Posted inଖେଳ

ଦେଶକୁ ବିଶ୍ୱଚାମ୍ପିଅନ୍‌ କରାଇଲେ ପୁଅ, ପିତାଙ୍କୁ ପଡୁଛି ଗାଳି: ଜାଣନ୍ତୁ କାହିଁକି

ଲଣ୍ଡନ, ୧୬।୭: ଆଇସିସି ବିଶ୍ୱକପ ଦ୍ୱାଦଶ ସଂସ୍କରଣର ରୋମାଞ୍ଚକ ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଛି। ଇଂଲଣ୍ଡକୁ ବିଶ୍ୱଚାମ୍ପିଅନ୍‌ କରାଇବାରେ ବେନ ଷ୍ଟୋକ୍ସଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଫାଇନାଲରେ ଷ୍ଟୋକ୍ସ ୮୪ରନର ପାଳି ଖେଳି ଅପରାଜିତ ରହିଥିଲାବେଳେ ସୁପର ଓଭରରେ ବି ଭଲ ଖେଳିଥିଲେ। ଫଳରେ ନ୍ୟୁଜିଲାଣ୍ଡ ସଂଘର୍ଷପୂର୍ଣ୍ଣ ଫାଇନାଲରେ ପରାସ୍ତ ହୋଇଥିଲା। ଯଦିଓ ଫାଇନାଲରେ ଷ୍ଟୋକ୍ସ ଇଂଲଣ୍ଡ ପକ୍ଷରୁ ଖେଳୁଥିଲେ, କିନ୍ତୁ ତାଙ୍କ ପୂରା ପରିବାର ନ୍ୟୁଜିଲାଣ୍ଡକୁ ସମର୍ଥନ କରୁଥିଲେ। କାରଣ ଷ୍ଟୋକ୍ସ ଇଂଲଣ୍ଡରେ ନୁହେଁ, ନ୍ୟୁଜିଲାଣ୍ଡ ଜନ୍ମ ହୋଇଛନ୍ତି। ତାଙ୍କ ପରିବାର ଏବେ ମଧ୍ୟ ସେଠାରେ ରହୁଛନ୍ତି। ତେଣୁ ଷ୍ଟୋକ୍ସ ନ୍ୟୁଜିଲାଣ୍ଡ ହାତରୁ ଟ୍ରଫି ଛଡାଇଆଣିବା ପରେ ତାଙ୍କ ପିତା ଗେରାର୍ଡଙ୍କୁ ସେଠାରେ ଗାଳି ପଡିବା ସ୍ବାଭାବିକ। ଷ୍ଟୋକ୍ସଙ୍କ ପିତା କହିଛନ୍ତି, ମୋ ଦେଶ ହାରିବାରେ ମୁଁ ବହୁତ ଦୁଃଖି। କିନ୍ତୁ ମୋତେ ଯେଉଁଭଳି ଭାବେ ଲୋକେ ଘୃଣା କରୁଛନ୍ତି ତାହା କରିବା ଉଚିତ୍‌ ନୁହେଁ। ସୂଚନାଯୋଗ୍ୟ, ଷ୍ଟୋକ୍ସଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲାବେଳେ ତାଙ୍କ ପିତା ରଗବୀ ଲିଗ୍‌ରେ କୋଚିଂ ଦେବା ପାଇଁ ଇଂଲଣ୍ଡ ପଳାଇଆସିଥିଲେ। ତାଙ୍କ ସହ ତାଙ୍କ ପରିବାର ବି ଏଠାକୁ ପଳାଇଆସିଥିଲେ। ଷ୍ଟେକ୍ସ କ୍ରିକେଟ କୋଚିଂ ପାଇଁ ଇଂଲଣ୍ଡରେ ରହିଯାଇଥିଲେ। କିନ୍ତୁ ତାଙ୍କ ପରିବାର ନ୍ୟୁଜିଲାଣ୍ଡ ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ହର୍ମୁଜ ପ୍ରଣାଳୀରେ ଇରାନ ଅଭିମୁଖେ ଯାଉଥିବା ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ; ଆମେରିକା କଲାଣି ଏମିତି ଦାବି ଚିନ୍ତାରେ ପଡ଼ିଲାଣି ସାରା ବିଶ୍ୱ

ତେହରାନ,୩୧।୫: ଶନିବାର ଆମେରିକା ଚେତାବନୀ ଦେଇଛି ଯେ ଆବଶ୍ୟକ ହେଲେ ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ପ୍ରସ୍ତୁତ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର କହିଛନ୍ତି…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

ସୂର୍ଯ୍ୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ନିହତ; ମା’ କହିଲେ: ‘ଘର ଉପରେ ମଧ୍ୟ ବୁଲଡୋଜର ଚଲାଇ ଦିଅ’

ନୂଆଦିଲ୍ଲୀ,୩୧।୫: ଗାଜିଆବାଦରେ ସୂର୍ଯ୍ୟା ଚୌହାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆସଦ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ଇନ୍ଦିରାପୁରମରେ ଆସଦକୁ ଏନକାଉଣ୍ଟରରେ ନିଯୁକ୍ତ କରିଥିଲା। ଏହି…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri