ଧନ୍ୟ ଗୁରୁ ଧନ୍ୟ ଶିଷ୍ୟ

ଅକ୍ଷୟ ମହାନ୍ତି
ଆଉ ଦିନକ ପରେ ଗୁରୁଦିବସ। କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ ଓ ସମର୍ଥ ରାମଦାସଙ୍କ ପରି ଗୁରୁ କ’ଣ ଆଉ ଜନ୍ମ ହେବେନି? ଗୁରୁ ରାମଦାସ ଓ ଶିବାଜୀଙ୍କ ବିଷୟରେ ଛୋଟିଆ କଥାଟିଏ। ଗୁରୁଙ୍କର ସଦା ପ୍ରସନ୍ନତା ଦେଖି ଶିବାଜୀ ଭାବିଲେ ସେ ଯଦି ସନ୍ନ୍ୟାସୀ ହୋଇଯିବେ, ତେବେ ସେ ବି ଗୁରୁଙ୍କ ପରି ସବୁବେଳେ ସାଧନଭଜନ କରି ଓ ସାଂସାରିକ ଦାୟଦାୟିତ୍ୱରୁ ମୁକ୍ତ ରହି ପ୍ରସନ୍ନ ରହିପାରିବେ। ଗୁରୁଙ୍କୁ ଅଭିପ୍ରାୟ ଜଣାନ୍ତେ ସେ ସ୍ମିତହାସ୍ୟ କରି ସମ୍ମତି ଜଣାଇଲେ। ସନ୍ନ୍ୟାସ ନେବା ପୂର୍ବରୁ ସେ ରାଜ୍ୟଭାର କାହାକୁ ଦେବେ ବୋଲି ଗୁରୁଙ୍କୁ ପ୍ରଶ୍ନ କରନ୍ତେ ଗୁରୁ କହିଲେ, ମୋତେ ଦେଇଦେ। ଶିବାଜୀ ଆଞ୍ଜୁଳାଏ ପାଣି ହାତରେ ଟେକିଦେଇ କହିଲେ- ହେ ଗୁରୁଦେବ! ଏ ସମଗ୍ର ରାଜ୍ୟ ମୁଁ ଆପଣଙ୍କ ହାତରେ ଅର୍ପଣ କରିଦେଲି। ତା’ପରେ ଏକ ଗେରୁଆ ବସ୍ତ୍ର ପରିଧାନ କରି ସନ୍ନ୍ୟାସ ଦୀକ୍ଷା ନେବାକୁ ଗୁରୁଦେବଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲେ। ଉପସ୍ଥିତ ସଭାସଦ୍‌ ଏବଂ ରାଜ୍ୟବାସୀ ଦୁଃଖରେ ମ୍ରିୟମାଣ ହୋଇ ପଡ଼ୁଥିଲେ। ଶିବାଜୀ ନିଜର ଦୈନନ୍ଦିନ ଚଳଣି ଲାଗି କିଛି ଅର୍ଥ ନେବାକୁ ଇଚ୍ଛାପ୍ରକଟ କଲେ। ଗୁରୁଦେବ ତତ୍‌କ୍ଷଣାତ୍‌ ଏହା ଉପରେ ରୋକ୍‌ ଲଗାଇ କହିଲେ, ଶିବାଜୀ ତୁମେ ତୁମର ସମଗ୍ର ରାଜ୍ୟ ମୋତେ ଦାନ କରିଦେଇଛ। ରାଜକୋଷ ଉପରେ ତୁମର କୌଣସି ଅଧିକାର ନାହିଁ। ତୁମେ କିଛି ନେଇପାରିବ ନାହିଁ। ଗୁରୁଦେବ କହିଲେ, ଶିବାଜୀ ମୁଁ ତୁମର ଗୁରୁ। ମୁଁ ଏ ରାଜ୍ୟର ଶାସନକର୍ତ୍ତା। ମୁଁ ଯାହା କହିବି, ତୁମେ ମାନିବାକୁ ବାଧ୍ୟ। ଯେହେତୁ ମୁଁ ଜଣେ ସନ୍ନ୍ୟାସୀ, ଏ ରାଜ୍ୟ ଚଳାଇବା ପାଇଁ ଜଣେ ଯୋଗ୍ୟ ଲୋକ ବାଛିବା ମୋର କର୍ତ୍ତବ୍ୟ। ଏ ରାଜ୍ୟକୁ ସୁଶାସନ ଦେବା, ରାଜ୍ୟର ସୀମାକୁ ସୁରକ୍ଷିତ ରଖିବା ଭଳି ବ୍ୟକ୍ତି ତୁମ ଛଡ଼ା ଆଉ କେହି ମୋ ଆଖିକୁ ଦେଖାଯାଉନାହାନ୍ତି। ତୁମକୁ ମୋର ସେବକ ଭାବରେ ଏ ରାଜ୍ୟର ଶାସନ ଏବଂ ସୁରକ୍ଷାଭାର ତୁମ ହାତରେ ହିଁ ଅର୍ପଣ କରୁଛି। ନଗରବାସୀଙ୍କର ଜୟଜୟକାର ଧ୍ୱନିରେ ରାଜ୍ୟ ପ୍ରକମ୍ପିତ ହୋଇ ଉଠିଲା। ଧନ୍ୟ ସେହି ଗୁରୁ, ଧନ୍ୟ ସେହି ଶିଷ୍ୟ।
ମହୁରା, ଭୁବନେଶ୍ୱର, ମୋ-୯୯୩୭୪୬୨୫୦୭


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ଲକ୍ଷ୍ୟ

ଗୁଜରାଟର ଏକ ଦମ୍ପତି ସେମାନଙ୍କ ଦୁଇଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କୁ ବାଣ୍ଟିଦେଇ ଜୈନଧର୍ମ ଅନୁଯାୟୀ ଅତ୍ୟନ୍ତ କଷ୍ଟସାଧ୍ୟ ସନ୍ନ୍ୟାସୀ...

ଏଇ ଭାରତରେ

ସମ୍ପ୍ରତି ଇଲେକ୍‌ଟ୍ରୋନିକ ବର୍ଜ୍ୟ ବା ଇ-ଓ୍ବେଷ୍ଟ ସମସ୍ୟା ବଢ଼ିବାରେ ଲାଗିଛି। ଏହା ପରିବେଶ ପ୍ରଦୂଷଣ ବୃଦ୍ଧି କରୁଛି। ଏଣୁ ଏଭଳି ଇ-ଓ୍ବେଷ୍ଟ ସମସ୍ୟା ବିଷୟରେ ଚିନ୍ତା...

ବେଦରେ ସମ୍ପତ୍ତି ବିବାଦ

ବେଦ ହେଉଛି ହିନ୍ଦୁମାନଙ୍କର ୩୦୦୦ ବର୍ଷର ପୁରୁଣା ଶାସ୍ତ୍ର। ଏହାକୁ ମଧ୍ୟ ଜ୍ଞାନର ଗ୍ରନ୍ଥ କୁହାଯାଏ। ଏହା ମୁଖ୍ୟତଃ କାବ୍ୟ(ମନ୍ତ୍ର) ଏବଂ ଗଦ୍ୟ(ବ୍ରାହ୍ମଣ)କୁ ନେଇ ଗଠିତ।...

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri