ନଗଡ଼ାର ବିକାଶ ଦିଗହାରା ଅଭିଯୋଗ:ଲୋକାୟୁକ୍ତଙ୍କ ନୋଟିସ ପରେ ସମୀକ୍ଷା ଆରମ୍ଭ

କାଳିଆପାଣି,୫ା୧୧(ଡି.ଏନ୍‌.ଏ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡାରେ ଶିଶୁ ମୃତ୍ୟୁ ଘଟଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଖିଦୃଶିଆ ବିକାଶ ହୋଇପାରି ନାହଁି। ଏହାର ବିକାଶ ପାଇଁ ବିଭିନ୍ନ ଯୋଜନାରେ ସରକାର ପ୍ରାୟ ୨୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାକୁ ନେଇ ଗତ ସପ୍ତାହରେ ରାଜ୍ୟ ସୂଚନା ଅଧିକାର ଆଇନ ସଂଗଠନ ଆବାହକ ପ୍ରଦୀପ ପ୍ରଧାନ ନଗଡା ଗସ୍ତକରି ବିଭିନ୍ନ ଅନିୟମିତତା ସମ୍ପର୍କରେ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଯାଜପୁର ପ୍ରକଳ୍ପ ନିର୍ଦ୍ଦେଶକ, ସୁକିନ୍ଦା ବିଡିଓ, ଗ୍ରାମ ଉନ୍ନୟନ, ଆରଡବ୍ଲ୍ୟୁଏସ୍‌ଏସ୍‌, ଧବଳଗିରି ବିଦ୍ୟୁତ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ନୋଟିସ ଜାରି କରି ୬ ସପ୍ତାହ ଅର୍ଥାତ ଡିସେମ୍ବର ୯ ତାରିଖ ସୁଦ୍ଧା ପକ୍ଷ ରଖିବାକୁ କହିଥିଲେ। ଏହି କ୍ରମରେ ସୋମବାର ଜୀବିକା ମିଶନ ଯାଜପୁର ପ୍ରକଳ୍ପ ଅଧିକାରୀ ବନଜାକାନ୍ତ ମହାରୀ ଓ ଆର୍‌ଡି ଏସ୍‌ଡିଓ ମୁଦୁଲି ଭେଙ୍କଟରମଣଙ୍କ ସମେତ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଯାଜପୁର ଗ୍ରାମ୍ୟ ଉନୟନ, ଧବଳଗିରି ବିଦ୍ୟୁତ୍‌ ବିଭାଗ ଓ ସୁକିନ୍ଦା ପଞ୍ଚାୟତ ସମିତି କାର୍ଯ୍ୟାଳୟର ବହୁ ଅଧିକାରୀ ନଗଡାରେ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ସମୟରେ ୨ ଡିସିମିଲରୁ ଊର୍ଦ୍ଧ୍ୱ ନିଜସ୍ବ ଜାଗା ଥିବା ପରିବାର ପିଛା ୧୦ଟି ଲେଖାଏଁ କଦଳୀ, ସଜନା, ଅମୃତ ଭଣ୍ଡା ଗଛ ଯୋଗାଇ ଦିଆଯିବ ବୋଲି ଜୀବିକା ମିଶନ ପ୍ରକଳ୍ପ ଅଧିକାରୀ କହିଛନ୍ତି। ବିପର୍ଯ୍ୟସ୍ତ ରାସ୍ତା ମରାମତି କରାଯିବ ବୋଲି ଆର୍‌ଡି ଏସ୍‌ଡିଓ କହିଥିଲେ। ତେବେ ଲୋକାୟୁକ୍ତ ଯାଜପୁର ପିଡି ଓ ସୁକିନ୍ଦା ବିଡିଓଙ୍କୁ ସମନ ଜାରି କରିଥିଲେ ମଧ୍ୟ ସେମାନେ ଗ୍ରସ୍ତରେ ସାମିଲ ହୋଇ ନ ଥିବା ଦେଖିବାକୁ ମିଳିଥିଲା। ନଗଡାରେ ଅପପୁଷ୍ଟିରେ ଶିଶୁ ମଡ଼କ ପରେ ରାଜ୍ୟ ସରକାର ନଗଡାର ଉନ୍ନତି ପାଇଁ ୨୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିଭିନ୍ନ ଉନ୍ନୟନ ମୂକଳ କାର୍ଯ୍ୟରେ ବ୍ୟୟ କରିଛନ୍ତି। ହେଲେ ୨୦୧୬ରୁ ୧୯ ମଧ୍ୟରେ ନଗଡାର ବିକାଶ ସେପରି କିଛି ପରିବର୍ତ୍ତନ ହୋଇ ନ ଥିବା ଦେଖିବାକୁ ମିଳିଛି। ଅଶୋକଝରରୁ ନଗଡାକୁ ଗ୍ରାମ୍ୟ ଉନୟନ ବିଭାଗ ଦ୍ୱାରା ହୋଇଥିବା ୧୫କୋଟିର ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇଛି। ୧ କୋଟି ୮୦ ଲକ୍ଷ ବ୍ୟୟ ସତ୍ୱେ ଅଦ୍ୟାବଧି ନଗଡାରେ ବଲ୍‌ଟିଏ ଜଳି ପାରିଲା ନାହିଁ। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇ ସାରିଥିଲେ ମଧ୍ୟ ନଗଡାରେ ବାଡି ବଗିଚାଟିଏ ହୋଇ ପାରି ନ ଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ୧୦ଟା ପରେ ବାଜିବନି ଲାଉଡ୍‌ ସ୍ପିକର, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ଛତ୍ରପୁର,୯ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଶ୍ରୀଗଣେଶ ପୂଜାକୁ ଶୃଙ୍ଖଳିତ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଛତ୍ରପୁର ପୋଲିସ ଏବଂ ପ୍ରଶାସନ…

ବିବାହ ପରେ ବି ପିଛା ଛାଡ଼ୁ ନ ଥିଲେ! ନାବାଳିକାଙ୍କୁ ଅସଦାଚରଣ କରି ବ୍ରହ୍ମପୁର ଜେଲ୍‌ ଗଲେ ରାଜମିସ୍ତ୍ରୀ

ଦିଗପହଣ୍ଡି, ୯।୯ (ଅଶେଷ ନାଥ ମିଶ୍ର): ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ କରିବା ମାମଲାରେ ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫ…

ସ୍ତ୍ରୀଙ୍କୁ ଦେଉ ନ ଥିଲେ ଭରଣପୋଷଣ: କୋର୍ଟ ୱାରେଣ୍ଟ ବଳରେ ସ୍ୱାମୀଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି, ୯।୯ (ଅଶେଷ ନାଥ ମିଶ୍ର): ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନ ଦେବା ସ୍ୱାମୀଙ୍କୁ ପଡ଼ିଲା ମହଙ୍ଗା। କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିବା ଅଭିଯୋଗରେ ଶେଷରେ ପୋଲିସ…

ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’

ହାଟଡିହୀ, ୯।୯(ଶୁଭକାନ୍ତ ନାୟକ): ଇନଷ୍ଟାଗ୍ରାମରେ ପ୍ରେମ, ତା’ପରେ ପ୍ରତ୍ୟାଖ୍ୟାନ, ଆଉ ଶେଷରେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। ବୁଧବାର ଏଭଳି ଏକ ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲା ହାଟଡିହୀ…

ହାଟଡିହୀ ବିଇଓ ରାଜୀବ ଦଳେଇ ନିଲମ୍ବିତ: କାର୍ଯ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

ହାଟଡିହୀ/ଛେନାପଦୀ, ୯।୯(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ରାଜୀବ ଦଳେଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବୁଧବାର ମଧ୍ୟାହ୍ନରେ ସ୍ପେଶାଲ ମେସେଞ୍ଜର…

ବିନା ଅନୁମତିରେ ସାଉଣ୍ଡ ବାଜିଲେ ଜବତ ହେବ ଡିଜେ ଗାଡ଼ି, ସିଧା ହେବେ ଗିରଫ: ପାର୍ବଣ ପୂର୍ବରୁ ପୋଲିସର ଚେତାବନୀ

ପୁରୁଷୋତ୍ତମପୁର,୯।୯(ସବିତା ମିଶ୍ର): ଆଗାମୀ ପୂଜାପାର୍ବଣ ସମୟରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ପୁରୁଷୋତ୍ତମପୁର ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଉପଜିଲାପାଳଙ୍କ ବିନା ଅନୁମତିରେ କୌଣସି ସ୍ଥାନରେ…

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri