‘ନଁ। ପଛରେ ଲୁଚିଛି କିମ୍ବଦନ୍ତୀ’

ଲଙ୍ଗଳେଶ୍ୱର, ୭।୩(କମଳାକାନ୍ତ ଦାସ)-ବିଭିନ୍ନ ଗ୍ରାମ ବା ଜନପଦର ନାମକରଣକୁ ନେଇ ରହିଛି ଅନେକ ଜନଶ୍ରୁତି। ବାଲେଶ୍ୱର ଜିଲା ସଦର ମହକୁମାଠାରୁ ୫୦ କି.ମି.ଦୂର ଗଲେ ପଡ଼େ ଲଙ୍ଗଳେଶ୍ୱର ବଜାର। ସେଠାରୁ ଅନତି ଦୂରରେ ପୁରାତନ ଶୈବପୀଠ ଲଙ୍ଗଳେଶ୍ୱର। ମନ୍ଦିର ପଛପଟେ ପାର୍ବତୀ ନଦୀ ପ୍ରବାହିତ। ପ୍ରାକୃତିକ ପରିବେଶ ଅତି ମନୋରମ। ଏହି ଶୈବପୀଠକୁ ଅନେକ ଭକ୍ତ, ପଯର୍ର୍‌ୟଟକ ଆସିଥାନ୍ତି। ରାଜ୍ୟ ସରକାର ୨୦୧୦ରେ ଏହାକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦେଇଥିଲେ ବି ଏହି ପୀଠର ଆଶାନୁରୂପ ଉନ୍ନତି ହୋଇପାରିନାହଁି। ୨୦୧୫ରେ ଏକ ପାନ୍ଥ ନିବାସ ନିର୍ମାଣ ସକାଶେ ୩୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ଜାଗା ଚିହ୍ନଟ ନ ହେବାରୁ କାମ ହୋଇନି।
ଧାନ ଚାଷ ଲାଗି ଏହି ଅଞ୍ଚଳର ପ୍ରସିଦ୍ଧି ରହିଛି। କିମ୍ବଦନ୍ତୀ ଅଛି ଯେ, ପ୍ରାଣୀମାନଙ୍କ ସକାଶେ ଖାଦ୍ୟଶସ୍ୟ ସୃଷ୍ଟି ପାଇଁ ଭଗବାନ ଶିବ କୈଳାସପୁରରୁ ଲଙ୍ଗଳେଶ୍ୱର ଆସିଥିଲେ। ଷୋଳଷା ପାଣ୍ଠରେ ଶିବ ନିଜେ ଲଙ୍ଗଳ ପ୍ରସ୍ତୁତ କରି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘଦିନ ବିତିଯିବା ପରେ ଶିବ କୈଳାସପୁର ନ ଫେରିବାରୁ ମା’ ପାର୍ବତୀ ତାଙ୍କୁ ଖୋଜି ଖୋଜି ଆସି ପହଞ୍ଚିଥିଲେ। ଏଠାରେ ଶିବ-ପାର୍ବତୀଙ୍କ ମିଳନ ହୋଇଥିଲା। ଶିବଙ୍କ କର୍ମଭୂମି ଭାବେ ଲଙ୍ଗଳେଶ୍ୱର ଖ୍ୟାତ। ସେ ଲଙ୍ଗଳରେ ହଳ କରିବା ସମୟରେ ଲଙ୍ଗଳ ମୁଣ୍ଡାରେ ଯେଉଁ ଘାସ ଓ ମାଟି (ବାଟିଆ)ଲାଗୁଥିଲା, ତାହାକୁ ବାହାର କରି ଯେଉଁଠି ପକାଯାଉଥିଲା ସେହିଠାରେ ଏବେ ଜନବସତି ଗଢି ଉଠିଛି। ଏହି ସ୍ଥାନର ନାମ ରହିଛି ବାଟିଆଡ଼ିହା । ଚାଷ କାର୍ଯ୍ୟରେ ପରିଶ୍ରମ କରି ଭଗବାନ ଶିବ ଶ୍ରମ ଲାଘବ କରିବା ସକାଶେ ଏକ ସ୍ଥାନରେ ଗଞ୍ଜା ଟାଣି ବସୁଥିଲେ। କାଳକ୍ରମେ ସେହି ଗ୍ରାମର ନାମ ଗଞ୍ଜା ହୋଇଛି। କଥିତ ଅଛି ଯେ, ଭଗବାନ ଶିବ ଏଠାରୁ ଫେରିବା ସମୟରେ ଏକ ସ୍ଥାନରେ ବାଟବଣା ହୋଇଯାଇଥିଲେ। ଏହି ସ୍ଥାନକୁ ଏବେ ବଣିଆଡ଼ିହା ଗ୍ରାମ କୁହାଯାଉଛି। ଭଗବାନ ଶିବ ସେଠାରୁ ଫେରି ବିଶ୍ରାମ ନେଇଥିବା ସ୍ଥାନର ନାମ ରହିଛି ବିଶ୍ୱନାଥପୁର । ସ୍ବୟଂ ଶିବ ନିଜେ ଏଠାରେ ଯେଉଁ ସବୁ କାର୍ଯ୍ୟ କରିଥିଲେ, ତାହାକୁ ଆଧାର କରି ବିଭିନ୍ନ ଗ୍ରାମର ନାମକରଣ ହୋଇଥିବା ନେଇ ସ୍ଥାନୀୟ ପୁରୁଖା ବ୍ୟକ୍ତି ଭାନୁ ଚରଣ ପାତ୍ର, ସୀତାରାମ ଦାସ ପ୍ରମୁଖ ମତବ୍ୟକ୍ତ କରିଛନ୍ତି।
ବର୍ତ୍ତମାନ ଶିବମନ୍ଦିର ଥିବା ସ୍ଥାନରେ ପୂର୍ବରୁ କଣ୍ଟି, ଖଡ଼ି, କିଆବୁଦା ପ୍ରଭୃତି ଘଞ୍ଚ ଜଙ୍ଗଲ ରହିଥିଲା। ଜମିଦାର ଶାସନ ସମୟରେ ଲଙ୍ଗଳେଶ୍ୱର ଅଞ୍ଚଳରେ ୨୫ ଘର କୃଷକ ପରିବାର ରହୁଥିଲେ। ଜମିଦାର ଉକ୍ତ ସ୍ଥାନକୁୁ ସଫା କରିବା ବେଳେ ସେଠାରୁ ଶିବଲିଙ୍ଗ ଓ ଲଙ୍ଗଳ ମିଳିଥିବା କୁହାଯାଏ। ସେବେଠାରୁ ଏହି ଗ୍ରାମ ଲଙ୍ଗଳେଶ୍ୱର ଭାବେ ପ୍ରସିଦ୍ଧି ଲାଭ କରିଛି। ଏହି ପୀଠରେ ଶିବ ଓ ପାର୍ବତୀ ଏକ ସଙ୍ଗରେ ପୂଜା ପାଇଥାନ୍ତି, ଯାହା ଏକ ବିଶେଷତ୍ୱ। ପୂର୍ବରୁ ଶିବରାତ୍ରି ବେଳେ ଦୁଇଦିନିଆ ମେଳା ବସୁଥିଲା। ବର୍ତ୍ତମାନ ମେଳା ୧୫ ଦିନ ଧରି ଚାଲୁଛି। ଦୂରଦୂରାନ୍ତରୁ ଲୋକ ଆସି ଶିବଙ୍କୁ ପୂଜା କରିବା ସହ ମେଳାରୁ ବିଭିନ୍ନ କୃଷିଭିତ୍ତିକ ସାମଗ୍ରୀ ତଥା ଘରୋଇ ଆସବାବପତ୍ର କିଣାକିଣି କରିଥାନ୍ତି। ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ରାଜ୍ୟରୁ ବହୁ ପର୍ଯ୍ୟଟକ ଏଠାକୁ ଆସୁଥିବାରୁ ଏହାର ଭିତ୍ତିଭୂମି ବିକାଶ ଲାଗି ପର୍ଯ୍ୟଟନ ବିଭାଗ ଦୃଷ୍ଟିି ଦେଉ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ରାମଚନ୍ଦ୍ର ଦାସ ଏବଂ ମନ୍ଦିର ପୂଜକ ଗୋପୀନାଥ ମିଶ୍ର ପ୍ରମୁଖ ଦାବି କରିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?