ଦ୍ବିତୀୟ ଦିନରେ ପଥରଖୋଲରୁ ବାହୁରୁନି ଡିଜେଲ; ଟାଙ୍କିକୁ ବଦନାମ କରିବାକୁ ଉଦ୍ୟମ: ମାଲିକ

ଦାରିଙ୍ଗବାଡ଼ି,୯।୨(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ଲଦପାଙ୍ଗା ଅଞ୍ଚଳରେ ଏକ ପଥରଖୋଲ ଭିତରୁ ଶନିବାର ଡିଜେଲ ବାହାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ମାତ୍ର ଏହି ଘଟଣାର ଦ୍ବିତୀୟ ଦିନ ଅର୍ଥାତ୍‌ ରବିବାର ଉକ୍ତ ସ୍ଥାନରୁ ଆଉ ଡିଜେଲ ବାହାରୁନଥିବା ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ଏହି ଘଟଣା ଅଧିକ ରହସ୍ୟମୟ ହୋଇଛି। ତେବେ ଉକ୍ତ ସ୍ଥାନରୁ ୪ଶହ ମିଟର ଦୂରରେ ଏକ ପେଟ୍ରୋଲ ଟାଙ୍କି ରହିଥିବାରୁ କିଛି ଖଳପ୍ରକୃତିର ଲୋକ ବଦନାମ କରିବାକୁ ଉଦ୍ୟମ କରୁଥିବା ମାଲିକ ଅରୂପ କୁମାର ସାହୁ କହିଛନ୍ତି। ମାତ୍ର ତାଙ୍କ ଡିଜେଲ ଷ୍ଟକ ଠିକ୍‌ ରହିଛି। ତାଙ୍କ ଟାଙ୍କିରୁ କୌଣସି ପ୍ରକାର ଲିକେଜ୍‌ ହୋଇ ନ ଥିବା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥିସହ ସେ କହିଛନ୍ତି ଯେଉଁଠି ଡିଜେଲ ବାହାରୁଥିଲା ସେଠି ରାତି ତମାମ ଲୋକ ଡିଜେଲ ନେବାକୁ ଭିଡ଼ ଜମାଇଥିଲେ, ହେଲେ ଆଉ ଡିଜେଲ ବାହାରି ନ ଥିଲା।
ସୂଚନାଯୋଗ୍ୟ, ଶନିବାର ସକାଳେ ଲୋକେ ଉକ୍ତ ପଥରଖୋଲ ନିକଟରେ ରହିଥିବା ଏକ ଚୁଆକୁ ଗାଧୋଇବାକୁ ଯିବା ସମୟରେ ଡିଜେଲ ଗନ୍ଧ ଆସୁଥିବା ଜାଣି ପାରିଥିଲେ। ପରେ ଉକ୍ତ ପାଣିକୁ ଛାଣିବା ପରେ ସେଥିରୁ ଡିଜେଲ ବାହାରୁଥିବା ଜଣାପଡ଼ିଥିଲ। ଏହାକୁ ସଂଗ୍ରହ କରିବା ଲାଗି ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା। ଭିଡ଼କୁ ଦେଖି ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ। ସେହିପରି ଜମି ମାଲିକ ଦୈତାରି ପଡ୍ରା ପୂର୍ବରୁ ପକାଇଥିବା ଧାନତଳି ଏବେ ନଷ୍ଟ ହୋଇଯାଇଥିବା କହିଛନ୍ତିି ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ରାଜ୍ୟ ସଭା ଏମ୍‌ପିଙ୍କ ପରଲୋକ: ରାଜନୈତିକ ମହଲରେ ଶୋକର ଛାୟା

ନୂଆଦିଲ୍ଲୀ,୩୦।୧୦: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭା ଏମ୍‌ପି ଆର୍କେ ସିହ୍ନାଙ୍କର ଶୁକ୍ରବାର ନୋଏଡାରେ ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି…

ପାକିସ୍ତାନଠାରୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୩୦।୧୦: ପାକିସ୍ତାନ ଭାରତକୁ ୪ ୱିକେଟରେ ଏକ ଶୋଚନୀୟ ପରାଜୟ ପ୍ରଦାନ କରିଛି। ‘ହଂକଂ ସିକ୍ସେସ’ (Hong Kong Sixes) ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ମାତ୍ର ୩.୫ ଓଭରରେ…

ହିଞ୍ଜିଳିକାଟୁରେ ବନ୍ୟା ବିଭୀଷିକା: ପାଣି ଘେରରେ ଶତାଧିକ ପରିବାର, ଯୋଗାଯୋଗ ବିଚ୍ଛିନ୍ନ

ହିଞ୍ଜିଳିକାଟୁ,୨୯।୧୦(ଦ୍ୱିତୀକୃଷ୍ଣ ପଣ୍ଡା): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବନ୍ୟା ସ୍ଥିତି ଗମ୍ଭୀର ରୂପ ନେଇଛି। ଘୋଡ଼ାହାଡ଼…

କୁଲଡିହା ବନ ବିଭାଗ କାର୍ଯ୍ୟାଳୟ ଗୋଦାମ ଘରେ ହଠାତ୍‌ ଲାଗିଲା ନିଆଁ

ନୀଳଗିରି,୩୦ା୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): କୁଲଡିହା ବନ ବିଭାଗ କାର୍ଯ୍ୟାଳୟ ପାଖ ଗୋଦାମରେ ଏକ ଭୟାବହ ଅଘଟଣ ଘଟିଛି। ସେଠାରେ ହଠାତ୍‌ ନିଆଁ ଲାଗିବାର ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର…

କାହା ପାଇଁ ବଳିଦାନ ଦେଲେ ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ ଚତୁର୍ଥ ଟି-୨୦ ମ୍ୟାଚରୁ ବାଦ ପଡ଼ିବାର ଭିତିରି କଥା

ନୂଆଦିଲ୍ଲୀ,୩୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବାଦ ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ଈଶାନ କିଶନଙ୍କୁ ସାମିଲ କରାଯାଇଛି। ଏହା ବ୍ୟତୀତ, ଭୁବନେଶ୍ୱର…

ନୂଆ ଇତିହାସ ଲେଖିଲେ ରଶିଦ ଖାନ୍‌: ବିଶ୍ୱର ପ୍ରଥମ ବୋଲର୍‌ ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୩୦।୧୦: ଆଫଗାନିସ୍ତାନର ଷ୍ଟାର୍‌ ସ୍ପିନର ରଶିଦ ଖାନ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ଇତିହାସ ରଚିଛନ୍ତି। ସେ ଅନ୍ତର୍ଜାତୀୟ ଟି-୨୦ରେ ୨୦୦ ଉଇକେଟ ପୂରଣ କରିବାରେ ବିଶ୍ୱର ପ୍ରଥମ…

‘ଆଲଗୋରିଦମକୁ ଭୁଆଁ ବୁଲାଅ…’ ସୋସିଆଲ ମିଡିଆରେ ସରକାରଙ୍କୁ ଘେରିବା ପାଇଁ CJPର ନୂଆ ‘କୋଡୱାର୍ଡ’ ଯୋଜନା ଭାଇରାଲ

ନୂଆଦିଲ୍ଲୀ,୩୦।୧୦: ‘କକରୋଚ ଜନତା ପାର୍ଟି’ (CJP) ନିଜ ସମର୍ଥକମାନଙ୍କୁ ସୋସିଆଲ ମିଡିଆରେ ସରକାରଙ୍କୁ ସମାଲୋଚନା କରୁଥିବା ବିଷୟବସ୍ତୁ ପୋଷ୍ଟ କରିବା ଏବଂ ଭିଡିଓ ତିଆରି କରିବା ପାଇଁ…

ଗଞ୍ଜାମ-ଗଜପତିରେ ବନ୍ୟା ବିଭୀଷିକା: ୪୩ ହଜାର ଲୋକ ପ୍ରଭାବିତ, ମନ୍ତ୍ରୀ କହିଲେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ…

ଭୁବନେଶ୍ୱର,୩୦ା୧୦: ରାଜ୍ୟରେ ବନ୍ୟା ସ୍ଥିତି ସଙ୍କଟଜନକ ରୂପ ନେଇଛି। ବିଶେଷ କରି ମାଲକାନଗିରି ତୁଳନାରେ ଏଥର ଗଞ୍ଜାମ ଓ ଗଜପତି ଜିଲା ବନ୍ୟା ଦ୍ୱାରା ଗୁରୁତର ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?