ ମହାନ୍ତି, ଅବୁ କାଲାମ, ଶେଖ ସୋଭାନ, ଜଗଦୀଶ ପାଣି, ନୁରୁଲ ହୋସେନ୍‌, ଅଜୟ ନାୟକ, ଲକ୍ଷ୍ମୀକାନ୍ତ ଦାଶ, ନିଆଜ ଖାନ, ମମତାଜ ଅଲ୍ଲିଙ୍କ ସମେତ ୫ଶହରୁ ଊର୍ଦ୍ଧ୍ୱ ମହିଳାପୁରୁଷ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

୫୩ ବର୍ଷରେ କର୍ଲାମୁଣ୍ଡା ଦୁର୍ଗାପୂଜା: ନୂଆ କମିଟିରେ ଦେବେନ୍ଦ୍ର ସଭାପତି, ଚନ୍ଦ୍ରଭାନୁ ସମ୍ପାଦକ

କର୍ଲାମୁଣ୍ଡା, ୩୦।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗାମଣ୍ଡପରେ ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି ଡୁକେରମାଲ ଦୁର୍ଗାପୂଜା। ଆଗାମୀ ଦୁର୍ଗାପୂଜାକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?