ଧନଦାତ୍ରୀଙ୍କ ଧରାବତରଣ

ଢେଙ୍କାନାଳ ଅଫିସ,୧୪।୧୦: ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ସମୃଦ୍ଧିର ପ୍ରତୀକ ଧନଦାତ୍ରୀ ମା’ ଲକ୍ଷ୍ମୀ। ରବିବାର ରାତିରୁ ସମସ୍ତ ପୂଜା ମଣ୍ଡପରେ ଅନାବରଣ ହୋଇଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି। ପାରମ୍ପରିକ ନୀତି ଅନୁଯାୟୀ ଆରମ୍ଭ ହୋଇଛି ପୂଜାର୍ଚ୍ଚନା। ବେଦମନ୍ତ୍ର ଧ୍ୱନିରେ କମ୍ପୁଛି ପରିବେଶ। ସମସ୍ତଙ୍କ ମନରେ ଅସରନ୍ତି ଉତ୍କଣ୍ଠା, ଉତ୍ସାହ ସାଙ୍ଗକୁ ଉଦ୍ଦୀପନା। ଚମତ୍କାର ଆଲୋକ ସାଜସଜ୍ଜା, ସୁଉଚ୍ଚ ତୋରଣ ସାଙ୍ଗକୁ ମନଲୋଭା ପରିବେଶରେ ମୁଖରିତ ହୋଇଉଠିଛି ସମଗ୍ର ଢେଙ୍କାନାଳ ସହର।
ଅଧିକାଂଶ ପୂଜା ମଣ୍ଡପ ପକ୍ଷରୁ ସନ୍ଧ୍ୟା ସୁଦ୍ଧା ବ୍ରାହ୍ମଣୀ ନଦୀ ସମେତ ବିଭିନ୍ନ ଜଳାଶୟରୁ ଶୋଭାଯାତ୍ରାରେ ପବିତ୍ର ଜଳ ଅଣାଯାଇ ଘଟ ସ୍ଥାପନ କରାଯାଇଥିଲା। ରାତି ୮ଟାରୁ ବିଳମ୍ବିତ ରାତ୍ରି ଯାଏ ୩୮ ପୂଜା ପ୍ରତିଷ୍ଠାନରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଛି। ଘଣ୍ଟ, ଶଙ୍ଖ, ବାଦ୍ୟ, ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠିଛି ମଣ୍ଡପ ପରିସର। ପାରମ୍ପରିକ ନୀତିରେ ଆୟୋଜିତ ପୂଜା ଦେଖିବାକୁ ପ୍ରଥମ ଦିନରୁ ପ୍ରବଳ ଜନସମାଗମ ହୋଇଥିଲା। କୈବଲ୍ୟ ବଜାର ପୂଜା ପ୍ରତିଷ୍ଠାନର ଆଜୀବନ ସଭାପତି ରାଜା କାମାକ୍ଷା ପ୍ରସାଦ ସିଂଦେଓ କର୍ତ୍ତା ଭାବେ ପୂଜାରେ ବସିଥିଲେ। ଚଳିତ ବର୍ଷ ପ୍ରମୁଖ ପୂଜା କମିଟି ଜବାହରଚୌକ ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ୍‌ ଜୁବିଲି ଏବଂ କୋରିଅଁାସ୍ଥିତ ସ୍ବପ୍ନେଶ୍ୱର ବଜାର ପୂଜା ଅନୁଷ୍ଠାନ ୫୦ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛନ୍ତି। ଏହାକୁ ନେଇ କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି।
ସେହିପରି ମିନାବଜାର, ଲକ୍ଷ୍ମୀବଜାର, ଗଣେଶ ବଜାର, ମହାବୀର ବଜାର, କାଞ୍ଚନ ବଜାର, ଆନନ୍ଦ ବଜାର, ବାଜିଚୌକ, କାରିଗର ସାହି, ଗୁଡିଆନାଳୀ, ରାଧାକୃଷ୍ଣ ବଜାର, ପଦ୍ମବଜାର, ଜୁବୁଲିଟାଉନ-୧, କ୍ରିଷ୍ଣାବଜାର, କୈବଲ୍ୟ ବଜାର, ଦେଉଳସାହି, ଅନ୍ନପୂର୍ଣ୍ଣା ଆସ୍ଥାନ, ଷ୍ଟେଶନ ବଜାର, ମା’ ସୁନ୍ଦରଶୁଣୀ ଆସ୍ଥାନ କଲେଜ ଛକ, ଗାନ୍ଧୀବଜାର, ଚନ୍ଦନ ବଜାର, ବସ୍‌ଷ୍ଟାଣ୍ଡ, ଦୁର୍ଗାବଜାର, କାଳିକା ବଜାର, ରାମେଶ୍ୱରପୁର, ନେହେରୁ ବଜାର, ଜୁବ୍‌ଲିଟାଉନ-୩, ଭଗବାନପୁର, ଗୋପବନ୍ଧୁ ବଜାର, ରତନ ବଜାର, ଖମାରସାହି, ହାଟରୋଡ୍‌ କମ୍ୟୁନିଟି ସେଣ୍ଟର, ଅରବିନ୍ଦ ବଜାର, କଣ୍ଟାନାଳୀ ବାଇପାସ, ବନମାଳୀ ପ୍ରସାଦ, ଜେନାଦେବୀ ବଜାର, ନିର୍ମାଲ୍ୟ ବଜାର ପ୍ରମୁଖ ୩୮ ପୂଜା ମଣ୍ଡପରେ ଧୁମଧାମରେ ପୂଜା ଉତ୍ସବ ପାଳିତ ହେଉଛି ା ସାମ୍ପ୍ରତିକ ପରିସ୍ଥିତି, ପୌରାଣିକ କଥାବସ୍ତୁ, ଐତିହ୍ୟ, ପରମ୍ପରା ଏବଂ ପରିବେଶ ସଚେତନତାକୁ ନେଇ ବିଭିନ୍ନ ମଣ୍ଡପରେ ସଜାସଜ୍ଜା ହୋଇଛି। ପାର୍ଶ୍ୱ ଦେବଦେବୀ ମୂର୍ତ୍ତି ମଧ୍ୟ ବେଶ୍‌ ନିଆରା ହୋଇଛି। ପୌରାଣିକ କଥାବସ୍ତୁକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସେହିପରି ତୋରଣ ଏବଂ ଅତ୍ୟାଧୁନିକ ଆଲୋକମାଳାରେ ଝଲସି ଉଠିଛି ସମଗ୍ର ସହର। ଢେଙ୍କାନାଳ ଲକ୍ଷ୍ମୀପୂଜା ପାଲଟିଛି ଭାଇଚାରାର ପ୍ରତୀକ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ସମ୍ପ୍ରଦାୟ ଏଥିରେ ସାମିଲ ହୋଇଛନ୍ତି। ଏହି ଗଣପର୍ବକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ୧୫ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ଧର୍ମଶାଳା, ବରୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର

ରସୁଲପୁର,୪ା୫(ରଂଜିତ ରାଉତ):  ଯାଜପୁର ସଂସଦୀୟ କ୍ଷେତ୍ର(ସଂ) ଅଧୀନ ବରୀ ଓ ଧର୍ମଶାଳା ବିଧାନସଭା ନିବର୍ର୍ାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ଚର୍ଚ୍ଚା ହେଉଛିି।...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

ବିକାଶ ବିରୋଧୀଙ୍କୁ ଓଡ଼ିଶାବାସୀ ଜବାବ ଦେବେ: ପାଣ୍ଡିଆନ

ଭଞ୍ଜନଗର/ବୁଗୁଡ଼ା/ପାଟପୁର, ୪।୫(ବାବୁଲା ପ୍ରଧାନ/କାଳିଚରଣ ଦାସ/ସୀମାଞ୍ଚଳ ସାହୁ): ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ ଜିଲାକୁ ତୋଫାନୀ ଗସ୍ତରେ ଆସି ଭଞ୍ଜନଗର, ବୁଗୁଡ଼ା, ସାନଖେମୁଣ୍ଡି...

ଅସହ୍ୟ ନିର୍ଯାତନା: ହାଇଦ୍ରାବାଦରୁ ଲୁଚିଆସିଲେ ୪ ଶ୍ରମିକ

ଭବାନୀପାଟଣା/ଜୁନାଗଡ଼,୪ା୫ (ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଥମୁନି ଦାଦନ ଦୁଃଖ। ହାଇଦ୍ରାବାଦ କାମ କରିବାକୁ ଯାଇ ଜୁନାଗଡ ସହରର ୪ଜଣ ଶ୍ରମିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri