‘ନଗଡ଼ା ବିକାଶରେ ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ’

ଯାଜପୁର ଟାଉନ/କାଳିଆପାଣି,୧୩।୩(ଡିଏନଏ): ନଗଡ଼ାର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ତେବେ ଏହାକୁ କାର୍ଯ୍ୟକାରୀ କରୁଥିବା ବିଭାଗଗୁଡ଼ିକ ସେମାନଙ୍କ ଦାୟିତ୍ୱକୁ ଠିକ୍‌ ଭାବେ ତୁଲାଉ ନାହାନ୍ତି। ନଗଡ଼ା ବିକାଶରେ ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ। ତେଣୁ ଆଗାମୀ ୭ ଦିନ ମଧ୍ୟରେ ଉନ୍ନୟନମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ କରା ନ ଗଲେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରପ୍ରାପ୍ତ ଜିଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଗୁରୁବାର ନଗଡ଼ା ଗସ୍ତ ସମୟରେ ପ୍ରକାଶ କରିଛନ୍ତି। ନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ, ଗ୍ରାମ୍ୟ ଜଳଯୋଗାଣ, ଅଙ୍ଗନୱାଡି କେନ୍ଦ୍ର ଇତ୍ୟାଦି ପରିଦର୍ଶନ କରିଥିଲେ। ନଗଡ଼ାକୁ ଯୋଗାଯୋଗ ରାସ୍ତାର ମରାମତି ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ପୂର୍ବରୁ ମଧ୍ୟ ଏହି ରାସ୍ତା ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ କାର୍ଯ୍ୟର ଅଗ୍ରଗତି ଆଦୌ ସନ୍ତୋଷଜନକ ନୁହେଁ ବୋଲି ବିରକ୍ତି ପ୍ରକାଶ କରିଥିଲେ। ଯଦି ସପ୍ତାହ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହୁଏ ତେବେ ସମ୍ପୃକ୍ତ ବିଭାଗକୁ ଉତ୍ତରଦାୟୀ କରାଯାଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନାୟକ କହିଥିଲେ। ଏବେସୁଦ୍ଧା ନଗଡ଼ା ଲୋକଙ୍କ ବ୍ୟବହାରିକ ପରିବର୍ତ୍ତନ ଘଟିନାହିଁ ବୋଲି କହିବା ସହ ସରକାରୀ କର୍ମଚାରୀମାନେ ଏଥିପ୍ରତି ଦୃଷ୍ଟିଦେବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ। ନଗଡ଼ାବାସୀଙ୍କ ପାଇଁ ପ୍ରସ୍ତୁତ ପାଇଖାନାଗୁଡିକ ବୁଲି ଦେଖିଥିଲେ। ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଶୌଚାଳୟକୁ କେହି ବ୍ୟବହାର କରୁ ନ ଥିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ପ୍ରକାଶ କରିଥିଲେ। ଏପରିକି ପାଣି ପଏଣ୍ଟ ନିକଟରେ ଅପରିଷ୍କାର ହୋଇଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦା ସେଗୁଡିକୁ ପରିସ୍କାର କରୁନାହାନ୍ତି। ଫଳରେ ଉପଜିଲାପାଳ ନିଜେ କୋଦାଳ, ସାବଳ ଧରି ସେହି ମାଟିଗୁଡିକୁ ତାଡ଼ିବା ଆରମ୍ଭ କରିବା ପରେ କେତେଜଣ ସ୍ଥାନୀୟବାସିନ୍ଦା ମଧ୍ୟ ଏହି କାର୍ଯ୍ୟରେ ଯୋଗ ଦେଇଥିଲେ। ନିଜର ସ୍ବାସ୍ଥ୍ୟ ଓ ସୁସ୍ଥ ପରିବେଶ ପାଇଁ ଉଦ୍ୟମ ନ କଲେ ବିକାଶ ବାଧାପ୍ରାପ୍ତ ହେବବୋଲି ଲୋକଙ୍କୁ ବୁଝାଇଥିଲେ। ପରେ ମହୁ ଚାଷ ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ବିଶେଷ କରି ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଅପରପକ୍ଷେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପରିସ୍କାର ପରିଚ୍ଛନ୍ନ ଓ ଜଳ ଜମିବା ସ୍ଥାନଗୁଡିକୁ ପରିଷ୍କାର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ସମୟରେ ସୁକିନ୍ଦା ବିଡିଓ ବିଶ୍ୱଜିତ ଦାସ, ଜଳ ପରିମଳ ନିର୍ବାହୀ ଯନ୍ତ୍ରୀ ଅମୀୟ ପରିଡା, ଏପିଡି ମଧୁସ୍ମିତା ପୃଷ୍ଟି, ଡିଏମଏଫ୍‌ର ଟିମ୍‌ ଲିଡର ଶୁଭାଶିଷ କୁମାର, ଜୀବିକା ମିଶନର ଡିପିଏମ୍‌ ବକନକାନ୍ତ ମାହିରୀ, ଓଡ଼ିଶା ଖାଦ୍ୟ ଗ୍ରାମୋଦ୍ୟୋଗ ବୋର୍ଡର ପ୍ରତିନିଧି ଭୂପତି ନାୟକ, ଦାଶରଥି ରାଉତ, ଟ୍ରେନର ସୁଶାନ୍ତ ବେହେରା, ଡବ୍ଲ୍ୟୁଓ ସନ୍ତୋଷ ପତି ଓ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଭାରପ୍ରାପ୍ତ ଜିଲାପାଳ ନାୟକ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ କାର୍ଯ୍ୟ ତ୍ୱରାନ୍ନିତପାଇଁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri