ଦେଢ କି.ମି. ଚାଲି ଚାଲି ଗଲେ ଗର୍ଭବତୀ

ରାଇସୁଆଁ,୨୦।୯(ଡି.ଏନ.ଏ.)- ଗାଁକୁ ରାସ୍ତା ନ ଥିବାରୁ ଜଣେ ଗର୍ଭବତୀଙ୍କୁ ଘରଠାରୁ ଦେଢ କି.ମି. ରାସ୍ତା ଚଳାଇ ଚଲାଇ ଆମ୍ବୁଲାନ୍ସ ଯାଏ ଅଣାଯିବା ପରେ ସେଠାରୁ ଡାକ୍ତରଖାନା ପଠାଯିବା ଘଟଣା ପଦାକୁ ଆସିଛି। ଗର୍ଭବତୀ ଓ ପ୍ରସୂତିଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇବା ସକାଶେ ସରକାର ଜନନୀ ସୁରକ୍ଷା ଭଳି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ହେଲେ ବ୍ୟବସ୍ଥାଗତ ତ୍ରୁଟି ଓ ଆମ୍ବୁଲାନ୍ସ ସେବା ନ ପହଞ୍ଚିବା କାରଣରୁ ଏହି ଯୋଜନା ଦୁର୍ଗମ ଅଞ୍ଚଳବାସୀଙ୍କ ଲାଗି ଆଜି ବି ଅପହଞ୍ଚ ହୋଇ ରହିଛି।
କେନ୍ଦୁଝର ଜିଲା ସଦର ବ୍ଲକ ଅଧୀନ ଅନେକ ଗ୍ରାମକୁ ଆଜିଯାଏ ପକା ରାସ୍ତା ହୋଇ ପାରି ନାହିଁ। ଫଳରେ ବର୍ଷା ଦିନେ ଲୋକେ ନାହିଁ ନଥିବା ହଇରାଣ ହୋଇ ଯାତାୟାତ କରୁଛନ୍ତି।  ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡା ପଞ୍ଚାୟତର ରୁଗୁଡି ସାହିରେ ନଳିତ ମୁଣ୍ଡା ନାମ୍ନୀ ଜଣେ ମହିଳା ଗର୍ଭକଷ୍ଟ ପାଇବାରୁ ପରିବାର ଲୋକେ ଆଶା କର୍ମୀ ଓ ଆମ୍ବୁଲାନ୍ସକୁ ଡକାଇଥିଲେ । ଡାକ୍ତରଖାନାରୁ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ଗାଁକୁ ଥିବା ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଏହା ଗାଁ ମୁଣ୍ଡଯାଏ ଆସି ପାରି ନ ଥିଲା । ରୁଗୁଡି ସାହିଠାରୁ ଦେଢ କି.ମି. ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା। ଏହାପରେ ପରିବାର ଲୋକେ ନାଚାର ହୋଇ ଗର୍ଭବତୀଙ୍କୁ ଘରଠାରୁ ଚଲାଇ ଚଲାଇ ଆମ୍ବୁଲାନ୍ସ ନିକଟକୁ ଆଣିଥଲେ । ଏପରି ଘଟଣା ଏହି ଅଞ୍ଚଳ ଲାଗି କିଛି ନୂଆ କଥା ନୁହେଁ। ରାସ୍ତା ସୁବିଧା ନ ଥିବାରୁ ଜରୁରୀ ଚିକିତ୍ସା ଲାଗି ରୋଗୀଙ୍କୁ ଡାକ୍ତରଖାନା ନିଆଯାଇ ପାରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଗ୍ରାମକୁ ତୁରନ୍ତ ସେମାନେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ଅଭାବ: ଥୁଆମୂଳ ରାମପୁରରେ ଦଲାଲଙ୍କ କବ୍‌ଜାରେ ଆମ୍ବ ଚାଷୀ

ଥୁଆମୂଳ ରାମପୁର, ୧୨/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ସରକାରୀ ବଜାର ବ୍ୟବସ୍ଥା ନଥିବାରୁ ଆମ୍ବ ଚାଷୀ ବ୍ୟାପକ ଶୋଷଣର ଶିକାର ହେଉଛନ୍ତି।…

ଧରିତ୍ରୀ ପ୍ରଭାବ: କାଳବୈଶାଖୀ ବିପନ୍ନ ଗଜେନ୍ଦ୍ରଙ୍କୁ ମିଳିଲା ସରକାରୀ ଗୃହ କାର୍ଯ୍ୟାଦେଶ

ଥୁଆମୂଳ ରାମପୁର, ୧୨/୦୬ (କୀର୍ତ୍ତି ଚନ୍ଦ୍ର ଦୁର୍ଗା): ଗରିବର ଅଶ୍ରୁ ପୋଛିଲା ପ୍ରଶାସନ, ସାର୍ଥକ ହେଲା ‘ଧରିତ୍ରୀ’ର ସମ୍ବାଦ। କାଳବୈଶାଖୀ ଝଡ଼ରେ ଭାଙ୍ଗି ଚୁରମାର୍ ହୋଇଯାଇଥିବା ଗୁଣୁପୁର…

ଦିଗପହଣ୍ଡି କୋର୍ଟରେ ଆଇନ ସଚେତନତା

ଦିଗପହଣ୍ଡି, ୧୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ବୃଦ୍ଧ ମାତା ପିତା ଓ ବରିଷ୍ଠ ନାଗରିକଙ୍କ ପାଇଁ ରହିଥିବା…

ସରକାର କରିଲେ ବଡ ଘୋଷଣା; ଅଙ୍ଗନବାଡି଼ କର୍ମୀଙ୍କୁ ମିଳିବ …

ଭୁବନେଶ୍ୱର,୧୨।୬: ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଲେଡି ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କିଛି ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ମାର୍ଟ ଫୋନ…

ବୃନ୍ଦାବନ ଚନ୍ଦ୍ର କ୍ରିକେଟ ଟୁର୍ନାମେଣ୍ଟ : ଫାଇନାଲରେ ଗୋକର୍ଣ୍ଣପୁର, ଝଗଡା ପଲ୍ଲୀ ଟିମ୍

ଦିଗପହଣ୍ଡି,୧୨|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଖମାରିଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମ ଖେଳପଡିଆରେ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟିଙ୍ଗ କ୍ଳବ  ପକ୍ଷରୁ  ସ୍ବର୍ଗତ କୃଷ୍ଣଚନ୍ଦ୍ର ଏବଂ…

କୁଲାଡ ରଥଯାତ୍ରା ପ୍ରସ୍ତୁତି ବୈଠକ: ସମନ୍ବୟ ରକ୍ଷା କରି ଯାତ୍ରାକୁ ସଫଳ କରାଯିବ

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କୁଲାଡ ରଥଯାତ୍ରା ଓ ବାହୁଡ଼ା ଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହ ହୋଇପାରିବ ସେ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଶୁକ୍ରବାର ଭଞ୍ଜନଗର…

TMC ଛାଡିବେ ରଚନା ବାନାର୍ଜୀ! ଦିଦିଙ୍କୁ ବଡ଼ ଝଟ୍‌କା

କୋଲକାତା,୧୨।୬: ଟିଏମସିରେ ଆରମ୍ଭ ହୋଇଥିବା ବିଭାଜନ ଏବେ ବିସ୍ଫୋରକ ରୂପ ନେଇଛି। ଦଳର ୨୦ ଜଣ ଏମ୍ପି ବିଦ୍ରୋହ ଘୋଷଣା କରିଥିବା କୁହାଯାଉଥିଲେ ହେଁ ଏବେ ଗୋଟିଏ…

ଗଞ୍ଜାମ ସହରରେ ପ୍ରବଳ ବର୍ଷା: ଗୁଳୁଗୁଳିରୁ ଅସ୍ବସ୍ତି

ଗଞ୍ଜାମ,୧୨ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଶୁକ୍ରବାର ସନ୍ଧ୍ୟାରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଫଳରେ ଗୁଳୁଗୁଳିରୁ ଲୋକଙ୍କୁ ସାମାନ୍ୟ ଅସ୍ବସ୍ତି ମିଳିଛି। ଅନ୍ୟପଟେ ଏହି ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri