ନଦୀ ବନ୍ଧ ରାସ୍ତା ଶୋଚନୀୟ: ତାରପୁର ବାଇପାସଠାରେ ରାସ୍ତାରୋକୋ

ରଘୁନାଥପୁର ,୧୮। ୧୨ (ଡି.ଏନ.ଏ.)- ମହାନଦୀ ନର୍ଥ ଜଳସମ୍ପଦ ବିଭାଗ କଟକ ଜିଲା କିଶନନଗର ତହସିଲ ଅନ୍ତର୍ଗତ ଫିପୁର ମାହାଳହାଟଠାରୁ ସାନନୟନପୁରକୁ ସଂଯୋଗ କରୁଥିବା ନଦୀବନ୍ଧ ରାସ୍ତା ଶୋଚନୀୟ ହୋଇପଡିଛି। ଏହା ଉପରେ ନିର୍ଭର କରୁଥିବା ମହାନଦୀ, ପାଇକା ଓ ଚିତ୍ରୋତ୍ପଳା ଦ୍ୱିପାଞ୍ଚଳବାସୀଙ୍କ ପକ୍ଷରୁ ଦୁଇ ଦଶନ୍ଧି ଧରି ନଦୀବନ୍ଧ ରାସ୍ତାର ସୁଦୃଢୀକରଣ ପାଇଁ ଦାବି ହୋଇଆସୁଛି। କେବଳ ରାସ୍ତାର ମରାମତି କରାଯାଇଛି। ଏବେ ଏହା ଆନ୍ଦୋଳନର ରୂପ ନେଇଛି। ଦ୍ୱିପାଞ୍ଚଳର ୨୦ ପଞ୍ଚାୟତବାସୀ ମଙ୍ଗଳବାର ଏହାର ପ୍ରବେଶ ପଥ କଟକ-ପାରାଦୀପ ରାସ୍ତାର ତାରପୁର ବାଇପାସ୍‌ଠାରେ ପୂର୍ବାହ୍ନ ୧୦ଟାରେ ରାସ୍ତାରୋକୋ କରିଥିଲେ। ଫଳରେ ରାସ୍ତାର ଉଭୟପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଥିଲା। ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଏହି ନଦୀବନ୍ଧ ରାସ୍ତା ଦେଇ କଟକ-କେନ୍ଦ୍ରାପଡା ଓ ଜଗତ୍‌ସିଂହପୁର ଜିଲାର ଲୋକେ ଯାତାୟାତ କରିଥାନ୍ତି। ପ୍ରତ୍ୟେକ ଦିନ ରାସ୍ତାରେ ୨ ହଜାରରୁ ଊର୍ଦ୍ଧ୍ୱ ବାଇକ୍‌, ଚାରିଚକିଆ ଯାନ ଏବଂ ଟ୍ରକ୍‌ ବସ୍‌ ଇତ୍ୟାଦି ଯାତାୟାତ କରିଥାଏ। ଏହାଛଡା କୃଷ୍ଣାନନ୍ଦପୁର, ବିଶନପୁର, ଦାଇଁଲୋ, କନିମୂଳ, ଶଙ୍ଖେଶ୍ୱର, ତେଣ୍ଢାକୁଡା,ମହମ୍ମଦପୁର, ମଣିଜଙ୍ଗ, ଉତ୍ତରକୂଳ, ବାବୁଜଙ୍ଗ ସମେତ ୨୦ ପଞ୍ଚାୟତବାସୀ ନଦୀବନ୍ଧ ରାସ୍ତାରେ ଯାତାୟାତ କରିଥାନ୍ତି। ତେବେ ୩ କିମି ବ୍ୟାପୀ ରାସ୍ତା ସମ୍ପୂର୍ଣ୍ଣ ଭାବେ ଖାଲଖମାରେ ପରିପୂର୍ଣ୍ଣ। ସ୍କୁଲ ଭ୍ୟାନ, ଦମକଳ ଗାଡି ଓ ଆମ୍ବୁଲାନ୍ସଟିଏ ମଧ୍ୟ ରାସ୍ତାରେ ଠିକ୍‌ ସମୟରେ ପହଞ୍ଚତ୍ ପାରୁନି। ସରକାରଙ୍କୁ ବାରମ୍ବାର ଅଭିଯୋଗ ପରେ କୌଣସି ପ୍ରତିକାର କରାଯାଉନାହିଁ। ଏହାର ପ୍ରତିବାଦରେ ୨୦ ପଞ୍ଚାୟତର ବୁଦ୍ଧିଜୀବୀ ଓ ସାଧାରଣ ଲୋକ ଏକତ୍ରିତ ହୋଇ ଏ ସମ୍ପର୍କରେ ଆଲୋଚନା କରିଥିଲେ। ନଦୀବନ୍ଧ ସମନ୍ବୟ ସମିତି ଭାବେ ଏକ କମିଟି ଗଢା ଯାଇ ପୁନର୍ବାର ସରକାରଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଯାଇଥିଲା। ରାସ୍ତାଟି ଉଭୟ କଟକ ଓ କେନ୍ଦ୍ରାପଡା ଜଳସମ୍ପଦ ବିଭାଗ ଅଧୀନରେ ରହିଛି। ୩ ଜିଲାର ଜିଲାପାଳ, କଟକ ସଦର, ପାଟକୁରା, ତିର୍ତ୍ତୋଲ ବିଧାୟକ ଓ ୩ ଜିଲାର ଏମ୍‌ପିଙ୍କୁ ମଧ୍ୟ ଏ ନେଇ ଅଭିଯୋଗପତ୍ର ଦିଆଯାଇଥିବା ସମିତିର ଆବାହକ ତଥା କନିମୂଳ ସରପଞ୍ଚ ବେଦଦ୍ୟୁତି ପୃଷ୍ଟି ପ୍ରକାଶ କରିଛନ୍ତି। ବିଧାୟକ, ଏମ୍‌ପିଙ୍କ ଏଥିପ୍ରତି ଅନ୍ତରିକତା ପ୍ରକାଶ ନ ପାଇବା, ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ୩ ଜିଲାପାଳଙ୍କ ପକ୍ଷରୁ ଅବହେଳା ପ୍ରଦର୍ଶନ କରାଯିବାରୁ ବାଧ୍ୟ ହୋଇ ଲୋକେ ରାସ୍ତାକୁ ଓହ୍ଲାଇଲେ ବୋଲି ଦ୍ୱିପାଞ୍ଚଳ ଉନ୍ନୟନ ପରିଷଦର ସଭାପତି ପୀତାମ୍ବର ପରିଜା କହିଥିଲେ। ଆନ୍ଦୋଳନ ସ୍ଥଳରେ ବିଧାୟକ ଓ ଏମ୍‌ପିମାନଙ୍କ ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠାଇ ବିରୋଧରେ ନାରାବାଜି କରିଥିଲେ। ଜଗତ୍‌ସିଂହପୁର ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଇରିଗେଶନ ଏକଜିକ୍ୟୁଟିଭ ଇଞ୍ଜିନିୟର କଟକ ଚିତ୍ତରଞ୍ଜନ ଜେନା ଓ ସ୍ଥାନୀୟ ତହସିଲଦାର ରୂପାଲିକା ଦାଶ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଉପଜିଲାପାଳ ମହାନ୍ତି ସେମାନଙ୍କ ସହ ଆଲୋଚନା କରି ଅଭିଯୋଗପତ୍ର ଗ୍ରହଣ କରିବା ପରେ ରାସ୍ତାରୋକୋ ହଟିଥିଲା। ଆନ୍ଦୋଳନରେ ବିଶନପୁର ସରପଞ୍ଚ ବସନ୍ତ ମହାପାତ୍ର, କ୍ରିଷ୍ଣାନନ୍ଦପୁର ସରପଞ୍ଚ ଗୋଲେଖ ନାରାୟଣ ଜେନା, ଦାଇଁଲୋ ସରପଞ୍ଚ ଧନଞ୍ଜୟ ସୁତାର, ମାନସ ଦାସ,ଦେବନାରାୟଣ ମହାନ୍ତି, ଅବୁ କାଲାମ, ଶେଖ ସୋଭାନ, ଜଗଦୀଶ ପାଣି, ନୁରୁଲ ହୋସେନ୍‌, ଅଜୟ ନାୟକ, ଲକ୍ଷ୍ମୀକାନ୍ତ ଦାଶ, ନିଆଜ ଖାନ, ମମତାଜ ଅଲ୍ଲିଙ୍କ ସମେତ ୫ଶହରୁ ଊର୍ଦ୍ଧ୍ୱ ମହିଳାପୁରୁଷ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri