ଖୁଣ୍ଟା,୨୧ା୧(ଡ଼ି.ଏନ୍.ଏ.)- ଖୁଣ୍ଟା ବ୍ଲକ ଅଧୀନ ବାହାନଡା ଲ୍ୟାମ୍ପସ ପକ୍ଷରୁ ଧାନ କିଣାରେ ଅନିୟମିତତା ନେଇ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ ଶିମଗଡ଼ିଆ ଗ୍ରାମର ଜୟଦୀପ ସାହୁ ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି। ଧାନ ନ କିଣି ନକଲି ଚାଷୀଙ୍କ ସହାୟତାରେ ଧାନ କିଣିବାର କାଗଜପତ୍ର କରାଯିବା ସହିତ ମଣ୍ଡିରୁ ଧାନ ଟ୍ରକ ଯୋଗେ ମିଲ୍କୁ ଗଲା ବୋଲି ଟ୍ରାଞ୍ଜିଟ ମଧ୍ୟ ଲ୍ୟାମ୍ପସ ପକ୍ଷରୁ କଟା ଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।
ଅଭିଯୋଗକାରୀ ସାହୁଙ୍କ ଅଭିଯୋଗ ଅନୁଯାୟୀ, ବାହାନଡା ଲ୍ୟାମ୍ପସ ଅଧୀନ ଗୟଳମରା ଉପକେନ୍ଦ୍ର ମଣ୍ଡିରେ ଚଳିତ ଜାନୁଆରୀ ୧୦ ତାରିଖରେ ମାତ୍ର କେତେ ଜଣ ଚାଷୀ ଧାନ ବିକ୍ରି କରିଥିଲେ। ସେଦିନ କପ୍ତିପଦା ଆଗ୍ରୋ ଇଣ୍ଡଷ୍ଟ୍ରିଜର ଟ୍ରକ (ନଂ.ଓଡ଼ି୧୧ବି-୫୦୦୧) ଯୋଗେ ମିଲ୍କୁ ଧାନ ଉଠି ଯାଇଥିବା ବେଳେ ଅଳ୍ପ କେତେକ ବଳକା ଧାନ (ପ୍ଲାଷ୍ଟିକ ବସ୍ତାରେ ପ୍ରାୟ ୪୦/୪୫ ବସ୍ତା )ମଣ୍ଡି ଗୋଦାମରେ ରହିଥିଲା । ମାତ୍ର ଲ୍ୟାମ୍ପସ ଏମଡି ମଧୁସ୍ମିତା ଦେ ମଣ୍ଡିରେ ଧାନ ପକାଇ ନ ଥିବା କେତେକ ଚାଷୀଙ୍କର ଆଖି ସ୍କାନ ପ୍ରକ୍ରିୟାରେ ୫୭୦ କୁଇଣ୍ଟାଲ ଧାନ କିଣା ଯାଇଥିବା ଦର୍ଶାଇବା ସହିତ ୧୦ ତାରିଖରେ ଏକ ଟ୍ରକ ଓ ବଳକା ଧାନ ୧୧ ଓ ୧୫ ତାରିଖରେ ମିଲକୁ ଯାଇଥିବା ଟ୍ରାଞ୍ଜିଟ କାଟିଛନ୍ତି । ଅପରପକ୍ଷେ ଚାଷୀ ସଂଗଠନର ସଦସ୍ୟମାନେ ୧୧ ତାରିଖରେ ଉକ୍ତ ମଣ୍ଡି ଉପରେ ନଜର ରଖିଥିବା ବେଳେ ସେଦିନ କୌଣସି ଟ୍ରକ ଆସି ନ ଥିଲା କିମ୍ବା ଧାନ ମଧ୍ୟ ଯାଇ ନ ଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି । ତେବେ ଲ୍ୟାମ୍ପସ ପକ୍ଷରୁ ୧୧ ତାରିଖରେ ସେହି ସମାନ ନମ୍ବର ବିଶିଷ୍ଟ ଟ୍ରକ ନାମରେ ଟ୍ରାଞ୍ଜିଟ କଟାଯାଇଥିବା ବେଳେ ଉକ୍ତ ଦିନ କେଉଁଠୁ ଧାନ ମିଲକୁ ଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଏମଡିଙ୍କୁ ପଚାରିବାରୁ ସେ ତାଙ୍କର ଦାୟିତ୍ୱ ଆଇନ ଅନୁଯାୟୀ ତୁଲାଇଛନ୍ତି ବୋଲି କହିଛନ୍ତି। ସେହିପରି ଖୁଣ୍ଟା ଥାନା ଆଇଆଇସି ସ୍ବର୍ଣ୍ଣଲତା ମିଞ୍ଜଙ୍କୁ ପଚାରିବାରୁ ସେ ଛୁଟିରେ ଥିଲେ। ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଧାନ କିଣା ଅଭିଯୋଗ ସମ୍ପର୍କରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି । ତେବେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଭିଯୋଗକାରୀ ଦାବି କରିଛନ୍ତି ।
ନ୍ୟାୟ ମାଗିବାକୁ ଥାନାକୁ ଯାଇଥିଲେ ନାବାଳିକା; ଥାନା ଅଧିକାରୀଙ୍କ ଧମକରେ ଅଚେତ ହୋଇଗଲେ, ତାପରେ…
ବାରିପଦା/ମୋରଡ଼ା,୧୮।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ମା’ବାପାଙ୍କ ସହିତ ଅଭିଯୋଗ ପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ…
ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…
ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…
ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ, ଯୁବକଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ
ଉଦଳା,୧୨ା୫(ସନ୍ତୋଷ କୁମାର ବାଚ୍ଛିନୀ): ରାତିରେ ଗ୍ରାମରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା। ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଦେଲେ ଉତ୍ତମ ମଧ୍ୟମ। ଉଦଳା…
ଗୋତସ୍କରଙ୍କ ଗୁଳିମାଡ଼ ଘଟଣା, ପୋଖରୀ ଭିତରୁ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ
ବୈଶିଙ୍ଗା,୮।୫(ରତନ ଦାଶ ): ମୟୂରଭଞ୍ଜ-ବାଲେଶ୍ୱର ସୀମାବର୍ତ୍ତୀ ବୈଶିଙ୍ଗା ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ଗୋମାଫିଆଙ୍କ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି…
ଗାଁରେ ପଶି ମହିଳାଙ୍କ ଉପରେ ଆକ୍ରମଣ କଲା ଭାଲୁ, ଆଖି ତାଡି….
ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଉଦଳା ବନାଞ୍ଚଳ କୁଶଳଦା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଭାଲୁଟି…
ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ ଦୁର୍ବୃତ୍ତ, ସାଇରନ ବାଜିବା ଡରରେ ଭାଙ୍ଗିଦେଲେ…
ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଏଟିଏମ ଲୁଟିନେଲେ ଦୁର୍ବୃତ୍ତ । ଏକ ନୂଆ ଫଣ୍ଡାରେ ଲୁଟ୍ କରିଛନ୍ତି । ନିଜ ଚେହେରାକୁ ସିସିଟିଭିରୁ ବଞ୍ଚାଇବା ପାଇଁ ସିସିଟିଭିରେ ଲାଲ…
ଗୋରକ୍ଷକଙ୍କ ଉପରକୁ ଗୁଳି ଚଳାଇଲେ ଗୋତସ୍କର, ଭ୍ୟାନ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
ବୈଶିଙ୍ଗା,୨୯।୪(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ଦିନକୁ ଦିନ ଗୋରୁ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଏହି ଗ୍ୟାଙ୍ଗ ସହ ଜଡ଼ିତ ଅସାମାଜିକ ବ୍ୟକ୍ତିମାନଙ୍କର…
ସ୍ବାମୀଙ୍କ ମୃତ୍ୟୁକୁ ୧୫ବର୍ଷ ପୂରିଲେବି ମହିଳାଙ୍କୁ ମିଳୁନି ଭତ୍ତା
ମୋରଡ଼ା,୨୮ା୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର କୁସୁମକୁଟି ଗ୍ରାମ ୧୪ ନମ୍ବର ୱାର୍ଡର ବିଧବା ମହିଳା ବୁଧୁ ହେମ୍ବ୍ରମ ଭତ୍ତା ପାଇବାରୁ…
Archives

