ଧାନ ଏମ୍‌ଏସ୍‌ପି ୧୮୬୮ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ,୨ା୬(ପି.ଟି.): କେନ୍ଦ୍ର ସରକାର ୨୦୨୦-୨୧ ବର୍ଷ ଲାଗି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କୁଇଣ୍ଟାଲ ପ୍ରତି ୫୩ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ଧାନ ଏମ୍‌ଏସ୍‌ପି ୧,୮୬୮ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହିତ ଖାଦ୍ୟଶସ୍ୟ, ଡାଲି ଓ ତୈଳବୀଜ ଆଦି ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। କୃଷି ବ୍ୟୟ ଓ ମୂଲ୍ୟ ଆୟୋଗ (ସିଏସିପି)ଙ୍କ ସୁପାରିସକ୍ରମେ ବିଭିନ୍ନ ଫସଲର ଏମ୍‌ଏସ୍‌ପି ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହାଦ୍ୱାରା କୃଷକମାନେ ବ୍ୟୟ ତୁଳନାରେ ୫୦ରୁ ୮୩ ପ୍ରତିଶତ ଅଧିକ ମୂଲ୍ୟ ପାଇପାରିବେ
ଧାନ ଏମ୍‌ଏସ୍‌ପି ୧,୮୬୮ ଟଙ୍କାକୁ ବୃଦ୍ଧି ହୋଇଥିବାରୁ ଚାଷୀଙ୍କୁ କୃଷିକାର୍ଯ୍ୟରେ ବ୍ୟୟ ତୁଳନାରେ ୫୦ ପ୍ରତିଶତ ଅଧିକ ମୂଲ୍ୟ ମିଳିବ। ଗ୍ର୍ରେଡ୍‌ ଏ ଧାନର ଏମ୍‌ଏସ୍‌ପି ଗତବର୍ଷ ୧,୮୩୫ ଟଙ୍କା ଥିବାବେଳେ ଚଳିତ ବର୍ଷ ଏହାକୁ ୧,୮୮୮ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି କପା ଏମ୍‌ଏସ୍‌ପି ୨୬୦ ଟଙ୍କା ବୃଦ୍ଧି କରାଯାଇ ୫,୫୧୫ ଟଙ୍କା କରାଯାଇଛି। ଗତବର୍ଷ ଏହା ୫,୨୫୫ ଟଙ୍କା ଥିଲା। ସେହିପରି ଲମ୍ବା ଖୋସାଯୁକ୍ତ କପା ଦାମ୍‌ ୫,୫୫୦ରୁ ୫,୮୨୫ ଟଙ୍କାକୁ ବୃଦ୍ଧି ହୋଇଛି। ଜଅ କୁଇଣ୍ଟାଲ ପ୍ରତି ଏମ୍‌ଏସ୍‌ପି ୭୦ ଟଙ୍କା ବୃଦ୍ଧି ପାଇ ୨,୬୨୦ ଟଙ୍କା ହୋଇଥିବାବେଳେ ବାଜରା ୧୫୦ ଟଙ୍କା ବୃଦ୍ଧି ପାଇ ୨,୧୫୦ ଟଙ୍କା ହୋଇଛି। ହରଡ଼ ଏମ୍‌ଏସ୍‌ପି ୨୦୦ ଟଙ୍କା ବୃଦ୍ଧି ପାଇ ୬,୦୦୦ ଟଙ୍କା ହୋଇଥିବାବେଳେ ମୁଗ ଡାଲି ୧୪୬ ଟଙ୍କା ବୃଦ୍ଧି ପାଇ ୭,୧୯୬ ଟଙ୍କା, ବିରି ୩୦୦ ଟଙ୍କା ବୃଦ୍ଧି ପାଇ ୬,୦୦୦ ଟଙ୍କା,ଚିନାବାଦାମ ୧୮୫ ଟଙ୍କା ବୃଦ୍ଧି ପାଇ ୫,୨୭୫ ଟଙ୍କା ହୋଇଛି। ସେହିପରି ସୂର୍ଯ୍ୟମୁଖି ମଞ୍ଜି କୁଇଣ୍ଟାଲ ୨୩୫ ଟଙ୍କା ବୃଦ୍ଧି ପାଇ ୫,୮୮୫ ଟଙ୍କା ଏବଂ ସୋୟାବିନ ୧୭୦ ଟଙ୍କା ବଢ଼ି ୩,୮୮୦ ଟଙ୍କା ହୋଇଛି। ଏହାବ୍ୟତୀତ କୃଷକମାନେ ନେଇଥିବା ଋଣ ପରିଶୋଧ ପାଇଁ ଅଧିକ ସମୟ ପାଇବେ। ଏଥିପାଇଁ ଅଗଷ୍ଟକୁ ନୂଆ ସମୟସୀମା ଧାର୍ଯ୍ୟ କରାଯାଇଛି। କିଷାନ କ୍ରେଡିଟ୍‌ କାର୍ଡରେ ସେମାନେ ସାନି ଋଣ ନେଇପାରିବେ ଏବଂ ନିଜର ଉତ୍ପାଦିତ ଶସ୍ୟକୁ ସେମାନେ ଯେକୌଣସି ସ୍ଥାନରେ ବିକିପାରିବେ ବୋଲି କୃଷିମନ୍ତ୍ରୀ କହିଛନ୍ତି।
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଏବଂ ରାସ୍ତାପାର୍ଶ୍ୱ ଦୋକାନୀଙ୍କ ପାଇଁ ମଧ୍ୟ କ୍ୟାବିନେଟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସରକାର ଗାଁ, ଗରିବ ଓ କୃଷକଙ୍କୁ ପ୍ରାଥମିକତା ଦେଉଛନ୍ତି। କ୍ୟାବିନେଟ ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ନୀତିନ ଗଡ଼କରୀ ଓ ତୋମାର କହିଥିଲେ, ବ୍ୟବସାୟ ବଢ଼ାଇବା ସହ ଅଧିକ ପୁଞ୍ଜି ଆକୃଷ୍ଟ କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଧ୍ୟାନ ଦିଆଯାଇଛି। ସରକାରଙ୍କ ଏହି ପଦକ୍ଷେପ ବ୍ୟବସାୟ ସରଳୀକରଣରେ ସହାୟକ ହେବ। ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ ଘୋଷଣା ପରେ ଏମ୍‌ଏସ୍‌ଏମ୍‌ଇର ସଂଜ୍ଞାରେ ପୁନର୍ବାର ପରିବର୍ତ୍ତନ କରାଯାଇ ମଧ୍ୟମ ଉଦ୍ୟୋଗଗୁଡ଼ିକ ଲାଗି କାରବାର ସୀମାକୁ ୧୦୦ କୋଟିରୁ ୨୫୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଉକ୍ତ ଉଦ୍ୟୋଗରେ ନିବେଶ ସୀମାକୁ ୫୦ କୋଟିକୁ ବୃଦ୍ଧି କରାଯାଇଥିବା ଜାଭଡେକର କହିଛନ୍ତି। କ୍ଷତିର ସମ୍ମୁଖୀନ ହୋଇଥିବା ଏମ୍‌ଏସ୍‌ଏମ୍‌ଇ ପାଇଁ ୨୦ ହଜାର କୋଟି ସହାୟତା ପ୍ୟାକେଜ ଏବଂ ୫୦ ହଜାର କୋଟିର ଇକ୍ୟୁଟି ଇନ୍‌ଫ୍ୟୁଜନ ପ୍ୟାକେଜ୍‌କୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏହା ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଆର୍ଥିକ ସୁଦୃଢ଼ କରିବା ସହ ସେମାନେ ଷ୍ଟକ୍‌ ଏକ୍ସଚେଞ୍ଜ ତାଲିକାଭୁକ୍ତ ହେବାରେ ସକ୍ଷମ ହୋଇପାରିବେ। ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ରେ ଏମ୍‌ଏସ୍‌ଏମ୍‌ଇକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ଜାଭେଡକର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri