Posted inଫୁରସତ

ଧନୀ ପେଟ୍‌: ଲାଇଫ୍‌ ଷ୍ଟାଇଲ୍‌ ଦେଖିଲେ କରିବେ ଇର୍ଷା…

ବଡ ବଙ୍ଗଳାରେ ରହିବା, ଦାମୀ ପୋଷାକ ପିନ୍ଧିବା, ସୁସ୍ବାଦୁ ଖାଦ୍ୟ ଖାଇ ଅୟସରେ ଜୀବନ ବିତେଇବାର ସ୍ବପ୍ନ ସମସ୍ତେ ଦେଖନ୍ତି। ହେଲେ ଏ ସ୍ବପ୍ନ କେବଳ ସ୍ବପ୍ନ ହୋଇ ରହିଯାଏ ଅନେକଙ୍କ ପାଇଁ। କିନ୍ତୁ କିଛି ପ୍ରାଣୀ ଅଛନ୍ତି ଯେଉଁମାନେ ଜିଉଁଛନ୍ତି ମଣିଷ ସ୍ବପ୍ନ ଦେଖୁଥିବା ଏହିଭଳି ବିଳାସମୟ ଜୀବନ। ଆଉ ତାଙ୍କ ଲାଇଫ୍‌ ଷ୍ଟାଇଲ୍‌ ଦେଖିଲେ ମଣିଷ ବି କରିବେ ଇର୍ଷା…

ଗୁନ୍ଥର ୪: ଜର୍ମାନ ଶେଫର୍ଡ ବ୍ରିଡ୍‌ର କୁକୁର ଗୁନ୍ଥର ୪ ହେଉଛି ପୃଥିବୀର ସବୁଠାରୁ ଧନୀ ପେଟ୍‌। ଏହି କୁକୁରଟି ୩୭୫ ମିଲିୟନ ଡଲାରର ମାଲିକ। କହିବାକୁ ଗଲେ ଗୁନ୍ଥର ୪ ହେଉଛି ଏକ ଭାଗ୍ୟବାନ କୁକୁର। ସେ ତା’ ବାପା ଗୁନ୍ଥର ୩ଙ୍କର ଦାୟାଦ, ଯେକି ଜର୍ମାନ କାଉଣ୍ଟେସ୍‌ କାର୍ଲୋଟା ଲିବେନଷ୍ଟିନ୍‌ଙ୍କର ପେଟ୍‌ ଥିଲା। କାଉଣ୍ଟେସ୍‌ କାର୍ଲୋଟା ମୃତ୍ୟୁପୂର୍ବରୁ ନିଜ ସମ୍ପତିରୁ ୧୦୬ ମିଲିୟନ ଡଲାର ପ୍ରିୟ ପେଟ୍‌ ଗୁନ୍ଥର ୩ ନାମରେ କରିଦେଇଥିଲେ। ସେହି ଟଙ୍କାକୁ ତାଙ୍କ ଟ୍ରଷ୍ଟି ନିବେଶ କରିଥିଲେ। ଆଉ ସୌଭାଗ୍ୟକୁ ତାହା ତିନିଗୁଣା ବଢିଗଲା। ଫଳରେ ସେ ୩୭୫ ମିଲିୟନ ସମ୍ପତିର ମାଲିକ ପାଲଟିଗଲା। ତେବେ ଗୁନ୍ଥର ୩ର ମୃତ୍ୟୁ ପରେ ଦାୟାଦଭାବେ ଗୁନ୍ଥର ୪ ସେହି ସମ୍ପତ୍ତିର ମାଲିକ ପାଲଟିଯାଇଛି। ଆଉ ଏକ ଅୟସଭରା ଜୀବନ ଅତିବାହିତ କରୁଛି। ଗୁନ୍ଥର ୪ର ଏକ ମାନ୍‌ସନ୍‌ ବି ଅଛି, ଯାହା ହଲିଉଡର ସିଙ୍ଗର କମ୍‌ ଆକ୍ଟ୍ରେସ୍‌ ମଡୋନାଙ୍କର ଥିଲା।

ନାଲା କ୍ୟାଟ୍‌: ଏହି ବିଲେଇଟି ହେଉଛି ଏକ କ୍ୟାଟ୍‌ ଫୁଡ ବ୍ରାଣ୍ଡର ମାଲିକ। ୧୦୦ ମିଲିୟନ ଡଲାର ହେଉଛି ଏହାର ସମ୍ପତି। ନାଲାର ୪.୩ ମିଲିୟନ ଇନ୍‌ଷ୍ଟାଗ୍ରାମ ଫଲୋୟର ଅଛନ୍ତି। ସବୁଠାରୁ ଅଧିକ ଇନ୍‌ଷ୍ଟାଗ୍ରାମ ଫଲୋୟର୍‌ ଥିବାରୁ ତା’ର ନାମ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ବି ସ୍ଥାନ ପାଇଛି। ପୁକି ମେଥାଚିଟିଫାନ ଓ ଶାନନ୍‌ ଇଲିଶ ହେଉଛନ୍ତି ନାଲାର ମାଲିକ। ନୀଳ ଆଖିରେ ବେଶ୍‌ ସୁନ୍ଦର ଦେଖାଯାଉଥିବା ଏହି ବିଲେଇଟି ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଓ ଆପିୟରେନ୍ସ ଦେଇ ବର୍ଷକୁ ୬୨୫୦୦୦ ଡଲାର ରୋଜଗାର କରିଥାଏ।

ଗ୍ରମ୍ପି କ୍ୟାଟ୍‌: ଟାରଦର ସସ୍‌ ଏକ ବିଲେଇ, ଯିଏକି ଗ୍ରମ୍ପି କ୍ୟାଟ୍‌ ନାମରେ ବେଶ୍‌ ପରିଚିତ। ଏଇ ନାମଟି ବିଲେଇଟି ତା’ର ରାଗି ମୁହଁ ପାଇଁ ପାଇଛି। ଗ୍ରମ୍ପି କ୍ୟାଟ୍‌ ତା’ର ଏଇ ଲୁକ୍‌ ପାଇଁ ଇଣ୍ଟରନେଟ୍‌ରେ ବହୁତ ପ୍ରସିଦ୍ଧି ପାଇଛି। ଆମେରିକାରେ ସେ ସେଲିବ୍ରିଟି କ୍ୟାଟ୍‌ ଭାବେ ପରିଚିତ। ୨୦୧୨ରେ ପ୍ରଥମେ ଏହାର ଫଟୋ ସୋସିଆଲ ମିଡିଆରେ ଅପଲୋଡ ହୋଇଥିଲା। ଏବେ ଫେସ୍‌ବୁକ୍‌ରେ ତା’ର ୮.୩ ମିଲିୟନ୍‌ରୁ ଉର୍ଦ୍ଧ୍ୱ ଲାଇକ୍‌, ଇନଷ୍ଟାଗ୍ରାମରେ ୨.୬ ମିଲିୟନରୁ ଉର୍ଦ୍ଧ୍ୱ ଫଲୋୟର୍‌, ଟୁଇଟର୍‌ରେ ୧.୫ ମିଲିୟନରୁ ଉର୍ଦ୍ଧ୍ୱ ଫଲୋୟର ଓ ୟୁଟ୍ୟୁବ୍‌ରେ ୨୮୩୦୦୦ରୁ ଉର୍ଦ୍ଧ୍ୱ ସବ୍‌ସ୍କ୍ରାଇବର୍‌ ଅଛନ୍ତି। ଫଳରେ ସେ ୯୯ ମିଲିୟନ ଡଲାର ସମ୍ପତିର ମାଲିକ ସାଜିଛି।

ଓଲିଭିଆ ବେନସନ୍‌: ୨୦୧୪ରେ ଆମେରିକୀୟ ସିଙ୍ଗର ଟେଲର୍‌ ସ୍ବିଫ୍ଟ ଏକ ବିଲେଇ ପେଟ୍‌ଭାବେ ଆଣିଥିଲେ, ଯାହାର ନାଁ ସେ ଓଲିଭିଆ ବେନ୍‌ସନ୍‌ ଦେଇଥିଲେ। ଟେଲର୍‌ ସ୍ବିଫ୍ଟ ଓଲିଭିଆକୁ ଏତେ ଭଲ ପାଆନ୍ତି ଯେ, ସେ କରିଥିବା ଏକ ଡାଏଟ୍‌ କୋକ୍‌ ବିଜ୍ଞାପନରେ ପେଟ୍‌ ଓଲିଭିଆକୁ ବି ସାମିଲ କରିଥିଲେ। ଖାଲି ସେତିକି ନୁହେଁ କେଡ୍‌ସ ସୁଜ୍‌ ପରି ଅନେକ କମର୍‌ସିଆଲ୍‌ ଓ ଟେଲର ସ୍ବିଫ୍ଟଙ୍କ ମ୍ୟୁଜିକ ଭିଡିଓ ‘ବ୍ଲାଙ୍କ ସ୍ପେସ୍‌’ରେ ବି ଓଲିଭିଆ ଅଭିନୟ କରିଛି। ଏହି ସ୍କଟିସ୍‌ ଫୋଲ୍ଡ ବିଲେଇର ସମ୍ପତି ୯୭ ମିଲିୟନ ଡଲାର।
ସ୍ୟାଡି, ସନି, ଲରେନ୍‌, ଲେୟଲା, ଲ୍ୟୁକ୍‌: ପ୍ରସିଦ୍ଧ ଆମେରିକୀୟ ଟକ୍‌ ଶୋ’ ହୋଷ୍ଟ ଓପ୍ରା ଓ୍ବିନ ଫ୍ରେଙ୍କର ଅଛି ୫ଟି ପେଟ୍‌ ଡଗ୍‌। ସେ ଏହି କୁକୁରଗୁଡିକୁ ବହୁତ ଭଲ ପାଆନ୍ତି। ତେଣୁ ସେ ନିଜ ସମ୍ପତିରୁ ୩୦ ମିଲିୟନ୍‌ ଡଲାର ଏହି ୫ଟି ପେଟ୍‌ ଡଗ୍‌ ନାମରେ କରି ଦେଇଛନ୍ତି।

ଗିଗୁ: ଧନୀ ପେଟ୍‌ ତାଲିକାରେ ଏକ କୁକୁଡା ବି ଅଛି, ଯାହାର ନାଁ ଗିଗୁ। ଗିଗୁ ବ୍ରିଟିଶ ମଲ୍ଟି ମିଲିୟନେର ପବ୍ଲିଶର୍‌ ମାଇଲ୍ସ ବ୍ଲାକ୍‌ଓ୍ବେଲଙ୍କର ପେଟ୍‌ ଥିଲା। ମୃତ୍ୟୁ ପୂର୍ବରୁ ମାଇଲ୍ସ ବ୍ଲାକଓ୍ବେଲ ୧୫ ମିଲିୟନ ଡଲାର ଗିଗୁ ନାମରେ ଛାଡି ଯାଇଥିଲେ। ଫଳରେ ସେ ପାଲଟିଗଲା ଏକ ଧନୀ ପେଟ୍‌।

କୋଞ୍ଚତ୍ତା: ବେକରେ ଟିଫାନୀ ନେକ୍‌ଲେସ୍‌ ଓ କାଶ୍ମୀର୍‌ ସ୍ବେଟର୍‌ ପିନ୍ଧି ରାଜକୀୟ ଠାଣିରେ ବସିଥିବା କୋଞ୍ଚତ୍ତା ହେଉଛି ଏକ ଚିହୁଆହୁଆ ପ୍ରଜାତିର କୁକୁର। ମିଆମିର ଏହି କୁକୁରକୁ ‘କୁଇନ୍‌ ଅଫ୍‌ ମିଆମି’ ବୋଲି କୁହାଯାଏ। ସୋସିଆଲାଇଟ୍‌ ଗେଲ୍‌ ପୋସନର୍‌ ହେଉଛନ୍ତି ତାର ମାଲିକ। ଗେଲ୍‌ ମୃତ୍ୟୁବରଣ କରିବା ପୂର୍ବରୁ ୮.୪ ମିଲିୟନ ଡଲାର କୋଞ୍ଚତ୍ତା ନାମରେ ଛାଡିଯାଇଛନ୍ତି। ଫଳରେ ସେ ଏବେ ଏକ ଅୟସଭରା ଜୀବନ ଅତିବାହିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri